ରାଜ୍ୟସ୍ତରୀୟ ନାଟ୍ୟୋତ୍ସବରେ ଯୋଗ ପାଇଁ କଟକର ସଂକ୍ରାନ୍ତି ସାଂସ୍କୃତିକ ପରିଷଦର କୋରାପୁଟ ଯାତ୍ରା
#କଟକ(ଏନ୍.ଏମ୍.): କୋରାପୁଟର ଦାମନଯୋଡ଼ି ଠାରେ ହେଉଥିବା ରାଜ୍ୟସ୍ତରୀୟ ପଞ୍ଚପଟ୍ଟମାଳି ନାଟ୍ୟୋତ୍ସବରେ ଯୋଗଦେବା ଲାଗି ଦରଘା ବଜାରସ୍ଥିତ ସଂକ୍ରାନ୍ତି ସାଂସ୍କୃତିକ ପରିଷଦ ଯାତ୍ରା କରିଛି । ସେଠାରେ ପରିଷଦ ପକ୍ଷରୁ ନାଟକ ‘କ୍ଷତାକ୍ତ ଅପରାହ୍ନ’ ଆସନ୍ତା କାଲି ସଂଧ୍ୟାରେ ମଞ୍ଚସ୍ଥ କରାଯିବ । ପରିଷଦର ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ, ନାଟକର ନିର୍ଦ୍ଦେଶକ ହେମନ୍ତ ଦାଶଙ୍କ ନେତୃତ୍ୱରେ ପରିଷଦର କଳାକାରମାନେ ଆଜି ସନ୍ଧ୍ୟାରେ କୋରାପୁଟ ଯାତ୍ରା କରିଛନ୍ତି । ଏହି ନାଟକରେ ଆଲୋକ ନାୟକ, ବିଶ୍ୱଭୂଷଣ ମହାନ୍ତି, ଚିତ୍ତରଞ୍ଜନ ପାତ୍ର, ଚନ୍ଦନ ସାହୁ, ମାନସୀ ପାତ୍ର, ସୁଭଦ୍ରା ମହାରଣା, ସନ୍ତୋଷ ପାତ୍ର, ସୁଧାଂଶୁ ମହାପାତ୍ର, ସୌମ୍ୟାଶ୍ରୀ ଦାଶ ଏବଂ ନକୁଳ ଓଝା ପ୍ରମୁଖ ଅଭିନୟ କରିବେ ବୋଲି ସଭାପତି ପ୍ରଣବ କର ସୂଚନା ଦେଇଛନ୍ତି । ଡ. ବିଧୁଭୂଷଣ ପଣ୍ଡାଙ୍କ ରଚିତ ଏହି ନାଟକରେ ସଙ୍ଗୀତ ଦେଇଛନ୍ତି ବିନୟ ଦାଶ । ପରିଷଦର ସଭ୍ୟ ଅଶୋକ ଦଳାଇ ଏବଂ ମମତା ବେହେରା ନାଟକ ପରିଚାଳନା କରୁଛନ୍ତି ।