ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି ସ୍ଥିତି ସମୀକ୍ଷା କଲେ ବିଧାୟିକା ସୋଫିଆ ଫିର୍ଦ୍ଦୋଷ
କଟକ(ଏନ୍.ଏମ୍.): କଟକ ସହରରେ ସ୍ୱୟଂଶାସିତ ଦିବସ ପରିପ୍ରେକ୍ଷୀରେ ଉଦ୍ଘାଟନ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପକୁ ବାରବାଟୀ-କଟକ ବିଧାୟିକା ସୋଫିୟା ଫିର୍ଦ୍ଦୋଷ ପରିଦର୍ଶନ କରିବା ସହ ସମୀକ୍ଷା କରିଛନ୍ତି। ଏହି ଅବସରରେ ଟାଉନ ହଲ ସ୍ଥିତ ଆର୍ଟ ଗ୍ୟାଲେରୀ ବୁଲି ଦେଖିଥିଲେ। ଆର୍ଟ ଗ୍ୟାଲେରୀର ସିଲିଙ୍ଗ କାମ ନିମ୍ନମାନର ହୋଇଥିବା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ। ଦରଘା ବଜାର ସ୍ଥିତ ନେତାଜୀ ଅଡିଟୋରିୟମ ବୁଲି ଦେଖିବା ସହିତ ଏହାର ରକ୍ଷାଣବେକ୍ଷଣ ଉପରେ ଧ୍ୟାନ ଦେବା ପାଇଁ କର୍ତ୍ତୃପକ୍ଷଙ୍କୁ କହିଥିଲେ। ନେତାଜୀ ଅଡିଟୋରିୟମ ଆମ କଟକର ଗର୍ବ ଗୌରବ, ଯାହା ଆମ କଟକ ସହରକୁ ଆଗାମୀ ଦିନରେ ଏକ ନୂଆ ସ୍ଥାନରେ ପହଞ୍ଚାଇବ ବୋଲି କହିଥିଲେ। ସେହିପରି ବକ୍ସି ବଜାର ଛକ ସ୍ଥିତ ସଂଗ୍ରାମୀ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ। ପ୍ରକଳ୍ପ ଗୁଡ଼ିକର ତଦାରଖ କରିବା ସହ ଏଗୁଡ଼ିକ କିପରି ଯଥାଶୀଘ୍ର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିବ ସେ ନେଇ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ କଟକ ମହାନଗର ନିଗମର ନଗର ଯନ୍ତ୍ରୀ ଇଂ.ଅତୁନ ସାମନ୍ତ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କର୍ପୋରେଟର କେଦାର ପୃଷ୍ଟି, ସନ୍ତୋଷ ପାଟରା, ଦେବେନ୍ଦ୍ର ପ୍ରସାଦ ସେଠୀ, ସାହିଲ ପରଭେଜ, ସେକ ମିନାଜଉଦ୍ଦୀନ, ସୁରଜିତ ସାହୁ, ଶୋନୁ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।