ମାଞ୍ଜା ସୂତା ବ୍ୟାନ ପାଇଁ କଂଗ୍ରେସର ଦାବିପତ୍ର

ମାଞ୍ଜା ସୂତା ବ୍ୟାନ ପାଇଁ କଂଗ୍ରେସର ଦାବିପତ୍ର

News by Kanhu Charan Panda (Jagatpur)

#ଜଗତପୁର (ଏନ୍‌.ଏମ୍‌.): କଟକ ନଗର(ଜିଲ୍ଲା)କଂଗ୍ରେସ ସଭାପତି ସୁରେଶ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ନଗର(ଜିଲ୍ଲା) କଂଗ୍ରେସର ମୁଖ୍ୟ-ମୁଖପାତ୍ର ମାନସ ପରିଡା ଙ୍କ ନେତୃତ୍ୱରେ କଂଗ୍ରେସ ର ଏକ ପ୍ରତିନିଧି ମଣ୍ଡଳୀ ମାଞ୍ଜା ସୂତା ବ୍ୟବହାରକୁ ବ୍ୟାନ କରିବା ପାଇଁ କଟକ ଡିସିପିଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ଜଗତପୁର ଥାନା ଆଇଆଇସି ରବୀନ୍ଦ୍ରନାଥ ମେହେରଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ଗୁଡି ଉଡାରେ ଯେଉଁ ଲାଇଲନ ମାଞ୍ଜା ସୂତା ବ୍ୟବହାର ହେଉଛି ସେ ସୂତା ଲାଗି ପ୍ରତିବର୍ଷ ବହୁ ଲୋକ ମୃତାହୃତ ହେଉଛନ୍ତି । ସେ ମାଞ୍ଜା ସୂତାକୁ ବହୁ ପୂର୍ବରୁ ପ୍ରଶାସନ ବ୍ୟାନ କରିଥିଲେ ମଧ୍ୟ କଟକ ସହରରେ ଖୁଲମଖୁଲା ବିକ୍ରି ହେଉଛି । ଚଳିତ ବର୍ଷ ସେହି ମାଞ୍ଜା ସୂତା ଲାଗି କଟକ ସହରର ବହୁ ଲୋକ ଗୁରୁତର ଆହତ ହେଲେଣି । ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବିକ୍ରି ହେଉଥିବା ଦୋକାନ ମାନଙ୍କରେ ଚଢ଼ାଉ ହେଉନାହିଁ । ପୁଲିସ କେବଳ ହେଲମେଟ ଚେକିଂରେ ସମୟ ଦେଉଥିବାବେଳେ ଏସବୁ ପ୍ରତି ନିଘା ଦେଉନଥିବା ଅଭିଯୋଗ ବାଢିଥିଲା କଂଗ୍ରେସ । ତେଣୁ ସେହି ମାଞ୍ଜା ସୂତାକୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ କରିବା ସହ ମାଞ୍ଜା ସୂତା ବିକ୍ରି କରୁଥିବା ଦୋକାନଗୁଡିକ ଉପରେ ଚଢ଼ାଉ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି କଂଗ୍ରେସ । ଏହି ପ୍ରତିନିଧି ମଣ୍ଡଳୀରେ କର୍ପୋରେଟର ଜେ.କାମେଶ୍ୱର ରାଓ, ୮ନମ୍ବର ବ୍ଲକ କଂଗ୍ରେସ ସଭାପତି ଅଲେଖ ଚନ୍ଦ୍ର ବେହେରା, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ସୁକାନ୍ତ ସାହାଣୀ, ୪୮ନମ୍ବର ୱାର୍ଡ କଂଗ୍ରେସ ସଭାପତି ରଶ୍ମିକାନ୍ତ ସାମଲ, ୪୯ନଂ ୱାର୍ଡ ସଭାପତି ଦୁର୍ଯ୍ୟୋଧନ ପ୍ରଧାନ, ନଗର କଂଗ୍ରେସ ସମ୍ପାଦକ ଲକ୍ଷ୍ମୀଧର ଶରଣ, ବରିଷ୍ଠ କଂଗ୍ରେସ କର୍ମୀ ଲଳିତ ଭୂୟାଁ, ହୃଦାନନ୍ଦ ମହାନ୍ତି, ହେମରାଜ ବିଶ୍ୱାଳ, ଶେଖ ଅସଲମ, ଲଳିତ ପରିଡା, ଦିଲ୍ଲୀପ ଚୌଧୁରୀ, ଛାତ୍ରନେତା ଜୟନ୍ତ ରାଉତରାୟ ଓ ଜଗନ୍ ସାହୁ, ଆବାସ ମଲ୍ଲିକ, ପୂର୍ବତନ ରାଜ୍ୟ ଯୁବ କଂଗ୍ରେସର ସମ୍ପାଦକ ଗୋକୁଳ ସିହ୍ନା, ଜୟନାରାୟଣ ତ୍ରିପାଠୀ, ପ୍ରବୀର ରଥ, ପ୍ରୀତିରଞ୍ଜନ ଜେନା, ବିମଳ ବିଶ୍ୱାଳ, ଅଜୟ ଦାସ, ବାମାଚରଣ ଦାସ ଓ ସୁବାସ ସୁବୁଦ୍ଧିରାୟ ଯୋଗଦେଇ ଦାବି କରିଥିଲେ ।

🤖 AI Quick Summary

Click the button to generate AI summary.

One thought on “ମାଞ୍ଜା ସୂତା ବ୍ୟାନ ପାଇଁ କଂଗ୍ରେସର ଦାବିପତ୍ର

Leave a Reply

Your email address will not be published. Required fields are marked *