ଭାରତୀୟ ମଜଦୂର ସଂଘ କଟକ ଜିଲ୍ଲା ସମ୍ମିଳନୀ

ଭାରତୀୟ ମଜଦୂର ସଂଘ କଟକ ଜିଲ୍ଲା ସମ୍ମିଳନୀ

ଭାରତୀୟ ମଜଦୂର ସଂଘ କଟକ ଜିଲ୍ଲା ସମ୍ମିଳନୀ


#କଟକ(ଏନ୍‌.ଏମ୍‌.): ଭାରତୀୟ ମଜଦୂର ସଂଘ ପକ୍ଷରୁ କଟକ ଜିଲ୍ଲା ବାର୍ଷିକ ସମ୍ମିଳନୀ ସିଡିଏ ସେକ୍ଟର ୯ନମ୍ବର ସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। କଟକ ଜିଲ୍ଲା ସଭାପତି ଆଇନଜୀବୀ ରମାକାନ୍ତ ସାହୁଙ୍କ ଅଧକ୍ଷତାରେ ଭାରତୀୟ ମଜଦୂର ସଂଘର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗେଦଇ ସମ୍ମିଳନୀକୁ ଉଦଘାଟନ କରି ଥିଲେ। ଏହି ଅବସରରେ ରାଷ୍ଟ୍ରହିତ, ଉଦ୍ୟୋଗହିତ, ଶ୍ରମିକହିତ ଉଦ୍ଦେଶ୍ୟରେ ଭାରତୀୟ ମଜଦୂର ସଙ୍ଘ ଦେଶେର କାମକରି ଅଣରାଜେନୌତିକ ଶ୍ରମିକ ସଂଗଠନ ହିସାବରେ ଭାରତ ବର୍ଷରେ ପ୍ରଥମ ସ୍ଥାନ ଅଧିକାର କରିପାରିଛି ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ସଂଘର ପୂବର୍ତନ ରାଜ୍ୟ ସଭାପତି ଇଂ. ଶ୍ରୀକାନ୍ତ କୁମାର ବ୍ରହ୍ମା, ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ଏସ. ଶ୍ରୀନିବାସ ରାଓ, ରାଜ୍ୟ କମିଟି ସଦସ୍ୟ ବସନ୍ତ କୁମାର ସାହୁ, ଅବସରପ୍ରାପ୍ତ ସହକାରି ଶ୍ରମ କମିଶନର ଦୁର୍ଗା ଚରଣ ଓଝା, ଅଙ୍ଗନବାଡି ସଂଗଠନ କଟକ ଜିଲ୍ଲା ସମ୍ପାଦିକା ପୁଷ୍ପଲତା ସୁବୁଦ୍ଧି ରାୟ ପ୍ରମୁଖ ଯୋଗଦାନ କରି କମର୍ଚାରି ମାନଙ୍କର ବିଭିନ୍ନ ସମସ୍ୟା ଓ ତାର ସମାଧାନ କର୍ତବ୍ୟ ଓ ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରେର ରାଜ୍ୟ କମିଟି ସଦସ୍ୟ ବସନ୍ତ କୁମାର ସାହୁଙ୍କୁ ଜନ୍ମଦିନ ଅବସରରେ ଅଭିନନ୍ଦନ ଜଣାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ସଭାପତି ଆଇନଜୀବୀ ରମାକାନ୍ତ ସାହୁ, ଉପସଭାପତି ରବିନାରାୟଣ ସାହୁ, ବୈକୁଣ୍ଠ ବିହାରୀ ନାୟକ, ପୁଷ୍ପଲତା ସୁବୁଦ୍ଧିରାୟ, ସମ୍ପାଦକ ପ୍ରଭୁଦତ୍ତ ମିଶ୍ର, ସଂଗଠନ ସମ୍ପାଦିକା ଇତିଶ୍ରୀ ଦାଶ, ସହ ସମ୍ପାଦକ ଅଶୋକ ସ୍ୱାଇଁ, ବିନୋଦ କୁମାର ପତି, ପ୍ରବୀଣା ଭୋଇ, କୋଷାଧ୍ୟକ୍ଷ ସବିତା ସାହୁଙ୍କ ସେମତ ୧୪ ଜଣ ଜିଲ୍ଲା କମିଟିର ସଦସ୍ୟଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା। ଉକ୍ତ ସମ୍ମିଳନୀରେ ଭାରତୀୟ ମଜଦୂର ସଂଘ ଲିଗାଲ ସେଲ କଟକ ଜିଲ୍ଲାର କାର୍ଯ୍ୟକର୍ତ୍ତା ପଦ୍ମାଳୟା ମହାପାତ୍ର, ଦେବପ୍ରସାଦ ମହାପାତ୍ର, ଅରୁଣ ସାହୁ, ଜଗନ୍ନାଥ ମହାନ୍ତି ଏବଂ ସ୍ପନ୍ଦନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିବା ବେଳେ ଜିଲ୍ଲା ସମ୍ପାଦକ ପ୍ରଭୁଦତ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ