ବିଭିନ୍ନ ପ୍ରକଳ୍ପ ଅଗ୍ରଗତି ନେଇ ବିଧାୟକ ପ୍ରତାପ ଜେନାଙ୍କ ସମୀକ୍ଷା

ବିଭିନ୍ନ ପ୍ରକଳ୍ପ ଅଗ୍ରଗତି ନେଇ ବିଧାୟକ ପ୍ରତାପ ଜେନାଙ୍କ ସମୀକ୍ଷା

News by ramesh Das (Mahanga)

ମାହାଙ୍ଗା(ଏନ୍‌.ଏମ୍‌.): ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ମାହାଙ୍ଗା ବିଭିନ୍ନ ଅଞ୍ଚଳର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ନେଇ ସମୀକ୍ଷା କରିବା ସହ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ବିଭାଗୀୟ ଉଚ୍ଚ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମେ କୁମୁଡ଼ା ପଜୟପୁର ଠାରେ ପହଞ୍ଚି ୧୧୮କୋଟି ବ୍ୟୟ ରେ ମେଗା ପାନୀୟ ଜଳ ପ୍ରକଳ୍ପ ଇଣ୍ଟେକ୍ ଟ୍ୟାଙ୍କ କାର୍ଯ୍ୟସ୍ଥଳ ପରିଦର୍ଶନ କରିବା ସହ ମଧୁପୁର ଠାରେ ନିର୍ମିତ ହେଇଥିବା ଏହି ପ୍ରକଳ୍ପର ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟସ୍ଥଳ ପରିଦର୍ଶନ କରି ବିଭାଗୀୟ ଅଧିକାରୀଙ୍କ ସହ କାର୍ଯ୍ୟ ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ତୁରନ୍ତ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଡ୍ରେନେଜ୍ ବିଭାଗ ପକ୍ଷରୁ ୧୧କୋଟି ବ୍ୟୟରେ ହେବାକୁ ଥିବା ମାହାଙ୍ଗା ଜରିଆ ଝିଲି ପୁନରୁଦ୍ଧାର କାର୍ଯ୍ୟ ପାଇଁ ଜରିଆ ଝିଲି ପରିଦର୍ଶନ କରି ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ । ଏହା ସହିତ ଜରିଆ ଝିଲ୍ଲୀ ତଟରେ ଅବସ୍ତିତ ସାଇ ମନ୍ଦିର ଦର୍ଶନଃ କରିବା ସହ ସାଇ ମନ୍ଦିର ସଲଗ୍ନ ବୋଟିଙ୍ଗ ପଏଣ୍ଟକୁ ପୁନଃ ଆରମ୍ଭ କରିବା ପାଇଁ ଅଧିକାରୀମାନଙ୍କ ସହ କଥା ହୋଇ ଥିଲେ । ଏଥିରେ ବ୍ଲକ ଅଧ୍ୟକ୍ଷା, ଉପାଧକ୍ଷ, ସମେତ ବିଭାଗୀୟ ଉଚ୍ଚ ଅଧିକାରୀ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *