ମୌସୁମୀକୁ ନେଇ ସିଏମସିର ପ୍ରାକ ପ୍ରସ୍ତୁତି ବୈଠକ
କଟକ(ଏନ୍.ଏମ୍.): କଟକ ମହାନଗର ନିଗମ(ସିଏମସି)ର ମୌସୁମୀର ପ୍ରାକ ପ୍ରସ୍ତୁତ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମେୟର ସୁବାସ ସିଂହ, ସାଂସଦ ଭର୍ତ୍ତୃହରି ମହତାବ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ବାରବାଟୀ-କଟକ ବିଧାୟକ ସୋଫିଆ ଫିର୍ଦ୍ଦେଶ, ଡେପୁଟୀ ମେୟର ଦମୟନ୍ତୀ ମାଝୀ, ସିଏମସି କମିଶନର ବିଜୟ କୁମାର ଦାଶଙ୍କ ସହ ବିଭିନ୍ନ ୱାର୍ଡ କର୍ପୋରେଟର, ପୂର୍ତ୍ତ, ସ୍ୱାସ୍ଥ୍ୟ, ଜିଇଡି ଆଜି ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ଆଗକୁ ମୌସୁମୀ ବର୍ଷା ହେବ । ସହରରେ କିଭଳି ଜଳ ବନ୍ଦୀରୁ ଦୂରେଇ ରଖାଯିବ ସେ ନେଇ ଆଲୋଚନା କରାଯାଇଥିଲା । ବର୍ଷା ଜଳ ନିଷ୍କାସନ ଲାଗି ଉଚ୍ଚ କ୍ଷମତା ସମ୍ପନ୍ନ ପାଣି ମଟର ମହଜୁଦ ରଖିବା, ନାଳ ସଫେଇ, ସୁଇଚ ଗେଟ ଖୋଲିବା ଉପରେ ବିଶେଷ ଧ୍ୟାନ ଦେଇଥିଲେ । ଅନ୍ୟପକ୍ଷରେ ସହରରେ ପିଇବା ପାଣି, ଶୌଚାଳୟ, ଏମସିସିକୁ ନୂତନ ସ୍ଥାନକୁ ସ୍ଥାନାନ୍ତରିତ, ନେତାଜୀ ବସ ଟ୍ରମିନାଲରେ ପରିବହନ ଲାଗ ଟ୍ରଲି ସହ ଇ-ଗାଡିକୁ ମହଜୁଦ ରଖିବା, ଇ-ଟଏଲେଟ ବ୍ୟବସ୍ଥା, ବିଶ୍ୱନାଥ ପାଠାଗାରରେ ପଢିବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ଲାଗି ଫଙ୍ଖାର ବ୍ୟବସ୍ଥା କରିବା ଆଦି ସମସ୍ୟା ଉପରେ ବିିଭନ୍ନ ଦିଗ ଉପରେ ତର୍ଜମା କରାଯାଇଥିଲା । ଏହି ଅବସରରେ ନୂତନ ଭାବେ ନିର୍ବାଚିତ ହୋଇଥିବ ବିଧାୟକ ଓ ସାଂସଦଙ୍କୁ ସିଏମସି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।