ରାମଗଡ଼ ଅଙ୍ଗନୱାଡ଼ି କେନ୍ଦ୍ର ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ

ରାମଗଡ଼ ଅଙ୍ଗନୱାଡ଼ି କେନ୍ଦ୍ର ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ


କଟକ(ଏନ୍‍.ଏମ୍‍.): ସମ୍ପ୍ରତି ରାଜ୍ୟରେ କରୋନା ମହାମାରୀର ପ୍ରକୋପ କ୍ରମଶଃ ହ୍ରାସ ପାଇ ସରକାରଙ୍କ ତରଫରୁ ଅନ୍ ଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆମ କଟକ ଜିଲ୍ଲାରେ କିନ୍ତୁ କରୋନା ସଂକ୍ରମଣ ସ୍ଥିତି ପୂର୍ବ ପରି ରହିଛି । ଏଥିପାଇଁ ଜନସାଧାରଣଙ୍କ ସଚେତନତାର ବିଶେଷ ଗୁରୁତ୍ୱ ରହିଛି । ତେଣୁ ଆଜି କଟକ ସହରାଞ୍ଚଳ-୨ ଶିଶୁ ବିକାଶ ପ୍ରକଳ୍ପ ଅଧିନସ୍ଥ ୧୦ନମ୍ବର ୱାର୍ଡର ରାମଗଡ଼ ଅଙ୍ଗନୱାଡ଼ି କେନ୍ଦ୍ର ତରଫରୁ ଅଙ୍ଗନବାଡ଼ି କର୍ମୀ ଜ୍ୟୋତ୍ସ୍ନାରାଣୀ ସିଂଙ୍କ ତତ୍ତ୍ୱାବଧାନରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ରାମଗଡ଼ ଅଙ୍ଗନୱାଡ଼ି କେନ୍ଦ୍ର ତରଫରୁ ଗ୍ରାମର ସମସ୍ତ ଗଳି କନ୍ଦିରେ ଡାକବାଜି ଯନ୍ତ୍ର ସାହାଯ୍ୟରେ କରୋନା ସମ୍ବନ୍ଧୀୟ ସମସ୍ତ ବାର୍ତ୍ତା ଦିଆଯାଇଥିଲା । ଯେପରିକି, ମୁହଁ ଓ ନାକ ଘୋଡ଼ାଇ ମାସ୍କ ପିନ୍ଧିବା, ସାବୁନ୍‌ରେ ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବ, ଜରୁରୀ ଆବଶ୍ୟକ ନଥିଲେ ବାହାରକୁ ନବାହାରିବା, କୌଣସି ସ୍ଥାନରେ ଜନଗହଳି ନକରିବା, ସାମାଜିକ ଦୂରତା ରକ୍ଷା କରିବା, କରୋନା ପ୍ରତିଷେଧକ ଟିକା ଗ୍ରହଣ କରିବା, ଥଣ୍ଡା, କାଶ, ଜ୍ୱର ହେଲେ ନିଜେ ସଙ୍ଗରୋଧରେ ରହିବା ସହିତ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ କୋଭିଡ ପରୀକ୍ଷା କରାଇବା ଏବଂ ଅଣ ସଂକ୍ରାମକ ରୋଗ ଯଥା ରକ୍ତଚାପ, ହୃଦ୍ ରୋଗ, କର୍କଟ ରୋଗ, ମଧୁମେହ ଆଦି ରୋଗ ଗୁଡ଼ିକର ଆବଶ୍ୟକୀୟ ଚିକିତ୍ସା କରାଇବା ଏସବୁ ସମ୍ବନ୍ଧରେ ସ୍ଥାନୀୟ ବାସିନ୍ଦାମାନଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ରାମଗଡ଼ ଅଙ୍ଗନୱାଡ଼ି କେନ୍ଦ୍ରର ସହାୟିକା ବାସନ୍ତୀ ବେହେରା, ଆଶା କର୍ମୀ ଜୟଶ୍ରୀ ସାହୁ,୧୦ ନମ୍ବର ୱାର୍ଡର ସ୍ୱଚ୍ଛସାଥୀ ବିପାଶା ସାମଲ ପ୍ରମୁଖ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *