ବୋଇତ ବନ୍ଦାଣ ଉତ୍ସବ ନେଇ ପ୍ରସ୍ତୁତି ବୈଠକ

ବୋଇତ ବନ୍ଦାଣ ଉତ୍ସବ ନେଇ ପ୍ରସ୍ତୁତି ବୈଠକ

ବୋଇତ ବନ୍ଦାଣ ଉତ୍ସବ ନେଇ ପ୍ରସ୍ତୁତି ବୈଠକ


କଟକ (ଏନ୍‌.ଏମ୍‌.): ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ହେବାକୁ ଥିବା ବୋଇତବନ୍ଦାଣ ଉତ୍ସବ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସର୍କିଟ ହାଉସ ଠାରେ ଆୟୋଜିତ ଏହି ବୈଠକରେ ଅନୁଷ୍ଠାନ ସଭାପତି ଡାକ୍ତର ଉତ୍ତମ ଚରଣ ସାହୁ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ସରୋଜ କୁମାର ସାହୁ ଏହି ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଉଲ୍ଲେଖ କରିବା ସହ ବୋଇତ ବନ୍ଦାଣ ଉତ୍ସବ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। ଆସନ୍ତା ନଭେମ୍ବର ୧୫ତାରିଖ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ତୈଳିକ ବୈଶ୍ୟସମାଜର ପ୍ରତୀକ ବୋଇତ ବନ୍ଦାଣ ଉତ୍ସବ ପ୍ରତିବର୍ଷ ଭଳି ସ୍ଥାନୀୟ ମହାନଦୀକୂଳ ଗଡ଼ଗଡ଼ିଆ ଘାଟ ଠାରେ ଅନୁଷ୍ଠିତ ହେବ। ଏଥି ପାଇଁ ଏକ ଅଭ୍ୟର୍ଥନା କମିଟି ଗଠନ କରାଯାଇଥିବାବେଳେ ଏଥିରେ ଅଧ୍ୟକ୍ଷ ଭାବେ ଆଇନଜୀବୀ ପ୍ରମୋଦ କୁମାର ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥି ସହ ୨୧ଜଣିଆ କୋର କମିଟି ଗଠନ କରାଯାଇଛି। ଚଳିତ ବର୍ଷ ମୁଖପତ୍ର ସୌଦାଗରର ସମ୍ପାଦକ ଭାବେ ଆଇନଜୀବୀ ପ୍ରଶାନ୍ତ କୁମାର ସାହୁ ଦାୟିତ୍ୱ ନେଇଛନ୍ତି। ଏହି ଅବସରରେ ସ୍ୱଜାତୀୟ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିତ୍ୱଙ୍କୁ ସାଧବ ସମ୍ମାନ, ସୁଚରିତା ସମ୍ମାନ, ଦାମୋଦର ସ୍ମୃତି ସମ୍ମାନ ପ୍ରଦାନ କରାଯିବ। ପ୍ରତିବର୍ଷ ଭଳି ଏଥର ମଧ୍ୟ ୭ଜଣ ସାଧବଙ୍କୁ ସାଧବାଣୀମାନେ ପାରମ୍ପରିକ ଓଡ଼ିଆଣୀ ବେଶରେ ବନ୍ଦାପନା କରିବେ ବୋଲି ବୈଠକରେ ସୂଚନା ଦିଆଯାଇଛି।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ