ରାଜ୍ୟସ୍ତରୀୟ ଗୋଷ୍ଠୀ ବେତାର କର୍ମଶାଳା #

ରାଜ୍ୟସ୍ତରୀୟ ଗୋଷ୍ଠୀ ବେତାର କର୍ମଶାଳା
– କିଶୋର କିଶୋରୀ ଓ ଯୁବ ସାମ୍ବାଦିକଙ୍କ ଦକ୍ଷତା ବିକାଶ କର୍ମଶାଳା ଆୟୋଜିତ
– ୩୦ ଜଣ ଗୋଷ୍ଠୀ ବେତାର ଯୁବ ସାମ୍ବାଦିକଙ୍କୁ ତାଲିମ ପ୍ରଦାନ

News by Ajit Kumar Mallick (Konark)

#କୋଣାର୍କ(ଏନ୍‌.ଏମ୍‌.): କୋଣାର୍କ ସ୍ଥିତ ଯାତ୍ରୀନିବାସ ଠାରେ ରାଜ୍ୟସ୍ତରୀୟ ଗୋଷ୍ଠୀ ବେତାର କେନ୍ଦ୍ରମାନଙ୍କର କୌଶଳ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇ ଦିନିଆ କର୍ମଶାଳାରେ ରାଜ୍ୟର ୧୫ ଟି ଗୋଷ୍ଠୀ ବେତାର କେନ୍ଦ୍ରରୁ ୩୦ ଜଣ କିଶୋର କିଶୋରୀ ଓ ଯୁବ ସାମ୍ବାଦିକ ଯୋଗ ଦେଇଥିଲେ । ୟୁନିସେଫ ସହାୟତାରେ ସାମାଜିକ ସଂଗଠନ ୟଙ୍ଗଇଣ୍ଡିଆ ଦ୍ୱାରା ଆୟୋଜିତ ଏହି କର୍ମଶାଳାରେ ୟୁନିସେଫ୍‌ର ଟିକାକରଣ ପରାମର୍ଶ ଦାତା ଡାକ୍ତର ଅନିଲ ପଟ୍ଟନାୟକ, ଆକ୍ସନଏଡର୍ ପରିବେକ୍ଷଣ ଏବଂ ମୂଲ୍ୟାଙ୍କନ ଅଧିକାରୀ ବି. ଏନ୍‌. ଦୁର୍ଗା, ରାଜ୍ୟ ଗୋଷ୍ଠୀ ବେତାର ମହାସଂଘର ସଭାପତି ଏସ୍‌.ଏ.ସଫିକ୍‌, ବିଜେବି ମହାବିଦ୍ୟାଳୟ ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗର ମୁଖ୍ୟ ପ୍ରଫେସର ନଳିନୀ ପାତ୍ର, ରେଡିଓ ବୁଲ୍‌ବୁଲ୍‌ର ନିର୍ଦ୍ଦେଶକ ମହମ୍ମଦ ନିୟାଜ୍‌, ୟଙ୍ଗଇଣ୍ଡିଆର ସଭାପତି ଏନ୍‌.ଏ.ଶାହଃ ଅନ୍‌ସାରୀ ପ୍ରମୁଖ ଅତିଥିଭାବେ ଯୋଗଦେଇ ଗୋଷ୍ଠୀ ବେତାରର ଆବଶ୍ୟକତା ଓ ଯୁବ ଗୋଷ୍ଠୀର ଭୁମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏନ୍‌.ଏ.ଶାହଃ ଅନ୍‌ସାରୀ ଗୋଷ୍ଠୀ ବେତାର କେନ୍ଦ୍ରର ସଂକଳ୍ପନା ଏବଂ ଇତିହାସ ସମ୍ବନ୍ଧରେ ବିସ୍ତାର ଆଲୋଚନା କରିଥିଲେ ଏବଂ ଗୋଷ୍ଠୀ ବେତାର ସାମ୍ବାଦିକମାନେ ଗୋଷ୍ଠୀର ଉନ୍ନତିରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ବୋଲି କହିଥିଲେ । ୟୁନିସେଫ୍‌ର ଟିକାକରଣ ପରାମର୍ଶ ଦାତା ଡ.ଅନିଲ୍ ପଟ୍ଟନାୟକ ଗୋଷ୍ଠୀ ବେତାର ସାମ୍ବାଦିକ ମାନଙ୍କ ସହ ଆଲୋଚନା କରି କୋଭିଡ୍ ଟିକାକରଣ,ପିଲାଙ୍କ ନିୟମିତ ଟିକାକରଣ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିବା ସହିତ ଗୋଷ୍ଠୀ ବେତାର କେନ୍ଦ୍ର ମାନେ କିଭଳି ଭାବରେ ଜଣେ ସଚେତନତା ମୂଳକ କାର୍ଯ୍ୟକ୍ରମ କରିପାରିବେ ସେ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ବି.ଏନ୍‌. ଦୁର୍ଗା ରାଜ୍ୟର ବିଭିନ୍ନ ଜିଲ୍ଲାରେ ବାଲ୍ୟବିବାହର ସ୍ଥିତି ଏବଂ ଏହା ସମାଜ ଉପରେ କିଭଳି କୁପ୍ରଭାବ ପକାଉଛି ସେ ସଂପର୍କରେ ପ୍ରଶିକ୍ଷଣ ଦେବା ସହିତ ଯୁବ ସାମ୍ବାଦିକମାନେ କିଭଳି ସଚେତନଧର୍ମୀ କାର୍ଯ୍ୟକ୍ରମ କରିପାରିବେ ସେ ସମ୍ବନ୍ଧରେ ଆଲୋଚନା କରିଥିଲେ । ଶେଖ୍ ମହମ୍ମଦ୍ ନିୟାଜ୍ ଗୋଷ୍ଠୀର ଉନ୍ନତିରେ ସାମାଜିକ ଗଣମାଧ୍ୟମ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ବୋଲି କହିଥିଲେ । ସକରାତ୍ମକ ମନବୃତ୍ତି ନେଇ, ଲୋକ ଆକର୍ଷିତ ତଥ୍ୟକୁ ଗୁରୁତ୍ୱ ଦେଇ, ଯେ କୌଣସି ରେଡିଓ କାର୍ଯ୍ୟକ୍ରମକୁ କିଭଳି ଉନ୍ନତ ଢଙ୍ଗରେ ପ୍ରସ୍ତୁତ କରାଯିବ ଯାହା ଶ୍ରୋତାଙ୍କ ରୁଚିକୁ ବଢାଇବାରେ ସଫଳ ହେବ ବୋଲି ପ୍ରଫେସର ପାତ୍ର ଗୁରୁତ୍ୱାରୋପ କରିଥିଲେ । ରେଡିଓ ସ୍ୱଂୟଶକ୍ତିର ନିର୍ଦ୍ଦେଶକ ଯୁବସାମ୍ବାଦିକ ମାନଙ୍କ ମନୋବଳ ବଢାଇବା ସହିତ ଏହି ପ୍ରଶିକ୍ଷଣ ମାଧ୍ୟମରେ ନିଜ ନିଜ ଗୋଷ୍ଠୀରେ ଉନ୍ନତି ମୂଳକ କାର୍ଯ୍ୟ କରିବାକୁ କହିଥିଲେ । ସମାଜସେବୀ ଦୁର୍ଗା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳାକୁ ୟଙ୍ଗଇଣ୍ଡିଆର ସଂଯୋଜକ ଅନ୍ଦାଜ ଆରନ, ରୋଜାଲିନ୍ ପ୍ରଧାନ,ଏସ୍‌. କାଜଲ, ଅନୁପ ସାହୁ, ଜ୍ଞାନରଞ୍ଜନ ବିଶ୍ୱାଳ, ଶେଖ୍ ରିୟାଜ୍ ପ୍ରମୁଖ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *