ବୋଧପୁର ପଞ୍ଚାୟତରେ କର୍ମୀ ସମ୍ମିଳନୀ: ଲୋକଙ୍କ ଅଭିଯୋଗ ଶୁଣିଲେ ଓ ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ବିଧାୟକ

ବୋଧପୁର ପଞ୍ଚାୟତରେ କର୍ମୀ ସମ୍ମିଳନୀ: ଲୋକଙ୍କ ଅଭିଯୋଗ ଶୁଣିଲେ ଓ ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ବିଧାୟକ


#କଟକ ସଦର(ଏନ୍‌.ଏମ୍‌.): କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋଧପୁର ପଞ୍ଚାୟତରେ କର୍ମୀସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ସ୍ଥାନୀୟ ବିଧାୟକ ଚନ୍ଦ୍ର ସାରଥୀ ବେହେରା ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିବା ସହ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ବିଧାୟକ ଶ୍ରୀ ବେହେରା ବୋଧପୁର ପଞ୍ଚାୟତରେ ପହଞ୍ଚିବା ପରେ ବିଜେଡି କର୍ମୀ ଓ ପଞ୍ଚାୟତ ବାସୀଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅର୍ପଣ କରାଯାଇଥିଲା । ପରେ ବୋଧପୁର ଗ୍ରାମର ନିମାଇଁ ଚରଣ ଦାସଙ୍କ ବାସଭବନରେ ଆୟୋଜିତ କର୍ମୀ ସମ୍ମିଳନୀରେ ବିଧାୟକ ଯୋଗଦେଇଥିଲେ । ଏହି ସମ୍ମିଳନୀରେ ବିଧାୟକ କର୍ମୀମାନଙ୍କ ସହିତ ମତ ବିନିମୟ କରିବା ସହ ପଞ୍ଚାୟତର ରହିଥିବା ଛୋଟ ମୋଟ ସମସ୍ୟା ଉପରେ ଆଲୋଚନା କରି ସମାଧାନ ପାଁଇ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ଆୟୋଜିତ ମିଶ୍ରଣ ପର୍ବରେ ସୁରେନ୍ଦ୍ର ବେହେରା ଓ କ୍ଷିରୋଦ କିଶୋର ବେହେରା ବିଜେଡ଼ିରେ ସାମିଲ ହୋଇଥିଲେ । ବିଧାୟକ ଶ୍ରୀ ବେହେରା ଉଭୟଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହ ପଞ୍ଚାୟତର ବରିଷ୍ଠ କର୍ମୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କର୍ମୀ ସମ୍ମିଳନୀରେ ନାନପୁର, ଫୁଲରା, ପାଇକାଣ, ବୋଧପୁର ଗ୍ରାମର ବହୁ ଯୁବ, ବୟସ୍କ କର୍ମୀମାନେ ଯୋଗ ଦେଇଥିଲେ । ପୂର୍ବତନ ସରପଞ୍ଚ ଗିରିଜାଶଙ୍କର ଦାସ୍‌, ସମିତି ସଭ୍ୟାଙ୍କ ପ୍ରତିନିଧି ଅଶୋକ ବିଶ୍ୱାଳ, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ପଣ୍ଡା, ପୂର୍ବତନ ସଭ୍ୟ ଦେବେନ୍ଦ୍ର ଗୋଛାୟତ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧୀରେନ୍ଦ୍ର ବିଶ୍ୱାଳ, ବୁଢା ବେହେରା, ସୁବାସ ଦାସ, ଭ୍ରମରବର ମାହାଳୀ, ପଞ୍ଚାୟତ ସଂଯୋଜକ ଇନ୍ଦୁଭୂଷଣ ବେହେରା, ପ୍ରମୋଦ ବସ୍ତିଆ, ଅଶୋକ ଭୋଇ, ପ୍ରଫୁଲ ରଥ, ସରୋଜ ବେହେରା, ବିଜୟ ସାହୁ, ଶୁଭେନ୍ଦୁ ମିଶ୍ର, ଜିତେନ୍ଦ୍ର ବାରିକ, ରମେଶ ବେହେରା, ସୁନାକର ମିଶ୍ର, ବିଶ୍ୱକେତନ ସାହୁ, ବିଶ୍ୱଜିତ ରାଉତ, ଶାରଦା ପଣ୍ଡା, ଯୋଗେନ୍ଦ୍ର ପାଣି, ମଳୟ ଗୋଛାୟତ, ନିରଞ୍ଜନ ବେହେରା, ଯୁଗଳ ବିଶ୍ୱାଳ, ବିଶ୍ୱନାଥ ତ୍ରିପାଠୀ, ସୁରେଶ ଚନ୍ଦ୍ର ହୋତା ପ୍ରମୁଖ ଯୋଗ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *