ବିଭିନ୍ନ ଦାବି ନେଇ ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ ଓ ସ୍ମାରକପତ୍ର ପ୍ରଦାନ

ବିଭିନ୍ନ ଦାବି ନେଇ ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ ଓ ସ୍ମାରକପତ୍ର ପ୍ରଦାନ


ସମ୍ବଲପୁର(ଏନ୍‌.ଏମ୍‌.): ଅଙ୍ଗନବାଡି କର୍ମୀଙ୍କୁ ବଞ୍ଚିବା ଭଲି ଦରମା ଦେବା, ପେନସନ୍ ବ୍ୟବସ୍ଥା, ସାମାଜିକ ନିରାପତ୍ତା, ଏସ୍‌.ଏନ୍‌.ପି ଦର ବୃଦ୍ଧି କରିବା, ଗାଆଁ କଲ୍ୟାଣ ସମିତିରୁ ବାଦ ଦେବା ଆଦି ଦାବି ନେଇ ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାର ଅଙ୍ଗନବାଡି କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ସଚିବ ସମେତ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ସମ୍ପାଦକ ପ୍ରମିଳା ସିଂହ, ସାଧାରଣ ସମ୍ପାଦକ ପ୍ରଭାସିନୀ ପାଢୀ,କାର୍ଯ୍ୟକାରୀ ସଭାନେତ୍ରୀ ସଂଘମିତ୍ରା ପଟ୍ଟନାୟକ ଙ୍କ ନେତୃତ୍ୱରେ ସ୍ଥାନୀୟ ନାରୀ ସେବା ସଦନରୁ ପଟୁଆରରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବଜାର ଦର ଅନୁସାରେ ଅଣ୍ଡା ଦର ଦିଆଯାଉ, ୬ସେବା ଛାଡି ଅନ୍ୟ କାମ ଦିଆନଯିବା, ବିଏଲ୍‌ଓ କାମ ଦିଆ ନଯାଉ, ପଦୋନ୍ନତିରେ ସମସ୍ତ ଦିଗକୁ ଅଗ୍ରାଧିକାର ଦିଆ ଯିବା, ଉନ୍ନତ ମାନର ମୋବାଇଲ ଦେବା, କର୍ମୀଙ୍କ ଖାତାକୁ ଦରମା କିମ୍ବା ଆନୁସଙ୍ଗିକ ଅର୍ଥ ସିଧାସଳଖ ପଠାଇବା ଆଦି ଦାବି ନେଇ ସ୍ମାରକପତ୍ର ପ୍ରଦାନ କରାଯାଇଛି । ତୁରନ୍ତ ସମସ୍ୟା ସମାଧାନ କରା ନଗଲେ ଆଗକୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଅଙ୍ଗନବାଡ଼ି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି । ଏହି ବିକ୍ଷୋଭରେ କନକ ପ୍ରଧାନ, ରୀତା ରାଣୀ ପତି, ସୌଦାମିନୀ ପାଣ୍ଡେ, ମଞ୍ଜୁଲତା ମାଝୀ, ଫଣୀ ରାଉଳ, ମମତା ରାଣୀ ପ୍ରଧାନ, ଅନିତା ନାୟକ, ଶୁଭ୍ରା ମିଶ୍ର, ତୁଳସୀ ଭୋଇ, ସାବିତ୍ରୀ ପୁରୋହିତ, ରଞ୍ଜିତା କେର କଟା, ସୁବାସିନୀ ମାଝୀ, ହେମ ବେହେରା, ପୂର୍ଣିମା ସୁରିନ, ଗୋପେଶ୍ୱର ଓରାମ୍‌, ମଞ୍ଜୁ ଧଳ ସମେତ ଜିଲ୍ଲାର ସମସ୍ତ ବ୍ଲକରୁ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *