ମନ ମୋହିଲା ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା

ମନ ମୋହିଲା ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା

News by Dillip Kumar Muduli (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ଜନତା ମଇଦାନରେ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା ଏବେ ଦର୍ଶକଙ୍କ ମନମୋହିବାରେ ଲାଗିଛି । ଏଥିରେ ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର, ହସ୍ତତନ୍ତ ବିଭାଗର ସ୍ୱତନ୍ତ୍ର ସଚିବ ସରୋଜ ପଟେଲ, ଅତିରିକ୍ତ ସଚିବ ବିକ୍ରମାଦିତ୍ୟ ବାରିକ ଏବଂ ସିଡାକର ସଦସ୍ୟ ସଚିବ ଶିଶିର କୁମାର ରଥ ପ୍ରମୁଖ ଉପସ୍ଥିତ ରହି ସାଂସ୍କୃତିକ ସନ୍ଧ୍ୟାକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ଓଲିଓଡ ଜଗତର ବିଶିଷ୍ଟ କଣ୍ଠଶିଳ୍ପୀ ବିଷ୍ଣୁ ମୋହନ କବି, ସୋହିନୀ ମିଶ୍ର, ଶଶାଙ୍କ ଶେଖର ସାହୁ, ଅନ୍ତରା ଚକ୍ରବର୍ତ୍ତୀ ସଙ୍ଗୀତ ପରିବେଷଣ କରି ଦର୍ଶକମାନଙ୍କ ମନ ମୋହିଥିଲେ । ସଙ୍ଗୀତର ତାଳେ ତାଳେ ଦର୍ଶକମାନେ ଝୁମିଉଠିଥିଲେ ।
ଚଳିତ ବର୍ଷ ଏହି ମେଳା ପରିସରରେ ସମସ୍ତ ପ୍ରକାର ବ୍ୟବସ୍ଥା ଯଥା ଦମକଳ ବାହିନୀ, ନିରାପତ୍ତା ସହାୟତା, ପ୍ରାଥମିକ ଚିକିତ୍ସା ସେବା, ଆମ୍ବୁଲାନ୍ସ ସେବା, ପାନୀୟ ଜଳ, ଶୌଚାଳୟ, ଏଟିଏମ କାଉଣ୍ଟରର ବନ୍ଦୋବସ୍ତ ରହିଛି । ଏହି ବର୍ଷ ମେଳାରେ ଦିବ୍ୟାଙ୍ଗ ଓ ବୟସ୍କ ପରିଦର୍ଶକଙ୍କ ପାଇଁ ସ୍ୱତନ୍ତ୍ର ହେଲଞ୍ଜ ଡେସ୍କର ବ୍ୟବସ୍ଥା କରାଯାଇଛି । ଦିବ୍ୟାଙ୍ଗ ମହିଳା ଓ ପୁରୁଷ ପରିଦର୍ଶକମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଶୌଚାଳୟର ବନ୍ଦୋବସ୍ତ କରାଯାଇଛି । ସର୍ବୋପରି ମା ଓ ଶିଶୁମାନଙ୍କ ପାଇଁ ଏକ ଶିଶୁ ଯନି ଗୃହ ବ୍ୟବସ୍ଥା କରାଯାଇଛି । ସପ୍ତଦଶ ଜାତୀୟ ତୋଷାଳୀ ମେଳାକୁ ପ୍ଲାଷ୍ଟିକ ମୁକ୍ତ କରିବା ନିମନ୍ତେ ମେଳା ପରିସରରେ ଦର୍ଶକ ଓ ପ୍ରଦର୍ଶକମାନଙ୍କ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ହାତ ତିଆରି ବ୍ୟାଗ୍ ଉପଲବ୍ଧ କରାଯାଇଛି । ଏହି ମେଳା ପ୍ରତ୍ୟହ ଦିବା ୨.୩୦ ଘଟିକା ଠାରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଖୋଲା ରହୁଛି ଓ ଏହା ଫେବୃୟାରୀ ୧୨ତାରିଖ ପର୍ଯ୍ୟନ୍ତ ଚାଲିବ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *