ଲୋକେସବା ଭବନ କନଭେନସନ ସେଣ୍ଟର ଠୋର ଚଳଚ୍ଚିତ୍ର ‘ଦମନ’ ପ୍ରଦର୍ଶିତ
ଏହା ଏକ ବାସ୍ତବଧର୍ମୀ ଓ ପ୍ରେରଣାଦାୟୀ ଚଳଚ୍ଚିତ୍ର – ମୁଖ୍ୟ ଶାସନ ସଚିବ

ଭୁବେନଶ୍ୱର(ଏନ୍.ଏମ୍.): ମାଲେରିଆ ନିରାକରଣ ଉପେର ପର୍ଯ୍ୟବେସିତ ‘ଦମନ’ ଚଳଚିତ୍ର ଖୁବ୍ ବାସ୍ତବଧର୍ମୀ ଓ ପ୍ରେରଣାଦାୟୀ ହୋଇଥିବାରୁ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରମୁକ୍ତ କରିଛନ୍ତି । ବିଭିନ୍ନ ଅଞ୍ଚଳରେ କଷ୍ଟକର ସ୍ଥିତିରେ କାର୍ଯ୍ୟକରୁଥିବା ଡାକ୍ତର ଓ ଅନ୍ୟ ଅଧିକାରୀମାନଙ୍କୁ ଏହା ଉତ୍ସାହିତ କରିବ । ଚଳଚ୍ଚିତ୍ରର, କାହାଣୀ, ଚରିତ୍ର ଓ ଅଭିନୟ ଦୃଷ୍ଟିରୁ ଏହାର ଲୋକପ୍ରିୟତା ବଢିବାରେ ଲାଗିଛି ଓ ଏହା ହିନ୍ଦୀ ଭାଷୋର ଡବିଂହେବାକୁ ଯାଉଛି । ଫଳରେ ଏହା ଭାରତର ବିଭିନ୍ନ ପ୍ରେଦଶରେ ଲୋକପ୍ରିୟତା ହାସଲ କରିବ । ବିଭିନ୍ନ ଦୁଗର୍ମ ଅଞ୍ଚଳରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କମର୍ଚାରୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଆଗାମୀ ଦିନରେ ଏହାକୁ ସବୁ ଜିଲ୍ଲାରେ ପ୍ରଦର୍ଶିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇଛନ୍ତି । ଲୋକେସବା ଭବନ ସ୍ଥିତ କନଭେନସନ ସେଣ୍ଟର ଠାରେ ପ୍ରଦର୍ଶିତ ଦମନ ଚଳଚ୍ଚିତ୍ର ଦେଖିବା ଅବସରେର ମୁଖ୍ୟ ଶାସନ ସଚିବ ଏହା କହିଛନ୍ତି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ସହେଯାଗରେ ଆଜି ଦମନ ଚଳଚ୍ଚିତ୍ର ପ୍ରଦର୍ଶନ ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅରିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗଦେଇ ଆଗାମୀ ଦିନରେ ଏହିଭଳି ବାସ୍ତବଧର୍ମୀ ଚଳଚ୍ଚିତ୍ରର ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ । ଓଡିଶା ଚଳଚ୍ଚିତ୍ର ନିଗମର ସହେଯାଗ ତଥା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅପର୍ଣ କରିବା ସହିତ ଚଳଚ୍ଚିତ୍ରର ଲୋକପ୍ରିୟତା ଦୃଷ୍ଟିରୁ ଏହାକୁ ପୁନଶ୍ଚ କନଭେନସନ ସେଣ୍ଟର ଠାରେ ପ୍ରଦର୍ଶନ କରାଯିବ ବୋଲି ମଧ୍ୟ ସେ କହିଥିଲେ । ଓଡିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ସତ୍ୟବ୍ରତ (କୁନା) ତ୍ରିପାଠୀ କହିଲେ ଯେ, ୮୬ ବର୍ଷର ଓଡିଆ ସିନେମା ଇତିହାସରେ ଏଭଳି ସିନେମା ଏକ ଅଭିନବ ପଦେକ୍ଷପ । ଆଗାମୀ ଦିନରେ ଏହା ସବୁ ନିଦ୍ଦେର୍ଶକ, ପ୍ରେଯାଜକ ଓ ଅଭିନେତାମାନଙ୍କୁ ଉତ୍ସାହିତ କରିବ । କାର୍ଯ୍ୟକ୍ରମରେ ଚଳଚିତ୍ରର ମୁଖ୍ୟ ଅଭିନେତା ବାବୁସାନ ମହାନ୍ତି, ଯୁଗ୍ମ ରଚୟିତା ଓ ନିଦ୍ଦେର୍ଶକ ବିଶ୍ୱାଳ ମୌର୍ଯ୍ୟା ଏବଂ ଦେବୀ ପ୍ରସାଦ ଲେଙ୍କାଙ୍କ ସହିତ ପ୍ରଯୋଜକ ଦୀପେନ୍ଦ୍ର ସାମଲଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସମ୍ବର୍ଦ୍ଧିତ କରିଥିଲେ । ବିଭିନ୍ନ ବିଭାଗର ଅଧିକାରୀ ଓ କମର୍ଚାରୀମାନେ ଯୋଗଦେଇ ଚଳଚ୍ଚିତ୍ର ଦେଖିଥିଲେ । ବିଭାଗର ନିଦ୍ଦେର୍ଶକ ରଞ୍ଜନ କୁମାର ଦାସ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

