ମାଲଗୋଦାମରେ ଅପମିଶ୍ରିତ ଚୁଡ଼ା ଉପରେ ଚଢ଼ାଉ କଲା ସିଏମସି ସ୍ୱାସ୍ଥ୍ୟବିଭାଗ
କଟକ(ଏନ୍.ଏମ୍.): କଟକ ଜିଲ୍ଲା ସମେତ ରାଜ୍ୟର କୋଣ ଅନୁକୋଣକୁ ବିଭିନ୍ନ ସାମଗ୍ରୀ ଯୋଗାଇ ଆସୁଥିବା ରାଜ୍ୟର ମୁଖ୍ୟ ବ୍ୟବସାୟର ପେଣ୍ଠସ୍ଥଳ ମାଲଗୋଦାମରେ ଅପମିଶ୍ରିତ ଚୁଡ଼ା ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଅଭିଯୋଗ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଚଢାଉ ଆରମ୍ଭ ହୋଇଛି । ମାଲଗୋଦା ର ପାଞ୍ଚରୁ ଛଅଟି ଗୋଦାମରୁ ନମୁନା ଚୂଡା ନିଆ ଯାଇଛି । ଏହାକୁ ଭୂବନେଶ୍ୱର ପରୀକ୍ଷା କେନ୍ଦ୍ରକୁ ପଠାଯିବ । ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଏମସିର ସ୍ୱାସ୍ଥ୍ୟ ଅଧିକାରୀ ଡ.ସତ୍ୟ ବ୍ରତ ମହାପାତ୍ର ସୂଚନା ଦେଇଛନ୍ତି । ବିଭିନ୍ନ ସମୟରେ ଚୁଡ଼ା ବିକ୍ରି ହେବା ବେଳେ ଏହାକୁ ଦେଶୀ ଚୂଡ଼ାର ମାନ୍ୟତା ଦେବା ନିମନ୍ତେ କିଛି ବ୍ୟବସାୟୀ ଚୂଡ଼ା କୁଟାହେବା ସମୟରେ ଏକ ପ୍ରକାର କେମିକାଲ ବ୍ୟବହାର କରିବା ଭଳି ଅଭିଯୋଗ ହୋଇଥିଲା । ଏହି ଚଢାଉରେ ଖାଦ୍ୟ ସୁରକ୍ଷା ଅଧିକାରୀ ରଶ୍ମିତା ବେହେରା, ମିଟନ ସାହା ପ୍ରମୁଖ ଉପସ୍ଥିତ ଥିଲେ ।