ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଉଦଯାପିତ: ଜଗତଗୁରୁ ରାମ ଭଦ୍ରାଚ୍ଚାର୍ଯ୍ୟ ଜୀଙ୍କ ୭୪ ତମ ଜନ୍ମୋତ୍ସବ

ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଉଦଯାପିତ: ଜଗତଗୁରୁ ରାମ ଭଦ୍ରାଚ୍ଚାର୍ଯ୍ୟ ଜୀଙ୍କ ୭୪ ତମ ଜନ୍ମୋତ୍ସବ


ପୁରୀ(ଏନ୍‌.ଏମ୍‌.): ସ୍ଥାନୀୟ ସମୁଦ୍ର କୂଳ ସ୍ଥିତ ରୁମାନୀ ହୋଟେଲ ସମ୍ମିଳନୀ କକ୍ଷ ପରିସରରେ ଶ୍ରୀରାମ ସୁନ୍ଦରକଣ୍ଡ ଚାରିଟେବୁଲ ଟ୍ରଷ୍ଟ ଏବଂ ଗୋବିନ୍ଦ ଗୋ-ଧାମ ଗୋଶାଳା ତରଫରୁ ଆୟୋଜିତ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବର ଉଦଯାପନୀ ହୋଇଯାଇଛି । ଏହି ଅବସରରେ ଉତ୍ତରା କାଣ୍ଡ ପାଠ କରାଯାଇ ରାଜାଭିଷେକ, କଳିଯୁଗର ରୀତିନୀତି ବର୍ଣ୍ଣନା କରାଯାଇଥିଲା । ଗୋରୁଆଳ ଗ୍ରାମ ନିକଟ ଆଳିପଡ଼ା ଗ୍ରାମ ସ୍ଥିତ ଟ୍ରଷ୍ଟର ଗୋବିନ୍ଦ ଗୋଧାମ ଗୋଶାଳା ପରିସରରେ ଉତ୍ତର ପ୍ରଦେଶର ଚିତ୍ରକୂଟର ତୁଳସୀ ପିଠାଧୀଶ୍ୱର ଜଗତଗୁରୁ ପଦ୍ମ ବିଭୂଷଣ ରାମ ଭଦ୍ରାଚ୍ଚାର୍ଯ୍ୟ ମହାରାଜ ଜୀଙ୍କ ୭୪ ତମ ଜନ୍ମେ୍ମାତ୍ସବ ପାଳିତ ହୋଇଥିଲା । ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଉଦଯାପନୀ ତଥା ଜଗତଗୁରୁ ଜୀଙ୍କ ଜନ୍ମେ୍ମାତ୍ସବ ଅବସରରେ ବୈଦିକ ବ୍ରାହ୍ମଣମାନଙ୍କ ଦ୍ୱାରା ହୋମ ଯଜ୍ଞ କରାଯିବା ସହିତ ଗୋବିନ୍ଦ ଗୋଧାମ ଗୋଶାଳାର ଓଡିଶା ବିଭିନ୍ନ ସ୍ଥାନରେ ଥିବା ୯ଗୋଟି ଶାଖାର ଗୋଭକ୍ତ ପ୍ରତିନିଧିମାନେ ଗୋଧୂଳି ସନ୍ଧ୍ୟା ସମୟରେ ଗୋମାତାଙ୍କ ପୂଜନ କରିଥିଲେ । ଏହି ଅବସରରେ ଟ୍ରଷ୍ଟ ତରଫରୁ ସ୍ଥାନୀୟ ଗ୍ରାମବାସୀମାନଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା । ତେଲେଙ୍ଗାନା ନିଜାମାବାଦର ଆନ୍ତର୍ଜାତୀୟ ରାମ ଚରିତ ମାନସ ପାଠକ ସୁରେଶ ସାରଡା, ସରତ ସାରଡାଙ୍କ ସୁମଧୁର କଣ୍ଠରେ ଉତ୍ତର କାଣ୍ଡ ପାଠ କରିଥିଲେ । ଉଭୟ ଉତ୍ସବକୁ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଏବଂ ଟ୍ରଷ୍ଟର ମୁଖପାତ୍ର ତଥା ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *