ରାଇରଙ୍ଗପୁର ଟାଟା ପାୱାର ଆନୁକୁଲ୍ୟରେ ଜାତୀୟ ସଡକ ସୁରକ୍ଷା ସଚେତନତା ଅଭିଯାନ

ରାଇରଙ୍ଗପୁର ଟାଟା ପାୱାର ଆନୁକୁଲ୍ୟରେ ଜାତୀୟ ସଡକ ସୁରକ୍ଷା ସଚେତନତା ଅଭିଯାନ

News by Akshya Biswal (RairangPur)

#ରାଇରଙ୍ଗପୁର(ଏନ୍‌.ଏମ୍‌.): ମୟୁରଭଞ୍ଜ୍ ଜିଲ୍ଲା ରାଇରଙ୍ଗପୁର ସହରସ୍ଥିତ ଟାଟା ପାୱାର ଇଲେକ୍ଟ୍ରି କମ୍ପାନୀ ଆନୁକୁଲ୍ୟରେ ଜାତୀୟ ସଡକ ସୁରକ୍ଷା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟାଟା ପାୱାର ଇଲେକ୍ଟ୍ରି କମ୍ପାନୀ କର୍ମଚାରୀମାନେ ସଡକ ସୁରକ୍ଷା ଜୀବନ ରକ୍ଷା ନାରା ଦେଇ ସହର ପରିକ୍ରମା କରିବା ସହ ଲୋକମାନଙ୍କୁ ସଚେତନ କରାଇଥିଲେ । ମଣିଷ ଜୀବନ ଦୁର୍ଲଭ, ନିଜର ସୁରକ୍ଷା ନିଜ ହାତରେ । ରାସ୍ତାରେ ଯାଉଥିବା ଗାଡିମଟର ଥିବା ଲୋକମାନଙ୍କୁ ହେଲମେଣ୍ଟ୍ ପିନ୍ଧନ୍ତୁ ଏବଂ ଆପଣମାନଙ୍କର ଜୀବନ ରକ୍ଷା କରନ୍ତୁ ବୋଲି କହିଥିଲେ । ଗାଡ଼ି ଚଳାଉଥିବା ସମୟରେ ମୋବାଇଲ ବ୍ୟବହାର ନକରିବା, କାରରେ ଡ୍ରାଇଭର ଏବଂ ଆଗରେ ବସିଥିବା ବ୍ୟକ୍ତି ସିଟ୍ ବେଲଟ ପିନ୍ଧିବା, ବାଇକରେ ଚାଳକ ଏବଂ ଆରୋହୀ ହେଲମେଟ ପରିଧାନ କରିବା, ଗାଡ଼ିର ସରକାରୀ ଦସ୍ତାବିଜ୍ ସାଙ୍ଗରେ ରଖିବା, ଦୃତ ଗତିରେ ଅନ୍ୟ ଗାଡ଼ିକୁ ଅତିକ୍ରମ ନକରିବା ଏବଂ ସରକାରଙ୍କ ସମସ୍ତ ନିୟମକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ସଚେତନ କରାଯାଇଥିଲା । ଏଥି ସହିତ ମଦ୍ୟ ପାନ କରି ଗାଡ଼ି ଚଲାଇବା ଦ୍ୱାରା ନିଜର ତଥା ଅନ୍ୟ ପାଇଁ ମଧ୍ୟ ପ୍ରାଣଘାତୀ ହୋଇ ପାରେ ତେଣୁ ଏସବୁରୁ ଦୂରେଇ ରହିବା ସହ ଠିକ୍ ଭାବେ ଗାଡ଼ି ଚାଳନା କରିବା ପାଇଁ ରାସ୍ତାରେ ଯାଉଥିବା ସମସ୍ତ ଚାଳକ ଓ ପଥିକଙ୍କୁ ସଚେତନ କରାଇଥିଲେ । ଉକ୍ତ ଇଲେକ୍ର୍ଟି କମ୍ପାନୀର କର୍ମଚାରୀ ମଧ୍ୟରେ ପରମେଶ୍ୱର ଗିରି, ଚିତ୍ତରଞ୍ଜନ ମହାପାତ୍ର, ବ୍ରିଜେସ୍ କୁମାର, ବିଭୂତି ଭୂଷଣ ମହାନ୍ତ, ପିକନ୍ ପ୍ରଧାନ ପ୍ରମୁଖ ବହୁ କର୍ମଚାରୀ ଉପସ୍ଥିତ ଥିଲେ । ଏହି ସଚେତନତାର ମୁଖ୍ୟ ଉଦ୍ଦେଶ୍ୟ ଲୋକମାନେ ସଡକ ଉପରେ ଗାଡିମୋଟରେ ଯାଆସ ସମୟରେ ସାଙ୍ଗରେ ହେଲମେଣ୍ଟ ପିନ୍ଧିବା ଜୁରୁରୀ ବୋଲି କହିଥିଲେ ନଚେତ୍ ସେମାନଙ୍କର ଜୀବନ ପ୍ରତି ବିପଦ ଆସିପାରେ । ତେବେ ଟିପିଓଏନଡିଏଲର ଏହି ସାମାଜିକ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *