ମହିଳା ଆଇନଜୀବୀଙ୍କ ଦ୍ୱାରା ଆଇନଜୀବୀ ଦିବସ

ମହିଳା ଆଇନଜୀବୀଙ୍କ ଦ୍ୱାରା ଆଇନଜୀବୀ ଦିବସ

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.) : ମଧୁ ବାବୁ ବହୁ ପ୍ରତିଭାର ଅଧିକାରୀ ଥିବା ସହ ଓଡ଼ିଆ ଲୋକଙ୍କ ଉନ୍ନତି ପାଇଁ ତାଙ୍କର ଦୂର ଦୃଷ୍ଟିଥିଲା । ମହିଳା ଓ ପୁରୁଷ କିପରି ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ସ୍ୱାବଲମ୍ବି ହୋଇପାରିବେ ସେଥିପାଇଁ ସର୍ବଦା ଉଦ୍ୟମ କରୁଥିଲେ ବୋଲି ଅଲ ଓମେନ୍ସ ଆଡଭୋକେଟ୍ ଫୋରମ ଏବଂ ଆଖିଲ ଭାରତୀୟ ସଂୟୁକ୍ତ ଅଧିବକ୍ତା ମଞ୍ଚ ମିଳିତ ଅନୁକୂଳରେ ଉତ୍କଳ ଗୌରବ ମଧୁସୂଦନ ଜୟନ୍ତି, ଆଇନଜୀବୀ ଦିବସ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି । ଫୋରମର ଅଧକ୍ଷା ହରପ୍ରିୟା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ ସଭା ସାଂସଦ ଅମର କୁମାର ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ‘ମୋ ଓଡ଼ିଶା’ ଅଧ୍ୟକ୍ଷ ଅରୂପ କୁମାର ପଟ୍ଟନାୟକ, ବଡ଼ଚଣା ବିଧାୟକ ଅମର ଶତପଥି, ଓଟିଡିସି ଅଧ୍ୟକ୍ଷ ଲେନିନ୍ ମହାନ୍ତି ପ୍ରମୁଖ ଯୋଗଦେଇ ମଧୁ ବାବୁଙ୍କୁ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ୫ଜଣ ଡାକ୍ତର ରଶ୍ମିତା ଇଶ୍ୱର ହେଗେଡେ, ଡାକ୍ତର ସୁବ୍ରତା ନାୟକ, ଡାକ୍ତର ଅନୁଷ୍ପନ୍ଦନ ମହାପାତ୍ର, ଡାକ୍ତର ପ୍ରଜ୍ଞା ପଟ୍ଟନାୟକ, ଡାକ୍ତର ରଞ୍ଜିତା ସାଥିଆ, ଶିକ୍ଷକ ସବିତା ସାଠୁଆ, ସର୍ବଭାରତୀୟ ମଧୁ ବାବୁ ପ୍ରଚାରକ ଆଇନଜୀବୀ ଲିଙ୍ଗରାଜ ସାହୁ, ବରିଷ୍ଠ ଆଇନଜୀବୀ ଅରୂପ ଚାନ୍ଦ, ଅଞ୍ଜଳି ଦାସ, ସୂର୍ଯ୍ୟ ନାରାୟଣ ଦାସ, ଆଇନ ଶିକ୍ଷାବିତ୍ ଡ ଗିରିଜା ଦାସ, ଜୟ ଓଡ଼ିଶା ଅଧ୍ୟକ୍ଷ ରୂଦ୍ର ସାମନ୍ତରାୟ ସମେତ ବହୁ ବରିଷ୍ଠ ଓ ଯୁବ ଆଇନଜୀବୀଙ୍କୁ ମଧୁ ସମ୍ମାନ ପ୍ରଦାନ କରାଯାଇଥିଲା । ଏହାକୁ ଶ୍ୱେତାପଦ୍ମା ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ବିଷ୍ଣୁ ପ୍ରୀୟା ପୃଷ୍ଟି ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିରେ ଓକିଲ ସଂଘର ସମ୍ପାଦକ ତାପସ ରଞ୍ଜନ ଦାସ, ଆତ୍ମ ପ୍ରକାଶ ମହାନ୍ତି, ପ୍ରଶାନ୍ତ ରଞ୍ଜନ ପଟ୍ଟନାୟକ, ମୁନ୍ନା ଖୁଂଟିଆ, ଜୟନ୍ତ ମିଶ୍ର, ଭୁବନେଶ୍ୱର ଓକିଲ ସଂଘର ପୂର୍ବତନ ସମ୍ପାଦକ ରାଜ୍ କିଶୋର ଦାସ୍‌, ବିଜେଡି ଲିଗାଲ ସେଲ ଆବାହାକ ସୁରେଶ ବାରକ ସମେତ ବହୁ ଆଇନଜୀବୀ ସାମିଲ ହୋଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *