ଭୁବନେଶ୍ୱର ପରେ ପୁରୀ ବେଳାଭୂମିରେ ଫୁଲଡ୍ରେସ ଏୟାର ଶୋ

ଭୁବନେଶ୍ୱର ପରେ ପୁରୀ ବେଳାଭୂମିରେ ଫୁଲଡ୍ରେସ ଏୟାର ଶୋ

News by Ajit Kumar Mallick (PURI/ KONARK)

କୋଣାର୍କ/ପୁରୀ (ଏନ୍‌.ଏମ୍‌.): ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହେଉଛି । ଏହାକୁ ଅଧିକ ଦେଶପ୍ରେମ କରିବା ଉଦ୍ଦେଶ୍ୟରେ ବାୟୁସେନାର ୯ଟି ହକ୍ ବିମାନ ଦ୍ୱାରା ସୂର୍ଯ୍ୟ କିରଣ ଶୋ ମାଧ୍ୟମରେ ପୁରୀ ସମୁଦ୍ର କୂଳରେ ପ୍ରଦର୍ଶିତ କରାଯାଇଛି ଦୁଃସାହାସିକ ଓ ରୋମାଞ୍ଚକର କଳା କୌଶଳ । ସକାଳ ୧୦.୨୦ ମିନିଟ ସମୟରେ ପୁରୀ ବେଳାଭୂମି ବ୍ଲୁ ଫ୍ଲାଗ ବିଚ ଠାରେ ବାୟୁସେନା ପକ୍ଷରୁ ଫୁଲ ଡ୍ରେସ ଏୟାର ଶୋ ଅନୁଷ୍ଠିତ ହୋଇଥିଲା । ଆକାଶ ମାର୍ଗରେ ବାୟୁସେନା ପକ୍ଷରୁ ଭଳି କି ଭଳି କୌଶଳ ପ୍ରଦର୍ଶନ କରାଯାଇଥିଲା । ଯାହାକୁ ଦେଖି ଉପସ୍ଥିତ ହଜାର ହଜାର ଦର୍ଶକ ମନ୍ତ୍ରମୁଗ୍ଧ ହୋଇ ଯାଇଥିଲେ । ଏହି କାର୍ଯ୍ୟକ୍ରମରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲାପାଳ ସମର୍ଥ ବର୍ମା, ମନ୍ଦିର କମିଟି ସଦସ୍ୟ ଓ କର୍ମକର୍ତ୍ତା, ସେବାୟତ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଦିଲ୍ଲୀପ କୁମାର ମହାପାତ୍ର, ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଅତିରିକ୍ତ ଏସପି ମିହିରପ୍ରସାଦ ପଣ୍ଡା, ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ସ୍ୱଛାସେବୀ, ଏନସିସି କ୍ୟାଡେଟ, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଭରପୁର ମଜା ଉଠାଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *