ମୋକିମ ଫାଉଣ୍ଡେସନ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କର ବନ୍ଧୁମିଳନ

ମୋକିମ ଫାଉଣ୍ଡେସନ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କର ବନ୍ଧୁମିଳନ


#କଟକ(ଏନ୍‌.ଏମ୍‌.): ମୋକିମ ଫାଉଣ୍ଡେସନ ପକ୍ଷରୁ ଆଠଗଡ ମେଘା ସ୍ଥିତ ମେଟ୍ରୋ ହାଇଡ ଆଉଟ ଠାରେ ବରିଷ୍ଠ ନାଗରିକ ମହାସଭାର ସଦସ୍ୟ ଓ ସଦସ୍ୟାମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକମାନେ ସଂଗୀତ, ନାଚ ସହ ନିଜ ନିଜ ଜୀବନର ଅନୁଭୂତି ବିଷୟରେ ଆଲୋଚନା କରିଥିଲେ । ମୋକିମ ଫାଉଣ୍ଡେସନର ପ୍ରତିଷ୍ଠାତା ବିଧାୟକ ଇଂ. ମହମ୍ମଦ ମୋକିମ ଉପସ୍ଥିତ ସମସ୍ତ ବରିଷ୍ଠ ନାଗରିକମାନଙ୍କୁ ଧନ୍ୟବାଦ ଦେବା ସହ ସ୍ୱାଗତ କରିଥିଲେ । ବରିଷ୍ଠ ନାଗରିକମାନଙ୍କୁ ନେଇ ଏଭଳି ବନ୍ଧୁମିଳନ କାର୍ଯ୍ୟକ୍ରମ ଆଗକୁ ଜାରି ରହିବା ବୋଲି ବିଧାୟକ ମୋକିମ କହିଥିଲେ । ଏହି ଅବସରରେ ଦିବଂଗତ ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡାଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ଡା. କୃପାସିନ୍ଧୁ ପଣ୍ଡା, ବିଷ୍ଣୁ ମୋହନ ସାମନ୍ତ, ଡଃ. ଅନଙ୍ଗ ଦ୍ୱିବେଦୀ, ସରୋଜକାନ୍ତ ଚୌଧୁରୀ, ଡଃ. ଟହଲି ଚରଣ ମହାନ୍ତି ପ୍ରମୁଖ ବିଧାୟକ ମୋକିମଙ୍କ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ପାଇଁ ସାଧୁବାଦ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୌତମ ଚରଣ କର, ଶ୍ୟାମସୁନ୍ଦର ସାହୁ, ବନମାଳୀ ଶୁକ୍ଲା, ଅଶ୍ୱିନୀ କୁମର ଶେଠୀ, ବିଷ୍ଣୁପ୍ରସାଦ ଦାସ, ପତିତପାବନ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ଛାଟୋଇ, ନିବେଦିତା ପଟ୍ଟନାୟକ, ଶରତ ମିଶ୍ର, ଡଃ. ସେକ ଇକବାଲ ହୋସେନ, ବୈଷ୍ଣବ ଚରଣ ସିଂହ, ସୁଜାତା ତ୍ରିପାଠୀ ପ୍ରମୁଖ ଏହି ବନ୍ଧୁମିଳନରେ ସାମିଲ ହୋଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *