ବିଜେପି ରକ୍ତତୀର୍ଥ ମଣ୍ଡଳର ମହା ଜନସଭା: ମୋଦୀଙ୍କ ସଫଳତା ଗାନକଲେ ନେତା

ବିଜେପି ରକ୍ତତୀର୍ଥ ମଣ୍ଡଳର ମହା ଜନସଭା: ମୋଦୀଙ୍କ ସଫଳତା ଗାନକଲେ ନେତା

News by Ananda Prasad Rout (Bhadrak)

#ଭଦ୍ରକ(ଏନ୍‌.ଏମ୍‌.): ବାସୁଦେବପୁର ବିଜେପି ପକ୍ଷରୁ ରକ୍ତ ତୀର୍ଥ ମଣ୍ଡଳମହା ସମାବେଶ ସ୍ଥାନୀୟ ଆର୍ତ୍ତୁଙ୍ଗ ଗ୍ରାମ ପଞ୍ଚାୟତରେ ଅନୁଷ୍ଟିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ ସଭା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ରାଜ୍ୟ ବିଜେପି ସମ୍ପାଦକ ଅଭିମନ୍ୟୁ ସେଠୀ, ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ କରି ଉଦ୍ ଘାଟନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ଭଗବାନ ପଣ୍ଡା, ବିଧାନ ସଭା ମଣ୍ଡଳୀ ନେତା ମାଧବାନନ୍ଦ ମଲ୍ଲିକ, ବିଧାନ ସଭା ମଣ୍ଡଳୀ ପ୍ରଭାରୀ ତପସ୍ୱିନୀ ମହାପାତ୍ର, ବିଜେପି ନେତା ଅଶୋକ ସାହୁ, ଜିଲ୍ଲା ଉପ ସଭାପତି ଉଦୟ ନାରାୟଣ ମଲ୍ଲିକ, ଜିଲ୍ଲା କୋଷାଧ୍ୟକ୍ଷ ଜୟ ପ୍ରକାଶ ମଲ୍ଲିକ, ନିର୍ମଳ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଟିତ ସଭା କାର୍ଯ୍ୟକ୍ରମଟି ରକ୍ତତୀର୍ଥ ମଣ୍ଡଳର ସଭାପତି କୈଳାସ ପଣ୍ଡାଙ୍କ ସଭାପତିତ୍ୱରେ ପରିଚାଳନା କରାଯାଇଥିଲା । ଏହି ଅବସରରେ ବିଧାୟକ ସୂର୍ଯ୍ୟବଂଶୀ ସୁରଜ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବହୁ ବିକାଶ ମୁଖି କାର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ତତ୍ ସହିତ ଓଡ଼ିଶା ପାଇଁ ପ୍ରଧାନ ମନ୍ତ୍ରୀଙ୍କ ଅବଦାନ ଅତୁଳନୀୟ ବୋଲି କହିବା ସହ ରାଜ୍ୟ ସରକାର ବିଭିନ୍ନ ଦୁର୍ନୀତିରେ ବୁଡି ରହିଥିବା କହିଥିଲେ । ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ରାସନ୍ କାର୍ଡ, ଭଳି ଅନେକ ଯୋଜନାରେ ରାଜ୍ୟ ସରକାରଙ୍କ ଜନମାରଣ ନୀତି ଧରିଛନ୍ତି ବୋଲି କହିବା ସହ ସେ ଏହାକୁ ବିରୋଧ କରି ପ୍ରଧାନ ମନ୍ତ୍ରୀଙ୍କ ବିକାଶମୁଖୀ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ନେତା ରାଜେନ୍ଦ୍ର ବାରିକ, ବିଭୂତି ପାଣିଗ୍ରାହୀ, ତାଯୁ ଖାଁ, ଆନନ୍ଦ ଦାସଙ୍କ ସହ ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସଫଳ କରାଇ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *