ସର୍ପ ପ୍ରେମୀ ବିଭୁଦତ୍ତ ଜେନାଙ୍କ ଏକାଦଶାହରେ ରେଭେନ୍ସାଭିୟାନଙ୍କ ପକ୍ଷରୁ ସ୍ମୃତିସଭା

ସର୍ପପ୍ରେମୀ ବିଭୁଦତ୍ତ ଜେନାଙ୍କ ଏକାଦଶାହରେ ରେଭେନ୍ସାଭିୟାନଙ୍କ ପକ୍ଷରୁ ସ୍ମୃତିସଭା

News by Umakanta Jena (Cuttack)

#କଟକ(ଏନ୍‌.ଏମ୍‌.): ସ୍ଥାନୀୟ ବକ୍ସିବଜାର ସ୍ଥିତ ପାନ୍ଥନିବାସରେ ପ୍ରକୃତିବନ୍ଧୁ, ସମାଜସେବୀ, ପରିବେଶ ପ୍ରେମୀ, ଆଇନଜୀବୀ, ରେଭେନ୍ସାଭିଆନ୍ ତଥା ନବେ ଦଶକର ଛାତ୍ରନେତା ବିଭୁଦତ୍ତ ଜେନାଙ୍କ ଏକାଦଶାହ ତିଥିରେ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ୧୯୯୦ ରେଭେନ୍ସା ଛାତ୍ର ଛାତ୍ରୀଙ୍କ ଦ୍ୱାରା ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଶିକ୍ଷାବିତ ତଥା ସମାଜସେବୀ ପ୍ରଭାତ ନନ୍ଦଙ୍କ ପୌରହିତ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ନିରଞ୍ଜନ ବାରିକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ଚୌଦ୍ୱାର କଲେଜ ବାଣିଜ୍ୟ ବିଭାଗର ମୂଖ୍ୟ ପ୍ରାଧ୍ୟାପକ ପ୍ରଭାକର ମିଶ୍ର ଓ ୮୦ ଦଶକର ଛାତ୍ର ନେତା ଆଇନଜୀବୀ ବଦ୍ରିନାରାୟଣ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିଭୁଦତ୍ତ ଜେନାଙ୍କ ଦୁଃସାହସିକ ଜୀବନ ଉପରେ ବକ୍ତାମାନେ ଆଲୋଚନା କରିବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ । ବିଭୁଦତ୍ତଙ୍କ ଚପଳ ଛାତ୍ର ଜୀବନ, ଜଣେ ସର୍ପ ରକ୍ଷକ ତଥା ପରିବେଶ ପ୍ରେମୀ ଭାବେ ସମଗ୍ର ଓଡ଼ିଶାରେ ଖ୍ୟାତ ବୋଲି ମଞ୍ଚାସୀନ ବକ୍ତାମାନେ ଆଲୋଚନାରେ ଅଂଶଗ୍ରହଣ କରି ନିଜ ନିଜର ମତ ରଖିଥିଲେ । କାର୍ଯ୍ୟକ୍ରମରେ ୯୦ ଦଶକର ରେଭେନ୍ସାର ସହପାଠୀ, ପୁରାତନ ବନ୍ଧୁ, ପୂର୍ବତନ ଛାତ୍ରନେତା, ପ୍ରାଧ୍ୟାପକ ଓ ଓଡିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀମାନଙ୍କ ଗହଣରେ ଅନୁଷ୍ଠିତ ସ୍ମୃତି ସଭାକରେ ବିଭୁଦତ୍ତ ଜେନାଙ୍କ ଅବର୍ତ୍ତମାନରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା । କାର୍ଯ୍ୟକ୍ରମରେ ରାଜନେତା,ଶିକ୍ଷାବିତ୍ ତଥା ସମାଜସେବୀ ଶୁଭେନ୍ଦୁ ମହାନ୍ତି, ମହାନ୍ ବିପ୍ଳବୀ, ସମାଜସେବୀ ତଥା ରେଭେନ୍ସା କଲେଜର ପ୍ରାକ୍ତନ ଛାତ୍ର ସଂସଦର ସଭାପତି ତପନ ମିଶ୍ର, ଆଇନଜୀବୀ ତଥା ୮୦ ଦଶକର ଛାତ୍ର ନେତା କୃଷ୍ଣ ଚନ୍ଦ୍ର ମଲ୍ଲିକ, ପ୍ରଧାନ ଶିକ୍ଷୟିତ୍ରୀ ଅଳକା ପ୍ରଧାନ, ଶିକ୍ଷାବିତ୍ ସୁଜିତ ସେନାପତି, ଓଡ଼ିଶା ସରକାରୀ ଛାପାଖାନାର ଉପବିଭାଗୀୟ ଅଧିକାରୀ ସନ୍ତୋଷ ବାରିକ, ସମାଜସେବୀ ସନ୍ତୋଷ ଜେଠୀ, ସଂଗ୍ରାମୀ ସରୋଜ ବେହେରା, ସଂଜୟ ରଥ, ବିଭାସ ମହାନ୍ତି, ରାଜନେତା ଅମ୍ବିକା ସାମଲ, ଶିକ୍ଷାବିତ ପରେଷ ଦାସ, ଜନ୍ମେଜୟ ବରାଳ, ପାର୍ଥ ମୁଖାର୍ଜୀ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତ ଆତ୍ମାର ସ୍ମୃତିଚାରଣ କରିଥିଲେ । ସମାଜସେବୀ ପ୍ରଭାତ ଦେବତା ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ସଞ୍ଜୟ ରଥ ଧନ୍ୟବାଦ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *