ଶାନ୍ତି ଶୃଙ୍ଖଳା ସହ ଶେଷ ହେଲା ଚୌଦ୍ୱାର ଗୋଡ଼ିପାଟଣା ଶ୍ରୀଗଣେଶ ମେଲଣ

ଶାନ୍ତି ଶୃଙ୍ଖଳା ସହ ଶେଷ ହେଲା ଚୌଦ୍ୱାର ଗୋଡ଼ିପାଟଣା ଶ୍ରୀଗଣେଶ ମେଲଣ

News by Smruti Ranjan Tripathy (Choudwar)

ଚୌଦ୍ବାର(ଏନ‌.ଏମ‌.): ଆରମ୍ଭ ହୋଇଯାଇଛି ପାର୍ବଣର ଋତୁ। ଗାଆଁ ଠୁ ସହର ଚାରିଆଡ଼େ ଉତ୍ସବ ମୁଖର । ଅଗ୍ର ପୂଜ୍ୟ ଗଜାନନଙ୍କ ପୂଜାରୁ ଆରମ୍ଭ ହୋଇଛି ଚଳିତ ବର୍ଷର ପାର୍ବଣର ପୂଜା। ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ଗୋଡ଼ି ପାଟଣା ଠାରେ ଆରମ୍ଭ ହୋଇଯାଇଛି ଇନ୍ଦୁ ପୂର୍ଣ୍ଣିମା ମହୋତ୍ସବ। ପ୍ରତିବର୍ଷ ପୂର୍ଣ୍ଣମୀ ଠାରୁ ବିଘ୍ନରାଜଙ୍କ ପୂଜାଚର୍ନା କରି ଆରମ୍ଭ ହୁଏ ଏହି କାର୍ଯ୍ୟକ୍ରମ। ତେବେ ଦୀର୍ଘ ଦୁଇ ବର୍ଷ ଧରି କରୋନା ମହପ୍ରଭାବରେ ସାରା ରାଜ୍ୟ ତଥା ଦେଶ ଏକ ବିପପୂର୍ଣ୍ଣ ଅବସ୍ଥାରେ ରହିଥିବାବେଳେ ଚଳିତ ବର୍ଷ ଏହାର ପ୍ରକୋପ କମିବା ପରେ ସରକାରଙ୍କ ନୀତି ନିୟମ ଅନୁଯାୟୀ ପାଳନ କରାଯାଉଛି ଏହି ଇନ୍ଦୁ ପୂର୍ଣ୍ଣିମା ମହୋତ୍ସବ। ଚଳିତ ବର୍ଷ ବିଭିନ୍ନ ସାହିରୁ ପାଖାପାଖି ୧୯ଖଣ୍ଡ ମେଢ଼ ଆସି ଏକାଠି ହୋଇ ଏହି ଯାତ୍ରା ପାଳିତ ହୋଇଛି । ଯାତ୍ରା ଆରମ୍ଭର ପୂର୍ବ ଦିନ ଠାରୁ ବିଭିନ୍ନ ପୂଜା କମିଟି ତରଫରୁ ରଙ୍ଗାରଙ୍ଗ ସଙ୍କୃତିକ କାର୍ଯ୍ୟକ୍ରମକୁ ଆୟୋଜନ କରାଯାଇଥିଲା। ଯାତ୍ରା ପ୍ରଥମ ଦିନ ବିଭିନ୍ନ ସାହିର ମେଢ଼ ଗୁଡ଼ିକ ନିଜ ନିଜର ବ୍ୟାଣ୍ଡ ପାଟି ସହ ନାଚ ଗୀତ କରି ଯାତ୍ରା ପଡିଆକୁ ଆସିଥାନ୍ତି। ତାପର ଦିନ ପ୍ରଥମ ଥାନପତି ଭାବେ ଗନ୍ଦର୍ବନାଥ ମେଢ଼କୁ ଏକ ନମ୍ୱର୍ ଭାବେ କମିଟି ତରଫରୁ ଛନ୍ଦା ଦିଆ ଗଲାପରେ, ଇନ୍ଦ୍ରାଣୀପାଟଣା, ଦାଶରଥି ପାଟଣା, ଟିପିଏମ୍ ବଣିକ ସଂଘ, ମାର୍କେଟ, ମୁରଦ ଖାଁ ପାଟଣା, ଦୌଲତାବାଦ୍, ଲକ୍ଷ୍ମୀ ନାରାୟଣପୁର୍, ଗୋପାଳପୁର, ଜେନାପାଟଣା, ମଙ୍ଗଳା ସାହି, ଦେହୁରୀ ସାହି, ଗୋଡି ପାଟଣା, ଜେନିପୂର୍, ଚାରିଘରିଆ, ପାଇକେରାପୂର୍ , ଝାଡୁଆପାଟଣା, ଟିପିଏମ୍ ଲକ୍ଷ୍ମୀ ନାରାୟଣ ସାହି, ଚଷାପଡ଼ା ପ୍ରମୁଖ ମେଢ଼ ଗୁଡ଼ିକୁ ପୂଜା କମିଟି ତରଫରୁ ଛନ୍ଦା ଦିଆଯାଇ ନିଜନିଜର ନମ୍ବର ଓ ସମୟ ଅନୁଯାଇ ଚଷାପଡ଼ା ରାଜଘାଟ ନିକଟସ୍ତ ମହାନଦୀରେ ବିସର୍ଜିତ ହୋଇଥାନ୍ତି।ଏହି ପରିପ୍ରେକ୍ଷୀରେ ଯାତ୍ରା ପଡିଆରେ ଏକ ମିନାବଜାର ଦେଖିବାକୁ ମିଳେ। ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ବ୍ୟବସାୟୀମାନେ ଛୁଟିଆସି ଏଠାରେ ନିଜ ନିଜର ବ୍ୟବସାୟର ପସରା ଆରମ୍ଭ କରନ୍ତି। ଘରକରଣ ଜିନିଷ ଠାରୁ ଆରମ୍ଭ କରି ଦୋଳି, ଛୋଟ ପିଲମାନଙ୍କ କଣ୍ଢେଇ, ବିଭିନ୍ନ ମନୋରଞ୍ଜନ ବିତିକ ଉପକରଣ, ପୂଜା ସାମଗ୍ରୀ ସହ ଚଟପଟି ଖାଦ୍ୟ ଯଥା ଚାଟ୍, ଆଇସକ୍ରିମ, ଦହିବରା, ପାମ୍ପଡ, ମୋମୋ, ରସାବଳି, ମଥୁରା କେକ୍ ବିଭିନ୍ନ ପ୍ରକାର ଖାଦ୍ୟର ପସରା ଖୋଲିଛି। ଚୌଦ୍ୱାର ତଥା ଆଖ ପାଖ ଅଞ୍ଚଳରୁ ବହୁ ଲୋକ ଆସି ଏକାଠି ହୋଇ ଏହି ଯାତ୍ରାକୁ ଉପଭୋଗ କରନ୍ତି। ତେବେ ପ୍ରଶାସନ ପକ୍ଷରୁ ୮ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିବାବେଳେ, ଯାତ୍ରା ପଡିଆରେ ଏକ ଅସ୍ଥାୟୀ ପୁଲିସ କ୍ୟମ୍ପ ସହ ଫାୟାର କର୍ମଚାରୀ, ତଥା ବିଦୁତ୍ ବିଭାଗ ସହ ଅନ୍ୟାନ୍ୟ ବିଭାଗକୁ ସଜାଗ ରହିଥିବାର ଦେଖିବାକୁ ମିଳିଛି। ଏହି ଯାତ୍ରାର ଶେଷ ଦିନ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଯୋଗଦେଇ ଯାତ୍ରାକୁ କିଭଳି ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠାନ ଓ ପରମ୍ପରା କିଭଳି ଆଗକୁ ଆହୁରି ବଜାୟ ରହିବା ସେଥିପାଇଁ ନିବେଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚୌଦ୍ୱାର ପୌରାଧ୍ୟକ୍ଷା ମାନସୀ ସ୍ଵର୍ଣ୍ଣପ୍ରଭା ସାମଲ, ଭାଇସ୍ ଚେୟାରମ୍ୟାନ ଶୁଭେନ୍ଦୁ ସାମଲଙ୍କ ସହ ସମସ୍ତ ପାରିଷଦଗଣ ଓ ସମସ୍ତ ସାହିର ମୂରବୀ ଯୋଗ ଦେଇଥିଲେ। ଏହି ଅବସରେର ଚଳିତ ବର୍ଷର ଗଣେଶ ପୁସ୍ତକ ଉନ୍ମୋଚନ କରାଯାଇଥିଲା। କମିଶରେଟ୍ ପୋଲିସ ଜୋନ ୧ ଏସିପିଙ୍କ ସହ ଚୌଦ୍ୱାର ପୋଲିସ ଆଇଆଇସି ବିରଞ୍ଚି ନାରାୟଣ ପତି, ଓ ଏସଆଇ ରଂଜନ ନାୟକ ଆଇନ ଶୃଙ୍ଖଳା ପରିସ୍ଥିତିକୁ ପରିଚାଳନା କରିଥିଲେ। ଶାନ୍ତି ଶୃଙ୍ଖଳାର ଏହି ମେଳଣ ସମାପନ ହୋଇଥିବାରୁ କର୍ମକର୍ତ୍ତା ମାନଙ୍କ ପକ୍ଷରୁ ସୁଧାକର ମହାପାତ୍ର, ଅଜୟ କୁମାର ବେହେରା ସମସ୍ତ ଅଞ୍ଚଳବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *