ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଶୀତବସ୍ତ୍ର ବିତରଣ

ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଶୀତବସ୍ତ୍ର ବିତରଣ

News by Padmalochan Mishra (Cuttack)

କଟକ (ଏନ୍‍.ଏମ୍‍.): ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଆଜି ଦିବା ୧୧.୩୦ ଘଟିକା ସମୟରେ କଟକ ମହାନଗର ନିଗମ ୨୨ ନମ୍ବର ୱାର୍ଡ଼ର ବାରପଥ ରୋଡ଼ ସ୍ଥିତ ଧୋବିଲେନ୍ ଠାରେ ଶ୍ରୀ ଶ୍ରୀ ଷୋଳପୁଅ ମା’ ମନ୍ଦିର ପରିସରରେ ଶୀତ ବସ୍ତ୍ର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ଅସହାୟ ଗରିବ ମହିଳା ଓ ଶିଶୁମାନଙ୍କୁ ଶୀତବସ୍ତ୍ର ବିତରଣ କରାଯାଇଥିଲା । ୩୫ ନମ୍ବର ୱାର୍ଡ଼ର କର୍ପୋରେଟର ଜେ. କାମେଶ ରାଓ, କିଶୋର ମହାନ୍ତି, ଆଦି ନାରାୟଣ, ସଂଗ୍ରାମ ବେହେରା, ବାବୁ କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହି ଶୀତବସ୍ତ୍ର ବିତରଣ କରିଥିଲେ । ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ କିସନ କୁମାର ଶର୍ମାଙ୍କ ଅଧ୍ୟକ୍ଷତାରେ ଶୀତବସ୍ତ୍ର ବିତରଣ କରାଯାଇଥିଲା । ସ୍ଥାନୀୟ ଅଂଚଳ ବାସୀମାନେ ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦର ଏଭଳି ସେବା ମନୋବୃତିକୁ ଉଚ୍ଚ ପ୍ରଶଂସା କରିଥିଲେ । ସ୍ମୃତି ସଂସଦର ସମ୍ପାଦକ ମନୋଜ କୁମାର ଶର୍ମା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କହିଲେ ଚଳିତ ଶୀତୠତୁରେ ସର୍ବପ୍ରଥମ ଧୋବିଲେନ୍ ଠାରୁ ଶୀତବସ୍ତ୍ର ବିତରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଆଗାମୀ ଦିନରେ ବିଭିନ୍ନ ୱାର୍ଡ଼ରେ ଏଭଳି ଶୀତବସ୍ତ୍ର ବିତରଣର କାର୍ଯ୍ୟକ୍ରମ ରହିଛି । ବିଶେଷକରି ସହରର ଦରିଦ୍ର ସୀମାରେଖାରେ ବସବାସ କରୁଥିବା ଲୋକମାନଙ୍କୁ ଶୀତବସ୍ତ୍ର ବିତରଣ କରାଯାଉଛି । ଏହି କାର୍ଯ୍ୟକ୍ରମରେ ସୁଶୀଲ ଶର୍ମା, ଦେବ କିଶୋର ପଣ୍ଡା, ସ୍ମୃତିରଞ୍ଜନ ରାଉତ, ଏମ୍ ଶଙ୍କର ରାଓ ଓ ବିଜେନ୍ଦ୍ର ରାମ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *