ଶ୍ରାବଣ ମାସ କାଉଡ଼ି ଯାତ୍ରା ପାଇଁ ଧବଳେଶ୍ୱରରେ ପ୍ରସ୍ତୁତି ବୈଠକ

ଶ୍ରାବଣ ମାସ କାଉଡ଼ି ଯାତ୍ରା ପାଇଁ ଧବଳେଶ୍ୱରରେ ପ୍ରସ୍ତୁତି ବୈଠକ

ଶ୍ରାବଣ ମାସ କାଉଡ଼ି ଯାତ୍ରା ପାଇଁ ଧବଳେଶ୍ୱରରେ ପ୍ରସ୍ତୁତି ବୈଠକ

News by Smrutiranjan Tripathy (Cuttack)

#କଟକ (ଏନ୍‌.ଏମ୍‌.): ଆଗକୁ ଆସୁଛି ପବିତ୍ର ଶ୍ରାବଣ ମାସ । ଏହି ମାସରେ ଦେବେ ଦେବ ମହାଦେବଙ୍କ ପାଖରେ ଜଳାଭିଷେକ କଲେ କୋଟି ଜନ୍ମର ପୁଣ୍ୟ ଫଳ ମିଳିବା ସହିତ ମହାଦେବଙ୍କ ଆଶ୍ରିବାଦ ଓ କରୁଣା ମିଳିଥାଏ ବୋଲି ବିଶ୍ୱାସ ରହିଛି । ତେବେ କଟକ ଜିଲ୍ଲାର ଆଠଗଡ ଅଞ୍ଚଳର ଥିବା ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପାଖରେ ଜଳାଭିଷେକ ନିମନ୍ତେ କାଉଡ଼ିଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ଆଠଗଡ଼ ପ୍ରଶାସନ ଓ ଦେବୋତ୍ତର ବିଭାଗ ପକ୍ଷରୁ ପୀଠରେ କାଉଡ଼ିଆଙ୍କ ସୁବିଧା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଠଗଡ ତହସିଲଦାର୍ କ୍ଷେତ୍ରମୋହନ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କିଭଳି ଶ୍ରଦ୍ଧାଳୁମାନେ ଶାନ୍ତି ଶୃଙ୍ଖଳାର ସହ ବାବା ଧବଳେଶ୍ୱର ପୀଠରେ ଜଳଲାଗି କରିପାରିବେ ସେ ନେଇ ଆଲୋଚନା କରାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ପୁଲିସ ପ୍ରଶାସନ ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଟର ସୁବିଧା କରାଯିବା ନେଇ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ କାଉଡିଆମାନଙ୍କୁ ପ୍ଲାଷ୍ଟିକ କଳସ ଓ ପଲିଥିନ୍‌ରେ ଜଳ ଆଣିବା ପାଇଁ ବାରଣ କରାଯାଇଥିବାବେଳେ ମାଟି, ତମ୍ବା, ପିତଳ ଆଦି କଳସୀରେ ଜଳ ଆଣିପାରିବେ ବୋଲି ଦେବୋତ୍ତର ଓ ପ୍ରଶାସନ ପକ୍ଷରୁ ସୂଚାଇ ଦିଆଯାଇଛି । ଏହି ବର୍ଷ ପାଞ୍ଚଟି ପାଳିରେ ଯଥା ଜୁଲାଇ ମାସର ୨୨, ୨୯ ଏବଂ ଅଗଷ୍ଟ ମାସର ୫, ୧୨, ୧୯ ତାରିଖରେ ପଡ଼ୁଥିବା ସୋମବାରରେ ଶ୍ରଦ୍ଧାଳୁ ପୀଠରେ ଜଳ ଲାଗି କରିପାରିବେ । ତେବେ ଦୀର୍ଘ ୨୭ ବର୍ଷ ପରେ ଏକ ବିଶେଷ ମୂହୁର୍ତ୍ତରେ ପ୍ରତିପଦା ଠାରୁ ଆରମ୍ଭ ହୋଇ ପୂର୍ଣ୍ଣିମାରେ ଶେଷ ହେଉଥିବାରୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଆଗମନ ହେବାର ସମ୍ଭାବନା ରହିଛି । ତେଣୁ ସେମାନଙ୍କୁ କିଭଳି ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ସହ ପରିମଳ, ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ସରବରାହ, କାଉଡ଼ିଆଙ୍କ ଶାନ୍ତି ଶୃଙ୍ଖଳାର ସହ ଯାତାୟାତ ନିମନ୍ତେ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ସମସ୍ତ ବିଭାଗର ପ୍ରଶାସନିକ ଅଧିକାରୀଙ୍କ ସମେତ ପୂଜକ ସମିତି କର୍ମକର୍ତ୍ତା ଯୋଗ ଦେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ