ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ଼ ପାଇଥିବା ଆଠଗଡ଼ ଛାତ୍ରଛାତ୍ରୀଙ୍କୁ ଫୋରମ୍ ଅଫ୍ ଏକାଡେମିକ ଏବଂ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା

ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ଼ ପାଇଥିବା ଆଠଗଡ଼ ଛାତ୍ରଛାତ୍ରୀଙ୍କୁ ଫୋରମ୍ ଅଫ୍ ଏକାଡେମିକ ଏବଂ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା

News by Maheswar Behera (Athagarh)

#ଆଠଗଡ଼(ଏନ୍‌.ଏମ୍‌.): ଆଠଗଡ଼ ଅଞ୍ଚଳରେ ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟୟନରେ ମନୋନିବେଶ କରିବା ନିମନ୍ତେ ଫୋରମ ଅଫ ଏକାଡେମିକ ଏବଂ ବିଜୁ ଛାତ୍ରଜନତା ଦଳ ପକ୍ଷରୁ ପ୍ରେରଣା ଯୋଗାଇ ଦିଆଯାଇଛି । ପ୍ରତ୍ୟେକ ଛାତ୍ରଛାତ୍ରୀମାନେ ଅଧ୍ୟୟନରେ ନିଜର ପାରଦର୍ଶିତା ପ୍ରତିପାଦନ କରିବା ସହ ସମ୍ପୂର୍ଣ୍ଣ ଆଠଗଡ଼ର ଗର୍ବ ଗୌରବ ବୃଦ୍ଧି କରିବାର ଦାୟିତ୍ୱ ଛାତ୍ରଛାତ୍ରୀଙ୍କ ହାତରେ ରହିଛି । ତେଣୁ ଆଗାମୀ ଦିନରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପରୀକ୍ଷାରେ କୃତୀତ୍ୱ ପ୍ରଦର୍ଶନ କରିବା ନିମନ୍ତେ ଛାତ୍ରବିଜେଡି ପକ୍ଷରୁ ଆହ୍ୱାନ ଦିଆଯାଇଛି । ଏହି ଅବସରରେ ଫୋରମ୍ ଅଫ୍ ଏକାଡେମୀ ଏବଂ ଆଠଗଡ଼ ବିଜୁ ଛାତ୍ର ଜନତା ଦଳର ମିଳିତ ଆନୁକୁଲ୍ୟରେ ଆଠଗଡ଼ ସ୍ଥିତ ଶ୍ରୀରାମ ପ୍ୟାଲେସ ଠାରେ ଚଳିତ ହାଇସ୍କୁଲ ପରୀକ୍ଷାରେ ଆଠଗଡ଼ ନିର୍ବାଚନ ମଣ୍ଡଳୀରେ ୯୦ ପ୍ରତିଶତ ନମ୍ବର ରଖି ୪୫ଜଣ ଏ-୧ଗ୍ରେଡ଼ ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଏବଂ ସମ୍ମାନିତ ଅତିଥି ଭାବେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସୁପୁତ୍ର ତଥା ଯୁବ ନେତା ଆଦିତ୍ୟ ପ୍ରତାପ ସ୍ୱାଇଁ ଯୋଗଦେଇ ଛାତ୍ରଛାତ୍ରୀମାନେ ଜୀବନରେ ଆଗକୁ ବଢିବା ପାଇଁ କେଉଁଭଳି ପ୍ରସ୍ତୁତ ହେବାକୁ ପଡିବ ସେ ନେଇ ଆଲୋକପାତ କରିଥିଲେ । ଆଠଗଡ ବିଜୁ ଛାତ୍ର ଜନତା ଦଳର ସଭାପତି ସତ୍ୟପ୍ରିୟ ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଛାତ୍ରବିଜେଡିର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *