ଶ୍ରୀକ୍ଷେତ୍ରରେ ମାଗଣା ବ୍ରତୋପନୟନ ଫେବୃୟାରୀ ୧୮ରେ

ଶ୍ରୀକ୍ଷେତ୍ରରେ ମାଗଣା ବ୍ରତୋପନୟନ ଫେବୃୟାରୀ ୧୮ରେ


#ପୁରୀ(ଏନ୍‌.ଏମ୍‌.): ଶ୍ରୀରାମ ଚନ୍ଦ୍ର ସ୍ୱାମୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଫେବୃଆରୀ ୧୮ ରିଖ ରବିବାର ଦିନ ବୈଦିକ ରୀତିନୀତିରେ ସାମୁହିକ ମାଗଣା ବ୍ରତୋପନୟନ ଲୋକନାଥ ମନ୍ଦିର ନିକଟ ଥାନପତି ଆଶ୍ରମର ବାଲାଜୀ ମନ୍ଦିର ପରିସରରେ ଜୀୟର ସ୍ୱାମୀ ମଠର ମହନ୍ତ ଇନ୍ଦିରା ରମଣ ରାମାନୁଜ ଦାସଜୀ ମହାରାଜଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବ । ବ୍ରତାଧରୀଙ୍କ ସହିତ ସମ୍ପର୍କୀୟଙ୍କ ରହିବା, ଖାଇବା ସହିତ ସମଗ୍ର ସାମଗ୍ରୀ ଯୋଗାଇ ଦିଆଯିବ । ଏଣୁ ରାଜ୍ୟ ଏବଂ ରାଜ୍ୟ ବାହାରର ଆଗ୍ରହୀ ବ୍ରାହ୍ମଣ ପରିବାର ଫେବୃଆରୀ ୧୫ ରିଖ ସୁଦ୍ଧା ଜୀୟର ସ୍ୱାମୀ ମଠ ବାଲିସାହି ପୁରୀ ମୋବାଇଲ -୯୮୬୧୦୩୩୩୯୭, ୯୪୩୭୫୦୦୭୪୫ ନମ୍ୱରରେ ଯୋଗାଯୋଗ କରି ଏହାର ସୁବିଧା ନେବାପାଇଁ ଟ୍ରଷ୍ଟ ତରଫରୁ ଅନୁରୋଧ କରାଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *