News by B.Mishra (BBSR)

ଶିଶୁ ସମ୍ପଦର ସୁରକ୍ଷା ଜରୁରୀ: ଶିଶୁ ଶ୍ରମ ନିରୋଧ ଦିବସରେ ଆହ୍ୱାନ

News by B.Mishra (BBSR)

#ଭୁବନେଶ୍ୱର (ଏନ୍‍.ଏମ୍‍.): ଶିଶୁ ସମ୍ପଦର ସୁରକ୍ଷା ହେଲେ ଦେଶ ଓ ସମାଜ ସଶକ୍ତ ହେବ । ଶିଶୁ ସମ୍ପଦର ସୁରକ୍ଷା ପାଇଁ ଶିଶୁଙ୍କ ମୁଣ୍ଡରୁ ଶ୍ରମ ହଟାଇ ଶିକ୍ଷା ପ୍ରଦାନ କରିବା ଜରୁରୀ ବୋଲି ବୁଦ୍ଧପାର୍କ ସମ୍ମୁଖରେ ସିସିଡବ୍ଲ୍ୟୁଡି ଓ ଆକ୍ସନଏଡ୍ ଆସୋସିଏସନର ମିଳିତ ଆନୁକୁଲ୍ୟରେ ଶିଶୁଶ୍ରମ ନିରୋଧ ଦିବସ ଅବକାଶରେ ଆୟୋଜିତ ଦସ୍ତଖତ ଅଭିଯାନ ଓ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି । ଶିଶୁ ଶ୍ରମିକ ନିଷିଦ୍ଧ ଓ ନିୟନ୍ତଣ ଆଇନ-୨୦୧୬ରେ ହୋଇଥିବା ସଂଶୋଧନ ଅନୁଯାୟୀ ୧୮ବର୍ଷ ପୂର୍ଣ୍ଣ କରିନଥିବା ଶିଶୁଙ୍କୁ କୌଣସି ବିପଦ ସଂକୁଳ କାର୍ଯ୍ୟରେ ନିୟୋଜିତ ନକରିବା ଓ ଶିଶୁଶ୍ରମ ମୁକ୍ତ ଓଡ଼ିଶା ଗଠନ ଦିଗରେ ସମସ୍ତେ ସଚେତନ ହେବା ଓ ସହଭାଗିତାର ହାତକୁ ହାତ ମିଳାଇ ଶିଶୁଶ୍ରମକୁ ମୂଳପୋଛ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମରେ ଆହ୍ୱାନ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ସିସିଡବ୍ଲ୍ୟୁଡି ସମ୍ପାଦକ ସଦାଶିବ ସ୍ୱାଇଁ ଯୋଗଦାନ କରି ଶିଶୁମାନଙ୍କର ସ୍ଥାନ କାର୍ଯ୍ୟକ୍ଷେତ୍ର ନହୋଇ ଶିକ୍ଷାକ୍ଷେତ୍ର ହେବା ଜରୁରୀ ବୋଲି କହିଥିଲେ । ଏଦିଗରେ ପରିବାରସ୍ତରରୁ ବ୍ୟାପକ ସଚେତନତା ଲୋଡା । କାର୍ଯ୍ୟକ୍ରମକୁ ଗୀତାଞ୍ଜଳୀ ପଣ୍ଡା, ରେଣୁବାଳା ସାହୁ, ଶିବା ସାହୁ, କୃଷ୍ଣଚନ୍ଦ୍ର ମହନ୍ତ, ଲକି ମହଲା, ସରସ୍ୱତୀ ପରିଡା, ସୁଚରିତା ବେହେରା, ସ୍ନିଗ୍ଧା ଦାସ, ବିଷ୍ଣୁପ୍ରିୟା ସାମଲ ଓ ମାନସ ରଞ୍ଜନ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ । ଏଥିରେ ଭୁବନେଶ୍ୱର ୟଙ୍ଗ ଅର୍ବାନ୍ ୱିମେନ ଫୋରମ୍ ଓ ଅଣସଂଗଠିତ ଶ୍ରମିକ ମଞ୍ଚର ପ୍ରତିନିଧି ମାନେ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *