ସାଂସଦ ଓ ବିଧାୟକଙ୍କ ସାମ୍ବାଦିକ ସମିଳନୀ
ଫୁଲବାଣୀ(ଏନ୍.ଏମ.): ନିର୍ବାଚନ ପୂର୍ବରୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ସରକାରକୁ ଆସିବା ପରେ ତାହାକୁ କ୍ରମାନ୍ୱୟରେ ପୂରଣ କରୁଛି । ଏ ସରକାର ସମ୍ପୂର୍ଣ୍ଣ ଲୋକମାନଙ୍କ ସରକାର, ତେଣୁ ଲୋକମାନଙ୍କ ସୁବିଧା ନିମନ୍ତେ ସରକାର ସର୍ବଦା ଉଦ୍ୟମ ଜାରି ରଖିଛନ୍ତି ବୋଲି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ ଫୁଲବାଣୀ ବିଧାୟକଙ୍କ ଉମାଚରଣ ମଲିକ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଫୁଲବାଣୀର ପ୍ରଦ୍ୟକ୍ଷଣ ଗୃହ (ସର୍କିଟ ହାଉସ) ଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ଓ ବିଧାୟକ ଏବଂ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ରାଜ୍ୟସରକାର କ୍ଷମତାକୁ ଆସିବା ପରେ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁସାରେ କାର୍ଯ୍ୟ କରୁଥିବା କହିଥିବାବେଳେ ଉକ୍ତ କାର୍ଯ୍ୟର ତଥ୍ୟ ମଧ୍ୟ ରଖିଥିଲେ । ଏହି ବୈଠକରେ ରାଜ୍ୟସରକାରଙ୍କ ଦ୍ୱାରା ଘଷଣା ହେଇଥିବା ଆର୍ଥୀକ ବର୍ଷର ବଜେଟ ବିଷୟରେ ନିର୍ବାଚନ ପୂର୍ବରୁ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରୁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଉଭୟ ନେତା କହିଥିଲେ । ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲା, ରତ୍ନଭଣ୍ଡାର ଖୋଲା, ଧାନର ମୂଲ୍ୟ ୩୧୦୦ ଟଙ୍କା ସହିତ ବରିଷ୍ଠ ନାଗରିକମାନଙ୍କୁ ସାମାଜିକ ସୁରକ୍ଷା ନିମନ୍ତେ ୮୦ବର୍ଷରୁ ଉର୍ଦ୍ଧ୍ୱ ଏବଂ ଭିନ୍ନକ୍ଷମଙ୍କୁ ପ୍ରଦତ୍ତ ଭତ୍ତା ୩୫୦୦ଟଙ୍କାକୁ ବୃଦ୍ଧି ଆଦି ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଜିଲ୍ଲା ସମ୍ପାଦକ ଲିଙ୍ଗରାଜ ଦଳବେହେରା ଏବଂ କାର୍ଯ୍ୟ କାରିଣୀ ସଦସ୍ୟ ଆଇନଜୀବୀ ଭଗବାନ ମହାନ୍ଥି ଉପସ୍ଥିତ ଥିଲେ । ସଭାରେ ଫୁଲବାଣୀର ବରିଷ୍ଠ ନାଗରିକ ମଧ୍ୟ୍ୟ ଉପସ୍ଥିତ ଥିଲେ ।