ବିଜୁ ପଟ୍ଟନାୟକ ପାର୍କର ଲୋକାର୍ପଣ
କଟକ(ଏନ୍.ଏମ୍.): ସିଡିଏ ସେକ୍ଟର-୧୨ରେ ଲୋକାର୍ପିତ ହୋଇଛି। କଟକସ୍ଥିତ ବିଜୁ ପଟ୍ଟନାୟକ ପାର୍କର ଲୋକାର୍ପଣ ଉତ୍ସବରେ କଟକ ମେୟର ସୁବାସ ସିଂହଙ୍କ ପୌରହିତ୍ୟ କରିଥିଲେ। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପାର୍କର ଲୋକାର୍ପଣ କରିଥିଲେ। ମୋ ୱାର୍ଡ ଯୋଜନାରେ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ତତତ୍କାଳୀନ ସରକାର ଏହାକୁ ଅନୁମୋଦନନ କରିଥିଲେ। ସିଡିଏର ପ୍ରତେକ୍ଷ ତତ୍ୱାବଧାନରେ ଏବଂ ସିଏମସିର ସହଯୋଗରେଏହାକୁ ପୂର୍ଣ୍ଣାଙ୍ଗ କରାଯାଇଛି। ୩୬ ଏକର ଜାଗାରେ ପାର୍କ ଲାଗି ୨୬କୋଟି ୮୨ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ପାର୍କର ପୁନରୁଦ୍ଧାର ଫଳରେ ଲୋକମାନେ ଏହାର ସୁବିଧା ପାଇପାରିବେ। ଅତ୍ୟାଧୁନିକ ଜ୍ଞାନ କୌଶଳରେ ପାର୍କ ନିର୍ମାଣ କରାଯାଇଛି। ଛୋଟ ପିଲା ଠାରୁ ଆରମ୍ଭ କରି ଯୁବବର୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ରହିଛି। ସେହିପରି ଅତ୍ୟାଧୁନିକ ଖେଳ ଉପକରଣ , ଓପେନ ଜିମ ସାମଗ୍ରୀ, ଚଲାପଥ, ଭିନ୍ନ ଭିନ୍ନ ପ୍ରକାର ଫୁଲ ଗଛ, ଔଷଧୀୟ ବୃକ୍ଷ ପ୍ରଭୁତି ଲଗାଯାଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ କାର୍ଯ୍ୟ ଶେଷ ହୋଇଥିବାରୁ ସମସ୍ତଙ୍କୁ ମେୟରଙ୍କୁ ଧନ୍ୟବାଦ ଦେଇଥିଲେ। ମେୟର ସୁବାସ ସିଂଙ୍କ ସହିତ ନଗରଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଓଡିଶା ସରକାରଙ୍କ ଆଡଭୋକେଟ ଜେନରାଲ ପିତାମ୍ବର ଆଚାର୍ଯ୍ୟ , କଟକ ବାରବାଟୀର ବିଧାୟିକା ସୋଫିଆ ଫିର୍ଦ୍ଦୋଷ, କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ, କଟକ ଡିସିପି ଜଗମୋହନ ମିନା , ସିଏମସି କମିଶନର ଅନାମ ଚରଣ ପାତ୍ର, ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ, ସିଏମସି ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ପ୍ରଦୀପ କୁମାର ରାଉତ, କର୍ପୋରେଟର ପୁଷ୍ପିତା ମହାନ୍ତି, କର୍ପୋରେଟର ପ୍ରିୟମ୍ବଦା ସ୍ୱାଇଁ, କର୍ପୋରେଟର ପ୍ରିୟମ୍ବଦା ମହାନ୍ତି, କର୍ପୋରେଟର ରିତାଞ୍ଜଳୀ ବେହେରା, କର୍ପୋରେଟର ଚୌଧୁରୀ ସୁବ୍ରତ ଘଡ଼ାଇ, କର୍ପୋରେଟର ଯତୀନ କୁମାର ବେହେରା, ସିଏମସି ଅଧିକାରୀ, ସିଡିଏ ଅଧିକାରୀ, ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ପ୍ରମୁଖ ଉପସ୍ଥିତ ଥିଲେ।