ବିଜେପି କଟକ ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ହେଲେ ସୌମେନ୍ଦ୍ର ପଲାଇ

ବିଜେପି କଟକ ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ହେଲେ ସୌମେନ୍ଦ୍ର ପଲାଇ


କଟକ(ଏନ୍‌.ଏମ୍‌.): ଭାରତୀୟ ଜନତା ପାର୍ଟି ଓବିସି ମୋର୍ଚ୍ଚା କଟକ ନଗର ସାଧାରଣ ସମ୍ପାଦକ ଭାବେ ସୌମେନ୍ଦ୍ର ପଲାଇ ମନୋନୀତ ହୋଇଛନ୍ତି । ସେ ତୃଣମୂଳସ୍ତରରୁ ମୋର୍ଚ୍ଚାର ଦାୟିତ୍ୱ ତୁଳାଇବା ସହିତ ଦଳକୁ ସାଙ୍ଗଠନିକ ମଜବୁତ କରିବାର ପ୍ରତିଶୁତି ବଦ୍ଧ । ଏହି ଦାୟିତ୍ୱ ପାଇଁ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ କୁମାର ମହାନ୍ତି, କଟକ ନଗର ଜିଲ୍ଲା ପ୍ରଭାରୀ ପୃଥିବୀରାଜ ହରିଚନ୍ଦନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୟନ କିଶୋର ମହାନ୍ତି, ପୂର୍ବତନ ମନ୍ତ୍ରୀ ସମୀର ଦେ, ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରତ ବିଶ୍ୱାଳ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଷ୍ଟ୍ରୀୟ ଅନୁସୂଚିତ ଜାତି କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ ମଲ୍ଲିକ, କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ ଓ କଟକ ଓବିସି ମୋର୍ଚ୍ଚା ସଭାପତି ମହେନ୍ଦ୍ର ମହାନ୍ତିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହା ପୂର୍ବରୁ ଶ୍ରୀ ପଲାଇ ବିଜେପି ମଣ୍ଡଳ ସାଧାରଣ ସମ୍ପାଦକ ଓ ଜିଲ୍ଲା ସମ୍ପାଦକ ଦାୟିତ୍ୱ ତୁଲାଇ ଆସୁଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *