ରାଜ୍ୟର ଆଇଏଏସସ୍ତରରେ ଅଦଳ ବଦଳ


ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟରେ ଆଇଏଏସସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ଏହି ବଦଳି ମଧ୍ୟରେ ସୁରେଶ କୁମାର ବଶିଷ୍ଠଙ୍କୁ କୃଷି ଓ ସଶକ୍ତିକରଣ ବିଭାଗ କମିଶନର, ଭୁପେନ୍ଦ୍ର ସିଂହ ପୁନିଆଙ୍କୁ ଇପିକଲ ପରିଚାଳନା ନିର୍ଦେଶକ, ପ୍ରେମଚନ୍ଦ୍ର ଚୌଧୁରୀଙ୍କ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସିର) ସିଇଓ ଭାବେ ବଦଳି କରାଯାଇଛି । ପୁନଶ୍ଚ ମାଲକାନଗିରି ଜିଲ୍ଲାପାଳ ଡକ୍ଟର ୱାଇ.ବିଜୟଙ୍କୁ ପ୍ରାଣୀ ପାଳନ ବିଭାଗ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ମାଲକାନାଗିରି ଜିଲ୍ଲାପାଳ ଭାବେ ବିଶାଲ ସିଂହଙ୍କୁ ବଦଳି କରାଯାଇଛି । ସେହିପରି ମୋନିଷା ବାନାର୍ଜୀଙ୍କୁ ବରଗଡ଼ ଜିଲ୍ଲାପାଳ ଏବଂ ଲିଙ୍ଗରାଜ ପଣ୍ଡାଙ୍କୁ ଗଜପତି ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଆବୋଲୀ ସୁନୀଲ ନରଭଣେ ହେଲେ ସୁବର୍ଣ୍ଣପୁର ଜିଲ୍ଲାପାଳ, ଅନୁପମ ଶାହା ହେଲେ ଓସେପାର ପ୍ରକଳ୍ପ ନିର୍ଦେଶକ ଏବଂ ସୋମେଶ କୁମାର ଉପାଧ୍ୟାୟଙ୍କୁ କଳାହାଣ୍ଡିର ପିଡି ଡିଆରଡିଏ, ଅନ୍ୟା ଦାସଙ୍କୁ ବାରିପଦା ଉପଜିଲାପାଳ, ମହାଜନ ମନୋଜ ସତ୍ୟବାନଙ୍କୁ ଟିଟିଲାଗଡ଼ ଉପଜିଲାପାଳ, ପାୱାର ସଚିନ ଧର୍ମଗଡ଼ ଉପଜିଲାପାଳ ଭାବେ ବଦଳି କରାଯାଇଛି ।

Leave a Reply

Your email address will not be published. Required fields are marked *