ବିଶାଖାପାଟଣା ମେୟରଙ୍କ ଦ୍ୱାରା କଟକ ମେୟର ସୁବାସ ସିଂହ ସମ୍ବର୍ଦ୍ଧିତ

ବିଶାଖାପାଟଣା ମେୟରଙ୍କ ଦ୍ୱାରା କଟକ ମେୟର ସୁବାସ ସିଂହ ସମ୍ବର୍ଦ୍ଧିତ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ମହାନଗର ନିଗମ ମେୟର ଜି.ଭେଙ୍କେଟା କୁମାରୀ କଟକ ମେୟର ସୁବାସ ସିଂହଙ୍କୁ ବିଶାଖାପାଟଣା ମହାନଗର ନିଗମ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରିଛନ୍ତି । ୨୪ ଲକ୍ଷ ଲୋକସଂଖ୍ୟା ବିଶିଷ୍ଟ ୬୨୦ ହଜାର ସ୍କୋୟାର କିଲୋମିଟର ବ୍ୟାପୀ ବିଶାଖାପାଟଣା ନଗର ନିଗମ ୧୧୭ କାଉନସିଲର ସହ ୮ଟି ଜୋନରେ ବିଭକ୍ତ କରାଯାଇଛି । ତେବେ ୨୦୧୩-୨୦୧୪ ବର୍ଷ ପାଇଁ ବଜେଟ ପରିମାଣ ୪୫୦୦ କୋଟି । ସାନିଟେସନ କାର୍ଯ୍ୟ ଦୁଇ ଓଳି ସୁଚାରୁରୂପେ ସମ୍ପାଦନ ହେଉଛି । ଏହି ନଗର ନିଗମରେ ୫୭୮ଟି ଉପ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେଉଛି । ତେବେ କଟକରେ ମଧ୍ୟ ସେହିଭଳି ଏହି ସମ୍ବର୍ଦ୍ଧିତ କାର୍ଯ୍ୟ କ୍ରମରେ ବିଶାଖାପାଟଣା ମହାନଗର ନିଗମ ମେୟର ଜି.ହରି ଭେଙ୍କଟା କୁମାରୀ, ନଗର ନିଗମ ନିର୍ଦ୍ଦେଶକ ଶ୍ରୀନିବାସ ରାଜମଣି, ସାନିଟାରୀ ସେକ୍ରେଟେରୀ ସରିତା ସନ୍ତୋଷୀ, ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ମେୟର ଜି. ଭେଙ୍କଟା କୁମାରୀ, କଟକ ମେୟର ସୁବାସ ସିଂହଙ୍କୁ ଉତ୍ତରୀୟ ସହ ସମ୍ବର୍ଦ୍ଧିତ କରିଥିଲେ । ଏଥି ସହିତ ଓଡ଼ିଶାରେ ଜାଗା ମିଶନ, ମୋ ୱାର୍ଡ ଅଭିଯାନ ଏସଏଚଜି , ଏମଏସଏମଇ ଭଳି ଓଡିଶା ସରକାରଙ୍କ ଯୋଜନାକୁ ଭୁୟସୀ ପ୍ରଶଂସା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *