ରାମଲାଲାଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠାକୁ ନେଇ ସମଗ୍ର ଚୌଦ୍ୱାର ଅଞ୍ଚଳ ହୋଇପଡ଼ିଲାଣି ଉତ୍ସବ ମୁଖର

ରାମଲାଲାଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠାକୁ ନେଇ ସମଗ୍ର ଚୌଦ୍ୱାର ଅଞ୍ଚଳ ହୋଇପଡ଼ିଲାଣି ଉତ୍ସବ ମୁଖର


#ଚୌଦ୍ୱାର(ଏନ୍‌.ଏମ୍‌.): ଜାନୁଆରି ୨୨ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ଅବ୍ୟବହିତ ପୂର୍ବରୁ ସମଗ୍ର ଚୌଦ୍ୱାର ତଥା ଏହାର ଆଖପାଖ ଅଞ୍ଚଳ ତଥା ବିଭିନ୍ନ ପଞ୍ଚାୟତ ମାନ ଉତ୍ସବ ମୁଖର ହୋଇପଡିଛି । ଏହି ଅବସରରେ ଚୌଦ୍ୱାରର ଓଟିଏମ୍ ହନୁମାନ ମନ୍ଦିର, କଳିଙ୍ଗଛକସ୍ଥିତ ରାମ ମନ୍ଦିର, ନଖରା ଗ୍ରାମ ପଞ୍ଚାୟତ ଚାଞ୍ଚୋସ୍ଥିତ ହନୁମାନ ମନ୍ଦିର, ନୁନଟିକିରି ହନୁମାନ ମନ୍ଦିର, ବାଣୀପଦା ହନୁମାନ ମନ୍ଦିର, କୁମାର ପୁର ହନୁମାନ ମନ୍ଦିର, ଆଗ୍ରାହାଟ ହନୁମାନ ମନ୍ଦିର, ବ୍ରାହ୍ମଣ ସାହି ରାମଲୀଲା ଅନୁଷ୍ଠାନ ସମେତ ବିଭିନ୍ନ ମନ୍ଦିର, ମଠ ହୋଇଉଠିଛି ରାମମୟ ପରିବେଶ । ସେହିପରି ପ୍ରଭୁ ଶ୍ରୀରାମ ମନ୍ଦିର, ମଠ, ଓ ହନୁମାନ ମନ୍ଦିର ମାନଙ୍କରେ ଏବେଠୁ ଦେଖିବାକୁ ମିଳିଛି ଭକ୍ତି ଓ ଭାବମୟ ପରିବେଶ । ତେବେ ସ୍ଥାନୀୟ କୟଳପଡ଼ା ପଞ୍ଚାୟତ ସିମିଲିହାଣ୍ଡ ଗ୍ରାମର ରାଧାମାଧବ ମଠ ଓ ଶ୍ରୀ ଶ୍ରୀ ରଘୁନାଥ ଜୀଉ ରାମଲୀଳା ପ୍ରଚାର ସମିତି ପକ୍ଷରୁ ମଧ୍ୟ ଆସନ୍ତା କାଲି ନିମନ୍ତେ ପ୍ରଭୁ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅଞ୍ଚଳରେ ବହୁ ଉତ୍ସାହୀ ଯୁବକମାନେ ବିଭିନ୍ନ ସ୍ଥାନରେ ରାମନାମ ନାରା ସହ ପ୍ରଭୁ ହନୁମାନଙ୍କ ଧ୍ୱଜା ମଧ୍ୟ ବିଭିନ୍ନ ଛକ ଓ ମନ୍ଦିରମାନଙ୍କରେ ଲଗାଇବା ସହିତ ପ୍ରଭୁ ଶ୍ରୀ ରାମଙ୍କ ଭଜନ ସଂକୀର୍ତ୍ତନ କରି ନାଚଗୀତ କରୁଥିବାର ଦେଖିବାକୁ ମିଳିଛି । ପୁନଶ୍ଚ ଅଞ୍ଚଳର ବିଭିନ୍ନ ସ୍ଥାନରେ ରାମପ୍ରେମୀ ଶ୍ରଦ୍ଧାଳୁମାନେ ଜୟଶ୍ରୀରାମ ଓ ଜୟହନୁମାନ ଧ୍ୱନୀ ଦେଇ ଶୋଭାଯାତ୍ରା କରୁଥିବା ଦେଖିବାକୁ ମିଳିଛି । ଆସନ୍ତା ୨୨ ତାରିଖ ଲାଗି ଅନୁଷ୍ଠାନ ପକ୍ଷରୁ କେଉଁଠି ନଗର ଭ୍ରମଣ, ସଂକୀର୍ତ୍ତନ, ଭଜନ, ପ୍ରବଚନ, ସମୂହ ଦୀପଦାନ, ପ୍ରସାଦ ସେବନ, ରାମଚରିତ ମାନସ ପଠନ ସହିତ କୟଳପଡ଼ା ସିମିଳିହାଣ୍ଡ ଗ୍ରାମରେ ୪୦ଫୁଟ ଉଚ୍ଚତା ସମ୍ପନ୍ନ ଧ୍ୱଜା ଉତ୍ତୋଳନ ସହିତ ସମୂହ ଗ୍ରାମ ପରିକ୍ରମା ଓ ପଦଯାତ୍ରା ଆଦି ବିଭିନ୍ନ କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *