ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ କ୍ରିଏଟିଭ୍ ଆର୍ଟିଷ୍ଟ ଗ୍ରୁପର ଚିତ୍ରକଳା ପ୍ରଦର୍ଶନୀ

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ କ୍ରିଏଟିଭ୍ ଆର୍ଟିଷ୍ଟ ଗ୍ରୁପର ଚିତ୍ରକଳା ପ୍ରଦର୍ଶନୀ


#କଟକ(ଏନ୍‌.ଏମ୍‌.): ସ୍ଥାନୀୟ ରେଭେନ୍‌ସା ବିଶ୍ୱବ୍ୟିାଳୟରେ ଦୁଇଦିନ ଧରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଆଲୋଚନା ହୋଇଯାଇଛି । କ୍ରିଏଟିଭ୍ ଆର୍ଟିଷ୍ଟ ଗ୍ରୁପଦ୍ୱାରା ଆୟୋଜିତ ଚିତ୍ରକଳା ଶିବିରକୁ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟ ଉଦ୍‌ଘାଟନ କରିଥିଲେ । ଦୁଇଦିନଧରି ଚାଲିଥିବା ବିଭିନ୍ନ ସଂପାନରେ ଓଡ଼ିଶାର ବିଶିଷ୍ଟ ଅତିଥି ଯୋଗଦେଇ, ବିଶିଷ୍ଟ ଅତିଥିମାନେ ବୁଲିଦେଖିବା ସହିତ ଭୂୟସୀ ପ୍ରଶଂସା କରିଥିଲେ । ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତିର ବାର୍ତ୍ତାବହନ କରୁଥିବା ଚିତ୍ରସବୁ କାନଭାସ୍‌ରେ ଚିତ୍ରିତ ହୋଇଥିଲା । ବିଶେଷକରି ଜଗନ୍ନାଥ ଆଧାରିତ ଚିତ୍ରସବୁ ପ୍ରଦର୍ଶିନୀରେ ସ୍ଥାନ ପାଇଥିଲା । କାର୍ଯ୍ୟକ୍ରମକୁ ରେଭେନ୍‌ସା ବିଶ୍ୱବିଦ୍ୟାଳୟ, ଓଡ଼ିଆ ବିଭାଗମୁଖ୍ୟ ଡକ୍ଟର ଜ୍ଞାନୀ ଦେବାଶିଷ ମିଶ୍ର ପରିଚାଳନା କରିଥିଲେ । ଏହି ଚିତ୍ରକଳା ପ୍ରଦର୍ଶନୀରେ କ୍ରିଏଟିଭ୍ ଆର୍ଟିଷ୍ଟ ଗ୍ରୁପର ୨୦ଜଣ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିଥିଲେ । ଗ୍ରୁପ୍‌ର ସଭାପତି ରବି ନାରାୟଣ ରଥ, ସଂପାଦକ ଶଶିକାନ୍ତ ରାଉତଙ୍କ ସମେତ ବରିଷ୍ଠ ଚିତ୍ରଶିଳ୍ପୀ ପ୍ରଣବ ଅଖଣ୍ଡ, ପ୍ରବୋଧ କୁମାର ସାହୁ, ଦେବାଶିଷ ସାହୁ, ସୁଜିତ କୁମାର ସ୍ୱାଇଁ, ପ୍ରଶାନ୍ତ କୁମାର ମିଶ୍ର, ବସେନ୍ ଟୁଡୁ, ରାକେଶ ମାଝି, ରାକେଶ ଦେ, ପଙ୍କଜ କୁମାର ବେହେରା, ଶୁଭଶ୍ରୀ ସାହୁ, ଝାନ୍‌ସୀ ରାଣୀ ସାହୁ, ଶୁଭଶ୍ରୀ ନାୟକ, ସମାପ୍ତି ଦାସ ପ୍ରଭୃତି ଚିତ୍ରଶିଳ୍ପୀ ଭାଗ ନେଇଥିଲେ । ଉଦ୍‌ଯାପନ ସମାରୋହେରେ ବିଶିଷ୍ଟ କଥାକାର ଡକ୍ଟର ରାମଚନ୍ଦ୍ର ବେହେରା, ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ ଓ ଡକ୍ଟର ନଟବର ଶତପଥୀଙ୍କ ଦ୍ୱାରା ଚିତ୍ରଶିଳ୍ପୀଙ୍କୁ ସମ୍ମାନିତ କରାଯିବାସହ ପ୍ରଦର୍ଶନୀ ବୁଲି ଦେଖିଥିଲେ । ଦୁଇଦିନଧରି ବିଶିଷ୍ଟ ବ୍ୟଙ୍ଗଲେଖକ ରାଧୁମିଶ୍ର ଓ କବି ପ୍ରସନ୍ନ କୁମାର ସ୍ୱାଇଁ ଶିଳ୍ପୀମାନଙ୍କ ସହିତ ଓଡ଼ିଶାର ସାହିତ୍ୟ ସହ ଚିତ୍ରର ଭୂମିକା ଉପରେ ଆଲୋଚନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *