ସାମୁଦ୍ରିକ ବାତ୍ୟା ଦାନା ମୁକାବିଲା କରିବାକୁ ୬ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ଦାୟିତ୍ବ

ସାମୁଦ୍ରିକ ବାତ୍ୟା ଦାନା ମୁକାବିଲା କରିବାକୁ ୬ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ଦାୟିତ୍ବ

ସାମୁଦ୍ରିକ ବାତ୍ୟା ଦାନା ମୁକାବିଲା କରିବାକୁ ୬ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ଦାୟିତ୍ବ

ଭୁବନେଶ୍ବର(ଏନ୍‌.ଏମ୍.): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଦାନା’ ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ପୁରୀ-ସାଗରଦୀପ ମଝିରେ ଲ୍ୟାଣ୍ଡଫଲ କରିବ। ୨୪ ତାରିଖ ରାତି କିମ୍ବା ୨୫ ତାରିଖ ଭୋର ସମୟରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ। ଅତି ଭୀଷଣ ରୂପ ନେଇ ବାତ୍ୟା ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ରହିପାରେ। କିନ୍ତୁ ଅତିବେଶିରେ ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ଛୁଇାପାରେ। ବାତ୍ୟା ପାଇଁ ରାଜ୍ୟ ସରକାର ୬ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ଦାୟିତ୍ବ ଦେଇଛନ୍ତି। ବାଲେଶ୍ବର ପାଇଁ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଭଦ୍ରକ ପାଇଁ ତ୍ରିଲୋଚନ ମାଝୀ, ପୁରୀ ପାଇଁ ବଲୱନ୍ତ ସିଂହ, ମୟୂରଭଂଜ ପାଇଁ ବିନିତ ଭରଦ୍ବାଜ, ଜଗତସିଂହପୁର ପାଇଁ ଯାମିନୀ ଷଡ଼ଙ୍ଗୀ ଓ କେନ୍ଦ୍ରାପଡ଼ା ପାଇଁ ସମର୍ଥ ବର୍ମାଙ୍କୁ ଦାୟିତ୍ବ ଦେଇଛନ୍ତି। ପୂର୍ବତଟ ରେଳପଥ ଦେଇ ଯାତାୟତ କରୁଥିବା ଭାରତୀୟ ରେଳବାଇର ଏପର୍ଯ୍ୟନ୍ତ ୧୭୮ଟି ଟ୍ରେନ୍‌ ବାତିଲ କରାଯାଇ ସାରିଛି। ରାଜ୍ୟ ପରିବହନ ବିଭାଗ ବସ୍‌ ଚଳାଚଳ ନେଇ ସତର୍କ ସୂଚନା ଜାରି କରିଥିବା ବେଳେ ଶିମିଳିପାଳ ଅଭୟାରଣ୍ୟକୁ ଅକ୍ଟୋବର ୨୩ ଠାରୁ ପର୍ଯ୍ୟଟକମାନଙ୍କ ପାଇଁ ତିନି ଦିନ ବନ୍ଦ ରହିବ। ରାଜ୍ୟ ସରକାର ଆଜି ସନ୍ଧ୍ୟାରେ ଓଡ୍ରାଫ୍‌ ଟିମ୍‌ଗୁଡ଼ିକୁ ବିଭିନ୍ନ ଜିଲ୍ଲାକୁ ପଠାଇ ସାରିଛନ୍ତି।  ଏହା ପୂର୍ବରୁ ଏସ୍‌ଆରସି ଦେଓ ରଂଜନ ସିଂ କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅକ୍ଟୋବର ୨୩ରୁ ୨୫ ପର୍ଯ୍ୟନ୍ତ ରାଜ୍ୟର ଗଂଜାମ, ପୁରୀ, ଜଗତସିଂହପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ବର, ମୟୂରଭଂଜ, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ କଲେଜ, ବିଶ୍ବବିଦ୍ୟାଳୟ ସମେତ ସମସ୍ତ ସରକାରୀ ଓ ଘରୋଇ ସ୍କୁଲଗୁଡ଼ିକ ଛୁଟି ରହିବ। ତେବେ ବାତ୍ୟା ହେବା ଜାଣିବା ପରେ ବଜାର ଦର ହୁ ହୁ ହୋଇ ବଢ଼ିଚାଲିଛି । ହଠାତ ଛତ୍ର ବଜାର ସମେତ ପରିବା ଦୋକାନରୁ ଉଭେଇ ଯାଇଛି ପନିପରିବା । ଦରଦାମ ବୃଦ୍ଧି ଘଟି ଚାରିଗୁଣ ବଢ଼ିଯାଇଛି ଦର ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ