ଶେଷ ହେଲା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ କ୍ରୀଡା ପ୍ରତିଯୋଗିତା

ଶେଷ ହେଲା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ କ୍ରୀଡା ପ୍ରତିଯୋଗିତା

News by Smruti Ranjan Tripathy (Choudwar)

#ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଶରୀରର କୌଣସି ଅଙ୍ଗ ପ୍ରତ୍ୟେଙ୍ଗ ଅଚଳ ହୋଇଗଲେ ସାରା ଜୀବନ ଅଚଳ ହୋଇଯିବ ସେଭଳି ହୀନ ମାନସିକତାକୁ ଦୂର କରିବା ତଥା ଅକ୍ଷମ ବ୍ୟକ୍ତିଙ୍କ ମନରେ ନୂତନ ଆଶା ସଞ୍ଚାର କରାଇ ସମାଜରେ ସକ୍ଷମ କରାଇବା ଉଦ୍ଦେଶ୍ୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ନେଇ ଏକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଲା ଟାଙ୍ଗୀସ୍ଥିତ ଅର୍ନ୍ତନିବେଶି ଶିକ୍ଷା ସାଧନା କେନ୍ଦ୍ର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ମଣ୍ଡଳସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ କ୍ରୀଡା ପ୍ରତିଯୋଗିତା ହୋଇଥିଲା । ମୂଖ୍ୟଅତିଥି ଭାବେ ଟାଙ୍ଗୀ ବ୍ଲକ ଶିକ୍ଷା ଅଧିକାରୀ ସରୋଜିନୀ ସାହୁ ଏବଂ ଟାଙ୍ଗୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏହି ପ୍ରତିଯୋଗିତାରେ ପାଖାପାଖି ୪୦ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବର୍ଗରେ ବିଭକ୍ତ କରାଯାଇ ଆଳୁ ଚାମଚ୍‌,୧୦୦ ମିଟର ଦୌଡ, ମ୍ୟୁଜିକ ଚେୟାର, ଚିତ୍ରାଙ୍କନ, ଗୀତ ଆଦି ପ୍ରମୁଖ ବିଭାଗରେ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିଲେ । ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବରେ ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଏଥି ସହ ଅଂଶ ଗ୍ରହଣ କରିଥିବା ସମସ୍ତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ବ୍ଲକ୍ ରେଶୋର୍ସ ପର୍ସନ ସ୍ୱର୍ଣ୍ଣଲତା ସାହୁ, ସୁନୀତାରାଣୀ ଦାସ ସମସ୍ତ ବିଭାଗର କ୍ରୀଡା ପରିଚାଳନା କରିଥିଲେ । ସଭାପତି ଭାବେ ଟାଙ୍ଗୀ ଗୋଷ୍ଟୀ ସାଧନ କେନ୍ଦ୍ର ସଂଯୋଜକ କଳ୍ପନା ନାୟକ ଯୋଗ ଦେଇଥିଲେ । ଏହି କ୍ରୀଡାକୁ ଅର୍ନ୍ତନିବେଶୀ ଶିକ୍ଷା ସ୍ୱେଛାସେବୀ ପ୍ରଦୀପ କୁମାର ବିଶ୍ୱାଳ, କୈଲାଶ ଜେଠୀ, ହୃଷିକେଶ ସାହୁ, ଚନ୍ଦନ ମଙ୍ଗୁଆଳ, ସ୍ୱପ୍ନାରାଣୀ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *