ଶିଶୁ ସୁରକ୍ଷା ଅଧିକାର ଆୟୋଗଙ୍କ କଟକ ଜିଲ୍ଲା ପରିଦର୍ଶନ
#କଟକ (ଏନ୍.ଏମ୍.): ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ମନ୍ଦାକିନୀ କର ଏବଂ ଜିଲ୍ଲା ଦାୟିତ୍ୱରେ ଥିବା ସଦସ୍ୟା ଅନୀତା ବେହେରା ଜିଲ୍ଲାର ବିଭିନ୍ନ ଭିନ୍ନକ୍ଷମ ଆବାସିକ କେନ୍ଦ୍ର, କିଶୋର ନିଶାମୁକ୍ତି କେନ୍ଦ୍ର ଏବଂ ଶିଶୁ ଯତ୍ନ ଅନୁଷ୍ଠାନ ପରିଦର୍ଶନ କରିଛନ୍ତି । ସେମାନେ ଶିଶୁଭବନ ପରିସରରେ ଥିବା ରମାଦେବୀ ଶିଶୁ ବିହାର ସମେତ ଆଶ୍ରୟ ଦ ସେଲଟର, ଭିନ୍ନକ୍ଷମ ପିଲାମାନଙ୍କର ଆବାସିକ ଅନୁଷ୍ଠାନ, ସେକ୍ଟର ୧୦ରେ ଥିବା ଅନ୍ଧ ମୁକ ବଧିର ଆବାସିକ ଅନୁଷ୍ଠାନ, ଚୌଦ୍ୱାରସ୍ଥିତ ପରିବର୍ତନ ନିଶା ମୁକ୍ତି କେନ୍ଦ୍ର ଏବଂ ଭରସା ଶିଶୁ ଯତ୍ନ ଅନୁଷ୍ଠାନ ପରିଦର୍ଶନ କରି ଅନ୍ତେବାସୀ ଏବଂ କର୍ମଚାରୀମାନଙ୍କ ସହିତ ଆଲୋଚନା କରିଥିଲେ । ଶେଷରେ ଚୌଦ୍ୱାର ଥାନା ଏବଂ ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହରେ ଡିସିପି କଟକଙ୍କ ସେମାନେ ଆଲୋଚନା କରି ପିଲାମାନଙ୍କ ସହ ଘଟୁଥିବା ବିଭିନ୍ନ ଘଟଣାରେ ତ୍ୱରିତ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଏଥିସହ ବିଭିନ୍ନ ଆନୁଷଙ୍ଗିକ ଅସୁବିଧା ଦୂର କରିବା ଦିଗରେ ପୋଲିସମାନଙ୍କର ସହଯୋଗର ଆବଶ୍ୟକତା ପ୍ରସଙ୍ଗ ମଧ୍ୟ ଉପସ୍ଥାପନ କରିଥିଲେ । ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ମନୋଜ ରଥ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତୀ ମହାନ୍ତି ସମନ୍ୱୟ ରକ୍ଷା ପୂର୍ବକ ପରିଦର୍ଶନ ସମୟରେ ଆୟୋଗଙ୍କ ସହ ରହିଥିଲେ ।