ବାରାପୁର ହାଇସ୍କୁଲରେ ନିଆରା ଢଙ୍ଗରେ ପାଳନ ହେଲା ଗୁରୁପୂଜନ ଉତ୍ସବ

ବାରାପୁର ହାଇସ୍କୁଲରେ ନିଆରା ଢଙ୍ଗରେ ପାଳନ ହେଲା ଗୁରୁପୂଜନ ଉତ୍ସବ

News by Ananda Prasad Rout (Bhadrak)

#ବାସୁଦେବପୁର(ଏନ୍‌.ଏମ୍‌.): ହଜିଯାଉଛି ଗୁରୁ ଶିଷ୍ୟଙ୍କ ମଧ୍ୟରେ ନିବିଡ ସମ୍ପର୍କ । ଆଜିକାଲି ଶିକ୍ଷାଦାନ ବ୍ରତ ନୁହେଁ ବୃତ୍ତି ପାଲଟିଯାଇଛି । ଆଗପରି ରହୁନାହିଁ ଗୁରୁ ଶିଷ୍ୟଙ୍କ ମଧ୍ୟରେ ମଧୁର ସମ୍ପର୍କ । କଳୁଷିତ ହୋଇ ଯାଉଛି ପରିବେଶ । ବାସୁଦେବପୁର ବ୍ଲକର ବାରାପୁର ହାଇସ୍କୁଲରେ ନିଆରା ଢଙ୍ଗରେ ପାଳନ ହୋଇଛି ଗୁରୁ ପୂଜନ ଉତ୍ସବ ଓ ଶ୍ରୀଗଣେଶ ପ୍ରତିମୂର୍ତ୍ତି ସ୍ଥାପନା ସମାରୋହ । ସମାଜର ଛୋଟ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ପୁରୁଣା ବର୍ଷକୁ ବିଦାୟ ଦେଇ ନୂତନ ବର୍ଷକୁ ସ୍ୱାଗତ କରି ଚାରିଆଡେ ସେଲିବ୍ରେସନ ଚାଲିଛି । ହେଲେ ବାରାପୁର ହାଇସ୍କୁଲର ୧୯୮୬ ମସିହା ବ୍ୟାଚର ଛାତ୍ରଛାତ୍ରୀଙ୍କ ନିଆରା ଢଙ୍ଗରେ ପାଳନ କରିଛନ୍ତି । ବାରାପୁର ଛକରୁ ଏକ ଶୋଭାଯାତ୍ରାରେ ଗୁରୁମାନଙ୍କୁ ପାଛୋଟି ନେଇ ଥିଲେ । ବାରାପୁର ହାଇସ୍କୁଲ ପରିସର ମଧ୍ୟରେ ବିଦ୍ୟାଦାତା ଶ୍ରୀଗଣେଶଙ୍କ ପ୍ରତିମୂର୍ତ୍ତିକୁ ପ୍ରାକ୍ତନ ଶିକ୍ଷକ ବସନ୍ତ ଚନ୍ଦ୍ର ଦାସ, ଅମୂଲ୍ୟ କୁମାର ବେହେରା, ପୂର୍ଣ୍ଣଚନ୍ଦ୍ର ଦାଶ, ସିନ୍ଧୁ ପ୍ରସାଦ ମଲ୍ଲିକ ଓ ଶିକ୍ଷାକର୍ମଚାରୀ ସୀତାକାନ୍ତ ରାଉତ ପ୍ରମୁଖ ଉନ୍ମୋଚନ କରିଥିଲେ । ଆୟୋଜିତ ଗୁରୁ ପୂଜନ ଉତ୍ସବରେ ଜ୍ୟୋତିପ୍ରକାଶ ଲେଙ୍କା ସଭାପତିତ୍ୱ କରିଥିଲେ । ପ୍ରାକ୍ତନ ଶିକ୍ଷକ ଓ ଶିକ୍ଷାକର୍ମଚାରୀଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ବାରାପୁର ହାଇସ୍କୁଲର ୧୯୮୬ ମସିହା ବ୍ୟାଚର ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ଷୀରୋଦ କୁମାର ମହାନ୍ତି, ଶଶିକାନ୍ତ ରାଉତ, ଭାଗିରଥି ସାହୁ, ନିଳେନ୍ଦ୍ରୀ ମହାଳିକ, ମାନସୀରାଣୀ କର, ଧ୍ରୁବଚରଣ ବେହେରା, ପିତବାସ ସାହୁ, ଗୁଣାକର ପଣ୍ଡା, ସଂଯୁକ୍ତା ନାୟକ, ଅଶୋକ କୁମାର ସାହୁ, ସୁଷମା ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *