News & Photo From Maheswar Behera (Athagarh)

ବାରହା ଆକ୍ରମଣରେ ମହିଳା ଗୁରୁତର

News & Photo From Maheswar Behera (Athagarh)

ଆଠଗଡ଼ (ଏନ୍‌.ଏମ୍‌.): ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିବା ବେଳେ ବାରାହା ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁରୁତର ଆହତ ମହିଳା ଜଣଙ୍କ ହେଲେ ଚାରିମା ଗଡସରା (୫୫)ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ବନାଞ୍ଚଳ ଗୁରୁଡିଝାଟିଆ ପଞ୍ଚାୟତ ଡେରା ଗ୍ରାମର ଡୁକା ଗଡସରାଙ୍କ ସ୍ତ୍ରୀ ଚାରିମା ଗଡସରା ଶାଳପତ୍ର ତୋଳିବା ପାଇଁ ଖୁଣ୍ଟୁଣୀ ବନାଞ୍ଚଳର ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲକୁ ଯାଇଥିବା ବେଳେ ଏକ ଜଙ୍ଗଲୀ ବାରାହା ଆକ୍ରମଣ ଅତର୍କିତ ଆକ୍ରମଣ କରିଥିଲା । ଏହି ଆକ୍ରମଣରେରେ ମହିଳା ଜଣକ ରକ୍ତାକ୍ତ ଅବସ୍ଥାରେ ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହତ ମହିଳାଙ୍କୁ ଉଦ୍ଧାର କରି ବନବିଭାଗର ଗାଡ଼ିରେ ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ । ତେବେ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ୧୦୮ ଆମ୍ବୁଲାନ୍ସ ସହାୟତାରେ ସ୍ଥାନାନ୍ତରିତ କରାଯାଇଥିବା । ଅନ୍ୟପଟେ ବନବିଭାଗ ଗୁରୁତର ଆହତ ମହିଳାଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ଗଜେନ୍ଦ୍ର ପାଲ ସିଂହ ମାଥୁର ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ଚିକିତ୍ସା ପାଇଁ ୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଖୁଣ୍ଟୁଣୀ ଫରେଷ୍ଟର ଲମ୍ବୋଦର ନାୟକଙ୍କ ସମେତ ଫରେଷ୍ଟ ଗାର୍ଡ ଓ ହାତୀ ଜଗୁଆଳୀ ଉଦ୍ଧାର କରି ମହିଳାଙ୍କୁ ଡାକ୍ତରଖାନା ଆଣିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *