ଭୁଲିଗଲେ ମାନବିକତା: କଙ୍ଗାରୁ କୋର୍ଟର ରାୟ

ଭୁଲିଗଲେ ମାନବିକତା: କଙ୍ଗାରୁ କୋର୍ଟର ରାୟ

ଭୁଲିଗଲେ ମାନବିକତା: କଙ୍ଗାରୁ କୋର୍ଟର ରାୟ
ଗଛ ଓ ନିର୍ମାଣଧିନ ଅଙ୍ଗନୱାଡ଼ି କେନ୍ଦ୍ରରେ ୩ ଦିନ ବନ୍ଧା ଥିଲେ ଦୁଇ ଯୁବକ


ଚାନ୍ଦବାଲି(ଏନ୍‌.ଏମ୍‌.): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଭୂଇଁବୃତ୍ତି ପଞ୍ଚାୟତ ରାମେଶ୍ୱରପୁର ଗାଁରେ ବସିଲା କଙ୍ଗାରୁ କୋର୍ଟ। ତିନି ଦିନ ଧରି ଦୁଇ ଯୁବକଙ୍କୁ ବାନ୍ଧିବା ପରେ ଉଦ୍ଧାର କଲା ଚାନ୍ଦବାଲି ପୋଲିସ। କୌଣସି ଏକ ଚୋରି ଘଟଣାରେ ସେହି ଗାଁର ରବିନ୍ଦ୍ର ପରିଡ଼ାଙ୍କ ପୁଅ ସୌମ୍ୟରଞ୍ଜନ ପରିଡ଼ା ଏବଂ ଦଶରଥ ଦଳେଇଙ୍କ ପୁଅ ମଣିଆ ଦଳେଇଙ୍କୁ ପ୍ରଥମେ ଗଛରେ ବାନ୍ଧି ଖାଦ୍ୟ ଭାବେ କୁଟା ଦେଇ ରଖିବା ଓ ପରେ ନବନିର୍ମିତ ଅଙ୍ଗନବାଡି ଘରେ ବାନ୍ଧି ରଖିଥିଲେ ଏହି ଘଟଣା ଚର୍ଚ୍ଚାକୁ ଆସିବାପରେ। ପୋଲିସ କୌଣସି ସୂତ୍ରରୁ ଖବର ପାଇ ଦୁଇ ଯୁବକଙ୍କୁ ଉଦ୍ଧାର କରିଥିବା ଜଣାପଡିଛି। ତିନି ଦିନ ଧରି ବାନ୍ଧିବା ଘଟଣାରେ କାହିଁକି ଏମିତି ଗାଁ ଲୋକେ କଙ୍ଗାରୁ କୋର୍ଟ ବସାଇ ଥିଲେ ଏଯାଏଁ କିଛି କାରଣ ମିଳି ପାରି ନାହିଁ। ତେବେ ବନ୍ଧା ହୋଇଥିବା ଦୁଇ ଯୁବକଙ୍କ ବାପା କୌଣସି ଚାପ ଏବଂ ଭୟଭୀତ ହୋଇ ଦୁଇ ଯୁବକଙ୍କୁ ଉଦ୍ଧାର କରି ପାରି ନଥିଲେ। କିନ୍ତୁ ଚୋରି କରିଥିବା ଘଟଣାରେ ପୋଲିସ ତଦନ୍ତ କରି ଦଣ୍ଡ ଦେବାପାଇଁ ଆଇନ୍ ରହି ଥିଲା ବେଳେ ଗାଁ ଲୋକେ କାହିଁକି ନିଜ ହାତକୁ ଆଇନକୁ ନେଇ ଥିଲେ। ପୁଲିସର ଜିମା ଦେବା ପରିବର୍ତ୍ତେ ଗାଁରେ ଲୋକମାନେ ଗାଈଗୋରୁଙ୍କୁ ବାନ୍ଧି ରଖିବା ଭଳି ଏହି ଘଟଣାରେ ଉପଯୁକ୍ତ ନ୍ୟାୟ ପାଇଁଁ ଦାବି କରିଛନ୍ତି ଯୁବକଙ୍କ ପରିବାର। ଏବେ ଦୁଇ ଜଣ ଯୁବକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିବା ପରେ କେଉଁ କାରଣରୁ ଗାଁ ଲୋକେ ବାନ୍ଧି ରଖିଥିଲେ ଏବଂ ବାନ୍ଧି ରଖିଥିବା ଲୋକଙ୍କ ଉପରେ କେଉଁ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ପୋଲିସ ଦେଖିବାକୁ ବାକି ରହିଲା। ଏପରି ଅଭାବନୀୟ ଘଟଣା ଏବେ ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ