ମଙ୍କି ପକ୍ସ ପ୍ରତି ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ.

ମଙ୍କି ପକ୍ସ ପ୍ରତି ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ

News by B.R.Mishra (BBSR)

ଭୁବନେଶ୍ୱର(ଏନ୍‌.ଏମ୍‌.): ୟୁରୋପ, ୟୁଏସ୍‌ଏ ଓ ଅନ୍ୟ ଦେଶରେ ମଙ୍କି ପକ୍ସ ଭାଇରସ୍ ଆତଙ୍କ ଖେଳାଇଥିବାବେଳେ ଆମ ଦେଶରେ ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ଘଟଣା ଦେଖାଯାଇନାହିଁ । ତେବେ ଏ ଦିଗରେ ସଚେତନ ରହିବା ସହ ଆବଶ୍ୟକୀୟ ପ୍ରସ୍ତୁତି କରିବାକୁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଭାଇରସ୍ ବିରୁଦ୍ଧରେ ଲଢ଼େଇ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ୱାର୍ଲଡ୍ ହେଲଥ୍ ଅର୍ଗାନାଇଜେସନ୍ ଓ ଆଇସିଏମ୍‌ଆର ମାର୍ଗଦର୍ଶିକା ଓ ପ୍ରୋଟୋକଲ ଅନୁଯାୟୀ ପ୍ରସ୍ତୁତ ରହିବାକୁ ମନ୍ତ୍ରୀ ଶ୍ରୀ ଦାସ ପ୍ରସ୍ତାବ ଦେଇଛନ୍ତି । ଭାଇରସ୍‌ର ସଂକ୍ରମଣ ରୋକିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଅନ୍ୟ ସମସ୍ତ ସଂପୃକ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରି ଆଗୁଆ ସତର୍କ ସୂଚନା ଜାରି କରିବା ସହିତ ଆଇସିଏମ୍‌ଆର ଅନୁଧ୍ୟାନ ଅନୁଯାୟୀ ମଙ୍କି ପକ୍ସ ଆକ୍ରାନ୍ତ ଦେଶରୁ ଆସିଥିବା ବ୍ୟକ୍ତିମାନଙ୍କଠାରେ ଏହି ଭାଇରସ୍‌ର ଲକ୍ଷଣ ଦେଖାଗଲେ ସେମାନଙ୍କୁ ସଠିକ୍ ଭାବେ ପରୀକ୍ଷାନିରୀକ୍ଷା ମାଧ୍ୟମରେ ଚିହ୍ନଟ କରି ଆବଶ୍ୟକୀୟ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରାଯିବ । ଯଦି କୌଣସି ସନ୍ଦିଟ ବ୍ୟକ୍ତିଙ୍କଠାରେ ଏଭଳି କୌଣସି ଅସ୍ୱାଭାବିକ ଲକ୍ଷଣ ପ୍ରକାଶ ପାଏ, ତେବେ ତୁରନ୍ତ ସେମାନଙ୍କର ସାମ୍ପଲ୍ ସଂଗ୍ରହ କରି ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ପଠାଇ ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବ । ମଙ୍କି ପକ୍ସର ମୁକାବିଲା ପାଇଁ ବିଭାଗୀୟ ନିର୍ଦ୍ଦେଶକ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ନେଇ ଖୁବ୍‌?ଶୀଘ୍ର ଏକ ବୈଠକ ଆୟୋଜନ କରାଯିବା ସହ ସଙ୍ଗରୋଧ, କଣ୍ଟାକଫ ଟ୍ରେସିଂ, ମନିଟରିଂ ଓ ପ୍ରତିଷେଧାତ୍ମକ ବ୍ୟବସ୍ଥା ସଂପର୍କରେ ବିସ୍ତୃତ ଆଲୋଚନା ଜରିଆରେ ନୀତିଗତ ନିଷ୍ପତ୍ତି ଗ୍ରହଣ କରାଯାଇ ସମସ୍ତ ସ୍ତରରେ ତୁରନ୍ତ ଲାଗୁ କରାଯିବା ନିମନ୍ତେ ମନ୍ତ୍ରୀ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *