ଯୁବ ବ୍ୟବସାୟୀଙ୍କ ପରଲୋକ

ଯୁବ ବ୍ୟବସାୟୀଙ୍କ ପରଲୋକ


କନ୍ଦରପୁର (ଏନ୍‍.ଏମ୍‍.): କଟକ ସଦର ବ୍ଲକ ଅନ୍ତର୍ଗତ ନିମେଇଶାପୁର ପଞ୍ଚାୟତର ନାହାଭଙ୍ଗା ଗ୍ରାମର ସ୍ୱର୍ଗତ ଇନ୍ଦ୍ରମଣି ବେହେରା ଓ ମାତା ବିଳାସ ମଞ୍ଜରୀ ବେହେରାଙ୍କ ପୁତ୍ର ତଥା ସଫଳତା ବ୍ୟବସାୟୀ ଶୁକଦେବ ବେହେରାଙ୍କ ସାନଭାଇ ବସନ୍ତ ବେହେରା (ଟୁଟୁ)ଙ୍କ ମାତ୍ର ୪୫ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ବିରିବାଟିସ୍ଥିତ ରତ୍ନାକର ବିଦ୍ୟାମନ୍ଦିରରୁ ସଫଳତାର ସହିତ ପାସ କଲାପରେ ସେ ବ୍ୟବସାୟରେ ମନୋନିବେଶ କରି ଏକ ସଫଳ ବ୍ୟବସାୟୀ ହେବା ସହିତ ଜନସେବାରେ ନିଜକୁ ବ୍ରତୀ ରଖୁଥିଲେ । ଏକ ବ୍ୟବସାୟୀକ କାମରେ କୋଲକାତା ଯାଇଥିବାବେଳେ ସେଠାରେ ପ୍ରଥମେ ହୃଦଘାତରେ ଶିକାର ହେବାପରେ ତୁରନ୍ତ ଫେରିଆସି ଭୁବନେଶ୍ୱରସ୍ଥ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧନ ଅବସ୍ଥାରେ ଆଜି ସକାଳୁ ତାଙ୍କ ପରଲୋକ ହେବା ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ବିଜେଡ଼ି ଜିଲ୍ଲା ସମ୍ପାଦକ ସମର ବେହେରା, ସଦର “ଆତ୍ମା ଅଧକ୍ଷ ରଜନୀକାନ୍ତ ସାହୁ, ୫ନମ୍ବର ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ କୁମାର ମାହାଳି, ଫକିରପଡାର ପୂର୍ବତନ ସରପଞ୍ଚ ଯତୀନ ରାଉଳ, ନିମେଇଶାପୁର ପୂର୍ବତନ ସରପଞ୍ଚ ତ୍ରିଲୋଚନ ସ୍ୱାଇଁ, ସୁବୋଧ ବେହେରା ପ୍ରମୁଖ ଶେଷ ଦର୍ଶନ କରି ଶୋକବ୍ୟକ୍ତି କରିଛନ୍ତି । ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *