ସଫେଇ କର୍ମଚାରୀ, ବିଦ୍ୟୁତ୍ କର୍ମଚାରୀ ଓ ବ୍ରାହ୍ମଣ ମାନଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ସାଂସଦ

ସଫେଇ କର୍ମଚାରୀ, ବିଦ୍ୟୁତ୍ କର୍ମଚାରୀ ଓ ବ୍ରାହ୍ମଣ ମାନଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ସାଂସଦ


କଟକ(ଏନ୍‍.ଏମ୍‍.): ବାରବାଟୀ କଟକ ନିର୍ବାଚନ ମଣ୍ଡଳୀର ୱାର୍ଡ ନମ୍ବର ୨୦ରେ ସଭାପତି ଜଗନ୍ନାଥ ସ୍ୱାଇଁଙ୍କ ନେତୃତୁରେ ସଫେଇ କର୍ମଚାରୀ, ବିଦ୍ୟୁତ୍ କର୍ମଚାରୀ, ଏବଂ ମନ୍ଦିର ପୁଝାରୀମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଗଲା । ଉକ୍ତ କାର୍ଯକ୍ରମରେ ମୁଖ୍ୟଅତିଥି ଭାବରେ ମାନ୍ୟବର ରାଜ୍ୟସଭା ସାଂସଦ ସୁଭାଷ ଚନ୍ଦ୍ର ସିଂହ, ସମ୍ମାନିତ ଅତିଥି ଭାବରେ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହସଂଗର କାର୍ଯକାରୀ ସଭାପତି ରାଜୀବ ମହାନ୍ତି, ଓଡ଼ିଶା ମୋ’ପରିବାର କଟକ ସଂଯୋଜକ ରଞ୍ଜନ କୁମାର ବିଶ୍ୱାଳ, ସାହେବଜାଦା ବଜାର ପୂଜା କମିଟିର ସମ୍ପାଦକ କେଦାରନାଥ ବେହେରା, କାର୍ଯକାରୀ ସଭାପତି ସଞ୍ଜତ ଦାସ, ଗୌରମୋହନ ଦାସ, ନରେନ୍ଦ୍ର ସେଠୀ, ପ୍ରତାପ ସ୍ୱାଇଁ, ୱାର୍ଡର ଜନସାଧାରଣ, କର୍ମୀମାନେ ଯୋଗଦାନ କରିଥିଲେ । ଉକ୍ତ କାର୍ଯକ୍ରମରେ ସୁକାନ୍ତ ବେହେରା, ଅସରଫ, ଦେବ ସେଠୀ, ଅବ୍ରାର ହୁସେନ, ଦେବାଶିଷ ମହାପାତ୍ର, ଗୋପବନ୍ଧୁ ବେହେରା, ପ୍ରେମଞ୍ଜନ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *