ଶାରଳା ସଂଗୀତ କଳା କେନ୍ଦ୍ର ଫାଉଣ୍ଡେସନ ପକ୍ଷରୁ ସାରସ୍ୱତ ସମାରୋହ

ଶାରଳା ସଂଗୀତ କଳା କେନ୍ଦ୍ର ଫାଉଣ୍ଡେସନ ପକ୍ଷରୁ ସାରସ୍ୱତ ସମାରୋହ

News From Smruti Ranjan Tripathy (Cuttack)

#କଟକ(ଏନ୍‌.ଏମ୍‌.): ଓଡ଼ିଶା ସଂଗୀତ ଅନୁଷ୍ଠାନ ଶାରଳା ସଂଗୀତ କଳା କେନ୍ଦ୍ର ଫାଉଣ୍ଡେସନ ପକ୍ଷରୁ ଏକ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଶାରଳା ଭବନରେ ହେମନ୍ତ କୁମାର ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ହିନ୍ଦୁସ୍ତାନୀ କଣ୍ଠଶିଳ୍ପୀ ଅରୂପ ଲାଲ ଘୋଷ ଯୋଗଦେଇ ସଂଗୀତର ଯୁଗେ ଯୁଗେ ଆଦର ରହିଛି ବୋଲି କହିଥିଲେ । ସଂଗୀତ କେବଳ କାନକୁ ଭଲ ଲାଗେ ତାହା ନୁହେଁ ହୃଦୟକୁ ମଧ୍ୟ ସ୍ୱତନ୍ତ୍ର ଅନୁଭୂତି ଆଣିଦିଏ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଆକାଶବାଣୀ କଟକର ପୂର୍ବତନ ନିର୍ଦ୍ଦେଶକ ପ୍ରସନ୍ନଜିତ୍ ମହାନ୍ତି ଯୋଗ ଦେଇ ଏହି ଅନୁଷ୍ଠାନ ସଂଗୀତର ପ୍ରଚାର ପ୍ରସାର ନିମନ୍ତେ ଯେଉଁ କାର୍ଯ୍ୟ ନିଷ୍ଠାର ସହ କରି ଆସିଛି ତାହା ସମାଜରେ ଏକ ଉଦାହରଣ ସୃଷ୍ଟି କରିବ ବୋଲି ମତ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଗୀତିକାର ଅରୁଣ ମନ୍ତ୍ରୀ ଓ ବିଜୟ ମଲ୍ଲ ପ୍ରମୁଖ ଯୋଗ ଯୁବପୀଢ଼ିଙ୍କୁ ବହୁ ଉପାଦେୟ ପରାମର୍ଶ ଦେଇଥିଲେ । ଏହି ଅବସରରେ ବହୁ ଶିଶୁ କଣ୍ଠଶିଳ୍ପୀଙ୍କ ସହିତ ପ୍ରତିଷ୍ଠିତ ଓଡ଼ିଶୀ କଣ୍ଠ ଶିଳ୍ପୀମାନେ ଯୋଗଦେଇ ସଂଗୀତ ପରିବେଷଣ କରିଥିଲେ । ଆୟୋଜିତ ପ୍ରତିଯୋଗିତାରେ କୃତି କଳାକାରମାନଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା । ଓଡ଼ିଶୀ ନୃତ୍ୟଶିଳ୍ପୀ ଶୈବାଳିନୀ ଚିତ୍ତାକର୍ଷକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବାବେଳେ ବିଶିଷ୍ଟ ଓଡ଼ିଶୀ ସଙ୍ଗୀତ ଗୁରୁ ଗୋପୀନାଥ ମହାନ୍ତି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *