ସର୍ବଭାରତୀୟ ନବମ କରାଟେ ପ୍ରତିଯୋଗୀତା

ସର୍ବଭାରତୀୟ ନବମ କରାଟେ ପ୍ରତିଯୋଗୀତା

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ସର୍ବଭାରତୀୟ ନବମ କରାଟେ ପ୍ରତିଯୋଗୀତା ଟିଏସ୍‌କେଏଫଆଇ (ଟ୍ରାଡିସନାଲ ସୋଟୋକମ୍ କରାଟେ ଫେଡେରେସନ ଅଫ ଇଣ୍ଡିଆ) କରାଟେ -୨୦୨୪ ପ୍ରତିଯୋଗୀତା ଚାଉଳିଆଗଞ୍ଜ ସ୍ଥିତ ଶ୍ରୀକ୍ଷେତ୍ର ମଣ୍ଡପ ଠାରେ ଉଦଘାଟନୀ ହୋଇଯାଇଥିବାବେଳେ ୭ରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ । ଟିଏସକେଏଫଆଇର ନିର୍ଦ୍ଦେଶକ ଆଦିତ୍ୟ ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ପ୍ରତିଯୋଗୀତାରେ ଭାରତ ବର୍ଷର ଓଡିଶା, ମହାରାଷ୍ଟ୍ର, ଛତିଷିଗଡ, ଝାଡଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରୁ ୫ବର୍ଷରୁ ଆରମ୍ଭ କରି ୪୦ ବର୍ଷ ପର୍ଯ୍ୟନ୍ତ ପ୍ରାୟ ୪୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । କୃତୀ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ସହିତ ମେଡାଲ ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା । ଏହି ପ୍ରତିଯୋଗୀତାରେ ଉପସଭାପତି ମନିଷ ନାଥାନୀ, ସଞ୍ଜୟ ସାହା, ଅରବିନ୍ଦ ବାରିକ, ପ୍ରଭାତ କୁମାର ପାଣି, ପଞ୍ଚାନନ ନାୟକ, ରଞ୍ଜିତ ଘୋରାଇ, ରଞ୍ଜନ ଦାସ, ପ୍ରିୟବ୍ରତ ମହାରଣା, ଅପସ୍ପାୟ ମିଶ୍ର, ସ୍ଥିତପ୍ରଜ୍ଞା ସାହୁ, ଚିନ୍ମୟ କୁମାର ମଲ୍ଲିକ, ତାନ୍‌ଭୀ ନାଥାନୀ, ଶୁଭଶ୍ରୀ ଲେଙ୍କା ଏବଂ ପ୍ରଶନ୍ନଜିତ୍ ମହାନ୍ତି ପ୍ରମୁଖ ପ୍ରତିିଯୋଗୀତାକୁ ପରିଚାଳନା କରୁଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *