ସାବଧାନ! ବିରୁପା ନଦୀରେ ବୁଲୁଛି କୁମ୍ଭୀର

ସାବଧାନ! ବିରୁପା ନଦୀରେ ବୁଲୁଛି କୁମ୍ଭୀର

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ବିରୂପା ନଦୀର ଜଗତପୁରସ୍ଥିତ ନିମପୁର ବସ୍ତି ନିକଟରେ ଏକ ଥଣ୍ଟିଆ କୁମ୍ଭୀର ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଦୀର୍ଘ ସମୟ ଧରି କୁମ୍ଭୀରଟି କୂଳରେ ପହଁରୁ ଥିବାର ଦେଖି ସ୍ଥାନୀୟ ବସ୍ତି ବାସିନ୍ଦା ଏକତ୍ରିତ ହୋଇଥିଲେ । ଗତ ମାସ ୩୦ ତାରିଖରେ ଧବଳେଶ୍ୱର ନିକଟବର୍ତ୍ତି ମହାନଦୀରୁ ଏକ ୧୨ ଫୁଟ ଲମ୍ବର ବିଶାଳ କୁମ୍ଭୀର ଧରାଯାଇଥିଲା । ତେବେ ଉକ୍ତ କୁମ୍ଭୀରକୁ ପୂନର୍ବାର ଛାଡିଦିଆଯାଇଥିଲା ତେଣୁ ସ୍ଥାନୀୟ ଲୋକେ ଉକ୍ତ କୁମ୍ଭୀରଟିକୁ ଦେଖି ସେହି କୁମ୍ଭୀର ହୋଇଥାଇ ପାରେ ବୋଲି କହିଛନ୍ତି ।
ସୂଚନା ଯୋଗ୍ୟ ଯେ କୁମ୍ଭୀର ବଂଶ ବୃଦ୍ଧି ପାଇଁ ନନ୍ଦନ କାନନ କର୍ତ୍ତୁପକ୍ଷ ଗତ ଡିସେମ୍ବରରେ ମହାନଦୀର ସାତ କୋଶିଆ ଗଣ୍ଡରେ ଏକାଧିକ କୁମ୍ଭୀର ଛାଡିଥିଲେ । ସେଥି ମଧ୍ୟରୁ ଗୋଟିଏ କୁମ୍ଭୀର ମହାନଦୀକୁ ଚାଲିଆସିଥିଲା । ଗତ ମାସ ୩୦ ତାରିଖରେ ଉକ୍ତ କୁମ୍ଭୀରଟିକୁ ଧବଳେଶ୍ୱର ଗଡା ନିକଟରେ ଠାବ କରାଯାଇଥିଲା । ପରେ ପରେ ବନ ବନ ବିଭାଗ ଟିମ ପହଞ୍ôଚ ଯାଞ୍ଚ ପକ୍ରିୟା ଆରମ୍ଭ କରି ପରବର୍ତ୍ତି ସମୟରେ କୁମ୍ଭୀରଟିକୁ ପୁଣିଥରେ ମହାନଦୀକୁ ଛାଡିଦେଇଥିଲେ । ଆଜି ସକାଳ ୧୦ଟା ସମୟରେ ଯୋବ୍ରା ଆନିକଟ ପାଶ୍ୱର୍ ବର୍ତ୍ତୀ ନିମପୁର ନୂଆ ବସ୍ତିଠାରେ ବିରୂପା ନଦୀରେ ଏକ କୁମ୍ଭୀର ପାଣିରେ ପହଁରୁଥିବାର ବସ୍ତି ଲୋକେ ଦେଖି ଥଲେ । କୁମ୍ଭୀରକୁ ଦେଖି ବସ୍ତିବାସିନ୍ଦାଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । ଏହି ଘଟଣା ସଂର୍ମ୍ପକରେ ପ୍ରଥମେ ଜଗତପୁର ଥାନାକୁ ଖବର ଦିଆଯାଇ ଥିଲା ଓ ପରେ ପରେ ଯୋବ୍ରା ରେଞ୍ଜ ଅଫିସରଙ୍କୁ ମଧ୍ୟ ଜଣାଇଦିଆଯାଇ ଥିଲା । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ôଚବା ବେଳକୁ କୁମ୍ଭୀରଟି ପାଣିରେ ବୁଡିଯାଇଥିଲା । ତେଣୁ କୁମ୍ଭୀରଟିକୁ ଠାବ କରିବା ବନ ବିଭାଗ କର୍ମଚାରୀଙ୍କ ପକ୍ଷରେ ସମ୍ଭବ ହୋଇପାରି ନଥିଲା । ଜଗତପୁର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ôଚ ବସ୍ତି ବାସିନ୍ଦାଙ୍କ ସୁରକ୍ଷା ନିମନ୍ତେ ଛୋଟ ପିଲା ଓ ବୟସ୍କ ଲୋକମାନେ ପାଣି ଭିତରକୁ ନଯିବାକୁ ସତର୍କ କରାଇଥିଲେ । ସଂନ୍ଧ୍ୟା ସମୟରେ ଉକ୍ତ କୁମ୍ଭୀରଟି ବିରୂପା ନଦୀର ଅପରପାଶ୍ୱର୍ ମଣ୍ଡାପଡା ପାଖରେ ପୂର୍ନବାର ଦେଖବାକୁ ମିଳିଥିବାର ସୁଚନା ମିଳିଥିଲା ।କିନ୍ତୁ ସଂନ୍ଧ୍ୟା ପ୍ରର୍ଯ୍ୟନ୍ତ କୁମ୍ଭୀରଟିକୁ ନିର୍ଦ୍ଧିଷ୍ଟ ଭାବରେ ଠାବ କରାନଯିବା ଏବଂ ପ୍ରଶାସନ ପକ୍ଷରୁ ବସ୍ତି ବାସିନ୍ଦାଙ୍କ ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନନେବା ନେଇ ଅସନ୍ତୋଷ କୁହୁଳିବାରେ ଲାଗିଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *