News by Smrutiranjan Tripathy (Cuttack)

ରାଜ୍ୟର ୫ଟି ଜିଲ୍ଲାର ୪୯୦ଟି ହାଇସ୍କୁଲକୁ ୫-ଟି ରୂପାନ୍ତରିକରଣ, କଟକ ଜିଲ୍ଲାରେ ୧୩୫ଟି ହାଇସ୍କୁଲ

News by Smrutiranjan Tripathy (Cuttack)

କଟକ(ଏନ୍‌.ଏମ୍‌.): ରାଜ୍ୟର ୫ଟି ଜିଲ୍ଲାର ୪୯୦ଟି ହାଇସ୍କୁଲକୁ ୫-ଟି ରୂପାନ୍ତରିକରଣ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ୯୫ଟି, କଟକ ଜିଲ୍ଲାରେ ୧୩୫ଟି, କଳାହାଣ୍ଡି ୧୦୦ଟି, ଝାରସୁଗୁଡ଼ା ଜିଲ୍ଲାର ୭୦ଟି ଓ ବରଗଡ଼ ଜିଲ୍ଲାର ୯୦ଟି ସରକାରୀ ଉଚ୍ଚବିଦ୍ୟାଳୟର ଉନ୍ନତିକରଣ କରାଯିବା ପାଇଁ ରାଜ୍ୟସରକାର ଏହି ଯୋଜନା କରିଛନ୍ତି । ବିଶେଷ କରି ସରକାରୀ ସ୍କୁଲଗୁଡ଼ିକର ଅବସ୍ଥା ଦିନକୁ ଦିନ ବିଗିଡିବାକୁ ଯାଉଥିବାବେଳେ ଏଥିରେ ସୁଧାର ଆଣିବା ଏବଂ ପିଲାମାନଙ୍କୁ ସ୍କୁଲ ଅଭିମୁଖୀ କରିବା ନିମନ୍ତେ ଏଭଳି ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ଯୋଜନାରେ ସ୍କୁଲଗୁଡ଼ିକର ଭିତ୍ତିଭୂମି ସହ ଆନୁସଂଗିକ ବ୍ୟବସ୍ଥାରେ ସୁଧାର ଆସିବା ସହ ଉଚ୍ଚମାନର ଶିକ୍ଷାଦାନ କରାଯାଇ ପାରିବ । ସରକାରଙ୍କ ଏହି ଉଦ୍ୟମକୁ ସାଧାରଣରେ ଉଚ୍ଚ ପ୍ରଶଂସା ମଧ୍ୟ କରାଯାଉଛି । ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲାର ୧୩୫ଟି ସ୍କୁଲକୁ ରୂପାନ୍ତରିକରଣ କରାଯାଇଛି । ସ୍ଥାନୀୟ ସୟେଦ ସେମିନାରୀ ହାଇସ୍କୁଲ ପରିସରରେ ଦ୍ୱିତୀୟ ପର୍ଯ୍ୟାୟରେ ୫-ଟି ରୂପାନ୍ତରିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ଆଭାସୀ ମାଧ୍ୟମରେ ରାଜ୍ୟର ଅନ୍ତର୍ଭୁକ୍ତ କଟକ ଜିଲ୍ଲାର ୧୩୫ ଟି ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ଅତିଥିମାନଙ୍କ ମଧ୍ୟରେ,କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ନିଆଳି ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ,ଜିଲ୍ଲା ପରିଷଦ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର, ସିଏମସି ମେୟର ସୁବାସ ସିଂହ, ବଡମ୍ବାବିଧାୟକ ଦେବୀ ପ୍ରସାଦ ମିଶ୍ର, ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା, ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା, ବାରବାଟୀ-କଟକ ବିଧାୟକ ଇଂ ମହମ୍ମଦ ମୋକିମ, ଚୌଦ୍ୱାର-କଟକ ବିଶ୍ୱାଳ ସୌଭିକ ବିଶ୍ୱାଳ, ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ, ସିଏମସି କମିଶନର ଅନନ୍ୟା ଦାସ, ସିଡିଏ ଅଧ୍ୟକ୍ଷ ଅନିଲ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସୟଦ ସେମିନାରୀ ହାଇସ୍କୁଲର ୧୦ମ ଶ୍ରେଣୀର ଛାତ୍ର ସାନିଆ ସୋଗ୍ରା ସ୍କୁଲରେ ନିଜର ଅନୁଭୂତି ସମ୍ପର୍କରେ ବର୍ଣ୍ଣନା କରିଥିଲେ ।

By admin

Leave a Reply

Your email address will not be published. Required fields are marked *