ଯୁବ ସାମ୍ୱାଦିକ ଚନ୍ଦନ ମଲ୍ଲିକଙ୍କୁ ଉତ୍କଳ ସାମ୍ବାଦିକ ଗୌରବ ସମ୍ମାନ

ଯୁବ ସାମ୍ୱାଦିକ ଚନ୍ଦନ ମଲ୍ଲିକଙ୍କୁ ଉତ୍କଳ ସାମ୍ବାଦିକ ଗୌରବ ସମ୍ମାନ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ଯୁବ ସାମ୍ବାଦିକ ଚନ୍ଦନ ମଲ୍ଲିକଙ୍କୁ ତାଙ୍କ ଉଲ୍ଲେଖନୀୟ କୃତିତ୍ୱ ନେଇ କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ସାମ୍ବାଦିକ ଗୌରବ ସମ୍ମାନ – ୨୦୨୨ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଚନ୍ଦନ ମଲ୍ଲିକ କଟକ ଜିଲ୍ଲାର ବରିଷ୍ଠ ଫଟୋ ସାମ୍ବାଦିକ ସରୋଜ କୁମାର ମଲ୍ଲିକଙ୍କ ସୁପୁତ୍ର ଅଟନ୍ତି ଏବଂ ପୂର୍ବରୁ ସେ ସରସ୍ୱତୀ କଳା ପରିଷଦ କନ୍ଦରପୁର, ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ୪୨ ମୌଜା ପକ୍ଷରୁ ସମ୍ବର୍ଦ୍ଧିତ ହୋଇ ସାମ୍ବାଦିକ ମହଲରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ପରିଷଦ ପକ୍ଷରୁ ସଭାପତି ଇଂ. ପ୍ରକାଶ ଚନ୍ଦ୍ର ସେଠୀ,ସରସ୍ୱତୀ କଳା ପରିଷଦ କନ୍ଦରପୁର ପକ୍ଷରୁ ସମ୍ପାଦକ ଅଶୋକ ପଟ୍ଟନାୟକ, ସଭାପତି ପ୍ରତିଭା ଶତପଥୀ,ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ୪୨ ମୌଜା ପକ୍ଷରୁ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି,ସଭାପତି ଇଂ.ଅଶୋକ ବିଶ୍ୱାଳ,ମୁହାଁଣ ସାହିତ୍ୟ ସଂସଦ ମୁମ୍ବାଇ ପକ୍ଷରୁ ଇଂ. ସର୍ବେଶ୍ୱର ମଲ୍ଲିକ,ଆଦର୍ଶ ଯୁବ ସଂଘ ଭାରତ ପକ୍ଷରୁ ଇଂ.ପ୍ରଶାନ୍ତ ପଣ୍ଡା ଏବଂ କାର୍ଯ୍ୟକର୍ତ୍ତା ବର୍ଗ ଶ୍ରୀମାନ ମଲ୍ଲିକଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *