ବିଶ୍ୱ ମାନବିକ ଅଧିକାର ଦିବସ ଉପଲକ୍ଷେ
ମାନବିକ ଅଧିକାର ସୁରକ୍ଷା ଓ ଶିକ୍ଷା
ମାନବିକ ଅଧିକାର, ମାନବିକ ମୂଲ୍ୟବୋଧ ଓ ମାନବିକତା କହିଲେ ସାଧାରଣ ଭାବେ ବୁଝାଯାଏ ଯେ ପ୍ରତେକ ମାନବଜାତି ଧରାପୃଷ୍ଠରେ ଜନ୍ମ ଗ୍ରହଣ କରିବା ପରେ ବଂଚିବା ଓ ବଢିବା ପାଇଁ ଏବଂ ମୃତ୍ୟୁ ପର୍ଯ୍ୟନ୍ତ ଏହି ଅଧିକାରର ଏକାନ୍ତ ଆବଶ୍ୟକତା ରହିଛି। ଏହି ଅଧିକାରରୁ ମଣିଷ ବଞ୍ଚିତ ହେଲେ ମଣିଷ ପଥହରା ହୋଇଯାଏ ଓ ମାନବିକତାକୁ ହରାଇଦିଏ ଏବଂ ତାର ଜୀବନ ନିରର୍ଥକ ହୋଇପାରେ। କିନ୍ତୁ ମଣିଷ ସବୁକିଛି ଜାଣି ମଧ୍ୟ ଅଜଣା ରୂପଧାରଣ କରୁଛି। ମଣିଷ ମଣିଷ ଭିତର ଆତ୍ମିୟତା ଅଭାବ ଯୋଗୁଁ ତାର ମୂଲ୍ୟବୋଧକୁ ଭୁଲି ହିଂସା,ପ୍ରତିଯୋଗିତା,ପାତରଅନ୍ତର,ଅସହିଷ୍ଣୁତା ଅପରାଧ ଅନ୍ୟାୟ ବଢି ବଢି ଚାଲିଛି। ସାରା ପୃଥିବୀରେ ଗୋଟିଏ ବ୍ୟକ୍ତିକୁ ନେଇ ପରିବାର ଓ କେତେକ ପରିବାର କୁ ନେଇ ଏକ ସମାଜ ଗଠିତ ହୋଇଛି। ମନୁଷ୍ୟ ଏକ ସାମାଜିକ ପ୍ରାଣୀ, ସେ ସମାଜରେ ରହି ନିଜର କର୍ତ୍ତବ୍ୟ ସହିତ ଅନ୍ୟର ଯଥା ଦେଶପ୍ରେମୀ, ଜାତିପ୍ରେମୀ, ପଡୋଶୀପ୍ରେମୀ ଓ ମାନବ ପ୍ରେମୀ ହୋଇ ମାନବିକ ମୂଲ୍ୟବୋଧକୁ ଏକ ଦାୟୀତ୍ୱବାନ ହିସାବରେ ଏହି ଅଧିକାରକୁ ଅଭିହିତ କରାଯାଇଛି। ମାନବିକ ଅଧିକାରବିନା ଗଣତନ୍ତ୍ରତଷ୍ଠି ପାରିବ ଅସମ୍ଭବ। ତେଣୁ ଅଧିକାର ଏବଂ କର୍ତ୍ତବ୍ୟ ପରସ୍ପର ନିର୍ଭରଶୀଳ ଅଟନ୍ତି। ଜଣଙ୍କର ଅଧିକାର ହେଲା ଅନ୍ୟଜଣଙ୍କର କର୍ତ୍ତବ୍ୟ। ଏହି ଅଧିକାର ବିନା ମଣିଷ ସୁସ୍ଥ ଓ ବଳିଷ୍ଠ ଜୀବନଜାପାନ କରିପାରିବ ନାହିଁ। ସାଧାରଣ ଭାବେ କୌଣସି ବ୍ୟକ୍ତି ତାର ଅଧିକାରରୁ ବଞ୍ଚିତ ହେବା ଉଚିତ ନୁହେଁ । କେବଳ ନ୍ୟାୟଳୟ ଦ୍ୱାରା କେହି ବଞ୍ଚିତ ହୋଇପାରେ, ଏହି ଅଧିକାର ବିନା ସମାଜର କୌଣସି ବ୍ୟକ୍ତି ଚଳିବା ଦୁଷ୍କର, ବହୁସମୟରେ ମାନବିକ ଅଧିକାରକୁ ଜନ୍ମଗତ ଅଧିକାର ବୋଲି ସାରା ବିଶ୍ୱରେ ବିବେଚନା କରାଯାଇଛି। ଏହା ମଧ୍ୟ ଜଣେ ବ୍ୟକ୍ତିର ମୌଳିକ ଅଧିକାର ରୂପେ ସମ୍ବିଧାନରେ ଅଭିହିତ କରାଯାଇଛି। ଆଜି ମନୁଷ୍ୟ ଦିନକୁଦିନ ଯେତେ ଶିକ୍ଷିତ ହେଉଛି ସମାଜରେ ସେତେବେଶୀ ମାନବିକ ଅଧିକାର ଉଲଘଂନ ହେଉଛି। ଏଣୁ ଏହାକୁ ମାନ୍ୟତା ଦେବା ଏବଂ ଏହାର ଉନ୍ନତି ପାଇଁ ହୃଦୟରେ ଆନ୍ତରିକତା ରହିବା ଉଚିତ ।
ସାରା ବିଶ୍ୱରେ ମାନବିକ ଅଧିକାରର ଅବତୀର୍ଣ୍ଣ ସମସ୍ତ ଧର୍ମ ଗ୍ରନ୍ଥରେ ପୁରାଣ କାଳରୁ ରହି ଆସିଛି। ମଣିଷ ଯେତେବେଳେ ଧରାପୃଷ୍ଠରେ ଜନ୍ମ ନେଲା, ସେତେବେଳେ ସେ ଏକ ପଶୁପରି ଜୀବନ ଯାପନ କରୁଥିଲା। କାଳକ୍ରମେ ଏହି ମନୁଷ୍ୟ ଉନ୍ନତରୁ ଉନ୍ନତ ଜୀବନଯାପାନ କରି ସଭ୍ୟ ସମାଜରେ ନିଜକୁ ପଦାର୍ପଣ କରିପାରିଛି। ଏକ ପଶୁ ଯଥା – ବାଘ, ହାତୀ, ସିଂହ, ଭାଲୁ, ଇତ୍ୟାଦି ନିଜର ଶାରୀରିକ ଦ୍ୱାରା ବଳବାନ କିନ୍ତୁ ମଣିଷ ତାର ବୁଦ୍ଧି, ବିବେକ ଦ୍ୱାରା ନିଜକୁ ସୁରକ୍ଷା ଦେଇପାରିଛି। ଏଣୁ ଆମେ ଯଦି ପଶୁ ପରି ଆଚରଣ କରିବା ତାହେଲେ ଏ ଜୀବନ ଆମର ମୂଲ୍ୟହୀନ। ସମସ୍ତ ଶିକ୍ଷାଗତ ଯୋଗ୍ୟତା ଥିଲେ ମଧ୍ୟ କୌଣସି ବ୍ୟକ୍ତି ମଧ୍ୟରେ ଯଦି ନୀତି, ନୈତିକତା, ବିବେକ, ସଂସ୍କାର, ସଂଯମତା ଆଉ ମାନବିକତାର ବିଚାରବୋଧ ନାହିଁ ତେବେ ସେ ଅଶିକ୍ଷିତରେ ପରିଣତ ହୁଏ। ଏଣୁ ଏସବୁକୁ ଦୃଷ୍ଟିରେ ରଖି ସାରା ବିଶ୍ୱରେ ମାନବିକ ଅଧିକାର ସୁରକ୍ଷା ଆଇନ ଗଢି ଉଠିଛି। ଜାତି ଧର୍ମ,ବର୍ଣ୍ଣ,ଲିଙ୍ଗ ଓ ଜନ୍ମସ୍ଥାନ ଭିତ୍ତିରେ ପ୍ରତ୍ୟେକ ବ୍ୟକ୍ତି ମାନବିକ ଅଧିକାର ବଳରେ ତାର ମୌଳିକ ଅଧିକାରକୁ ପ୍ରତ୍ୟେକ କ୍ଷେତ୍ରରେ ଉପଭୋଗ କରିପାରିବେ।୧୯୪୫ ମସିହା ମିଳିତ ଜାତିସଂଗଠନ ପରେ ହିଁ ସାର୍ବଜନୀନ ମାନବିକ ଅଧିକାର ସୁରକ୍ଷା ଓ ଘୋଷଣା ନାମା ଜାତିସଂଘ ( Universal Declaration of Human Right ) ଦ୍ୱାରା ୧୯୪୮ ମସିହା ଡିସେମ୍ବର ୧୦ତାରିଖରେ ଗୃହୀତ ହେବାପରେ ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଦିନ ଭାରତୀୟ ସମ୍ବିଧାନରେ କାର୍ଯ୍ୟକାରୀ ହେଲା। ତେଣୁ ଭାରତୀୟ ସମ୍ବିଧାନ ପ୍ରସ୍ତୁତ ସମୟରେ ଏହି ଅନ୍ତର୍ଜାତୀୟ ଘୋଷଣାନାମା ପ୍ରଭାବ ଭାରତୀୟ ସମ୍ବିଧାନ ଉପରେ ପ୍ରତି ଫଳିତ ହୋଇଥିଲା। ଏଣୁ ମାନବିକ ଅଧିକାରକୁ ସୁରକ୍ଷା ଦେବାପାଇଁ ମାନବିକ ଅଧିକାର ସୁରକ୍ଷା ଆଇନ ଅଧ୍ୟାଦେଶ ୧୯୯୩ ଧାରା ୨(୧)ର ପ୍ରକରଣ (ଘ) ଅନୁସାରେ ସମଗ୍ର ଭାରତବର୍ଷରେ ତାର ନାଗରିକମାନଙ୍କୁ କେତେକ ଗୁରୁତ୍ୱପୂର୍ଣ୍ଣ ମାନବିକ ଅଧିକାର ପ୍ରଦାନ କରାଯାଇଛି । ତତ୍ପରେ ଗଣତାନ୍ତ୍ରିକ ସାଧାରଣତନ୍ତ୍ରରେ ୪୪ତମ ବର୍ଷରେ ମାନବିକ ଅଧିକାର ସୁରକ୍ଷା ଆଇନ ୧୯୯୩ରେ ପାର୍ଲିଆମେଣ୍ଟରେ ପ୍ରଣୀତ ହେଲା, ଏବଂ ଏହା ତା ୦୮-୦୧-୧୯୯୪ ରିଖରେ ରାଷ୍ଟ୍ରପତିଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହେଲା। ସମାଜରେ ସମସ୍ତଙ୍କୁ ସମାନ ଅଧିକାରର ମାନ୍ୟତା ପ୍ରଦାନ, ସମାଜରେ ସ୍ୱାଧୀନତା, ନ୍ୟାୟ ଓ ଶାନ୍ତି ପ୍ରତିଷ୍ଠା କରିବା ଓ ପ୍ରତ୍ୟେକଙ୍କ ହୃଦୟରେ ମାନବିକତା ସୃଷ୍ଟି କରିବା ଏହାର ଲକ୍ଷ୍ୟ।
୧୯୯୩ ମାନବିକ ଅଧିକାର ସୁରକ୍ଷା ଆଇନ ଅନୁସାରେ ସମଗ୍ର ଭାରତ ବର୍ଷରେ ତାର ନାଗରିକ ମାନଙ୍କୁ କେତେକ ଗୁରୁତ୍ୱପୂର୍ଣ୍ଣ ମାନବିକ ଅଧିକାର ପ୍ରଦାନ କରାଯାଇଛି। ସେଗୁଡିକ ହେଲା : ୧. ଜୀବନ ପାଇଁ ଅଧିକାର, ୨. ସମ୍ମାନ ଓ ମର୍ଯ୍ୟାଦା ପାଇଁ ଅଧିକାର, ୩. ମନଇଛା ଗିରଫ, ୪. ସମାନ ସୁରକ୍ଷା, ୫. ଦାସତ୍ୱ, ବେଠି, ଧର୍ଷିତା ବା ବାଧ୍ୟତା ମୂଳକ ଶ୍ରମର ବିଲୋପ, ୬. ଯାତନାରୁ ମୁକ୍ତି, ୭. କାର୍ଯ୍ୟ କରିବାର ଅଧିକାର, ୮. ସଂପତ୍ତି ପାଇଁ ଅଧିକାର, ୯. ଶିକ୍ଷା ପାଇଁ ଅଧିକାର, ୧୦. ସ୍ୱାସ୍ଥ୍ୟ ପାଇଁ ଅଧିକାର,୧୧. ଶିଶୁର ଶିକ୍ଷାପାଇଁ ଅଧିକାର, ୧୨. ନ୍ୟାୟ ବିଚାର ପାଇଁ ଅଧିକାର, ୧୩.ଏକାନ୍ତତା ପାଇଁ ଅଧିକାର, ୧୪. ମୁକ୍ତ ପରିବେଶ ପ୍ରଦୂଷଣ ପାଇଁ ଅଧିକାର, ୧୫. କ୍ଷୁଧାରୁ ମୁକ୍ତି,୧୬. ସଙ୍କଟ ବିରୁଦ୍ଧ ଅଧିକାର, ୧୭. ପେଶା ଓ ବୃତ୍ତିର ଅଧିକାର, ୧୮. ଚଳଣର ଅଧିକାର,୧୯. ଚେତନା ଓ ଭାବନାର ଅଧିକାର, ୨୦. ଜାତୀୟତା ପାଇଁ ଅଧିକାର ଇତ୍ୟାଦି। କିନ୍ତୁ ଯାହା ଦେଖାଯାଉଛି ବିଭିନ୍ନ କ୍ଷେତ୍ରରେ ସମସ୍ତେ ଯନ୍ତ୍ରଣା ଓ ବିଦ୍ୱେଷର ଶିକାର ହେଉଛନ୍ତି ଓ ବିପୁଳ ମାତ୍ରାରେ ମାନବାଧିକାର ଉଲଘଂନ ହେଉଛି। ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ନୀତି, ନିୟମ, ଆଇନ ହ୍ୱୋସତ୍ତ୍ୱେ ସେମାନଙ୍କର ଅଧିକାର ସୁରକ୍ଷିତ ହେବା ପରିବର୍ତ୍ତେ ନିଜର ଅଧିକାରରୁ ବଞ୍ଚିତ ହେଉଛନ୍ତି। ଆମ ଦେଶରେ ମାନବିକ ଅଧିକାର ସୁରକ୍ଷା ପାଇଁ ବେସରକାରୀ ସଂସ୍ଥାମାନ ଓ ସଂଗଠନ କାର୍ଯ୍ୟ କରୁଛନ୍ତି। ଯେତେବେଳେ ମାନବିକ ଅଧିକାର ଉଲଂଘନ ହେଉଛି ଉକ୍ତ ସଂସ୍ଥାମାନେ ଆୟୋଗକଙ୍କ ଦୃଷ୍ଟିକୁ ଆଣି ପାରିବେ। ଏହି ମାନବିକ ଅଧିକାରକୁ ବିଭିନ୍ନ ସଂଗଠନ ଓ ସଂସ୍ଥାମାନେ ମାନବିକ ଅଧିକାରର ଲକ୍ଷ ଉଦ୍ଦେଶ୍ୟକୁ ପ୍ରଚାର ଓ ପ୍ରସାର ମାଧ୍ୟମରେ ଲୋକମାନଙ୍କୁ ସଚେତନତା କରାଇ ପାରିବେ, ଏଥିପାଇଁ ସମସ୍ତଙ୍କ ଭିତରେ ଉତ୍ସାହ ଓ ଆନ୍ତରିକତା ରହିବା ଦରକାର। ମାନବିକ ଅଧିକାରର ନିରାକରଣ ପାଇଁ ଶିକ୍ଷାର ବ୍ୟବସ୍ଥାରେ ସୁଧାର ଆଣିବାରେ ଆବଶ୍ୟକତା ରହିଛି। ସ୍କୁଲଠାରୁ ଆରମ୍ଭକରି କଲେଜ ପର୍ଯ୍ୟନ୍ତ ଯଦି ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେଇପାରିବା, ତାହେଲେ ସମାଜରେ ମଣିଷକୁ ସୁପଥଗାମୀ କରିପାରିବା, ଯାହାଫଳରେ ମାନବିକ ମୂଲ୍ୟବୋଧକୁ ରକ୍ଷା କରିପାରିବା। ଏଣୁ ମାନବାଧିକାର ଶିକ୍ଷାକୁ ସରକାର କାର୍ଯ୍ୟକ୍ଷମ କରିବାର ନିହାତି ଆବଶ୍ୟକତା ରହିଛି। ଏହାଦ୍ୱାରା ମଣିଷମାନଙ୍କ ମଧ୍ୟରେ ସଚେତନତା ଜାଗ୍ରତ ହେବ ଓ ମାନବାଧିକାରର ଉଲଂଘନ ହ୍ରାସ ଓ ବିଲୋପ ପାଇବ, ଏବଂ ଦେଶର କୋଟି କୋଟି ଲୋକହିତ ସାଧିତ ହ୍ୱୋସଂଙ୍ଗେ ସଂଙ୍ଗେ ମାନବିକ ଅଧିକାର ସୁରକ୍ଷା ଆଇନ ସଠିକ ଭାବେ କାର୍ଯ୍ୟକାରୀ ହୋଇ ପାରିବ।
ଆଇନଜୀବୀ ମହମ୍ମଦ ଆରିଫ ଉଦ୍ଦିନ ଖାନ୍
ଓଡିଶା ହାଇକୋର୍ଟ, କଟକ
Yes 💯🙌 thanks 🙏👍🙏 for your reminder to the new generation of people and my all brothers and sisters thank 🙏 again 💓.