ବାରବାଟୀ ଷ୍ଟାଡିୟମଡ଼ା ନବୀକରଣକୁ ନେଇ କ୍ରୀଡା ମନ୍ତ୍ରୀଙ୍କୁ ଭେଟିଲେ ବିଧାୟିକା ସୋଫିଆ

ବାରବାଟୀ ଷ୍ଟାଡିୟମଡ଼ା ନବୀକରଣକୁ ନେଇ କ୍ରୀଡା ମନ୍ତ୍ରୀଙ୍କୁ ଭେଟିଲେ ବିଧାୟିକା ସୋଫିଆ

ବାରବାଟୀ ଷ୍ଟାଡିୟମଡ଼ା ନବୀକରଣକୁ ନେଇ କ୍ରୀଡା ମନ୍ତ୍ରୀଙ୍କୁ ଭେଟିଲେ ବିଧାୟିକା ସୋଫିଆ


କଟକ(ଏନ୍‌.ଏମ୍‌.): କଟକ ବାରବାଟୀ ଷ୍ଟାଡିୟମର ନବୀକରଣ ଓ କଟକ ସହରରେ ଏକ ଇଣ୍ଟିଗ୍ରେଟେଡ ସ୍ପୋର୍ଟ୍ସ କମ୍ପେ୍ଲକ୍ସର ବିକାଶ ପାଇଁ ବିଧାନସଭା ସ୍ଥିତ ରାଜ୍ୟ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଆଲୋଚନା କରିଛନ୍ତି। ଅଲମ୍ପିକ ଆସୋସେସନ ମଧ୍ୟ ଏହି ଠାରେ ଅଛି, ତେଣୁ କିପରି ଆଗାମୀ ଦିନରେ ବାରବାଟୀ ଷ୍ଟାଡିୟମକୁ ବିଶ୍ୱସ୍ତରୀୟ କରିହେବ ଓ ସମସ୍ତ ପ୍ରକାର କ୍ରୀଡାର ମାନ ବୃଦ୍ଧି ହେବ ସେ ବିଷୟରେ ବିଧାୟିକା ଆଲୋଚନା କରିଥିଲେ। ଐତିହାସିକ ବାରବାଟୀ ଷ୍ଟାଡିୟମ ପ୍ରତି କଟକ ଓ ଓଡିଶାର ଲୋକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। କିନ୍ତୁ ଷ୍ଟାଡିୟମର ବିକାଶରେ ବାରମ୍ବାର ଅବହେଳା ହୋଇଛି। ତେଣୁ ଷ୍ଟାଡିୟମର ବିକାଶ ପ୍ରତି ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବିଧାୟିକା ସୋଫିଆ ମନ୍ତ୍ରୀଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ। ଆଗାମୀ ଦିନରେ ଏ ଦିଗରେ ତୁରନ୍ତ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ମନ୍ତ୍ରୀ ଶ୍ରୀ ସୁରଜ ପ୍ରତିଶ୍ରୁତି ଦେଇଛନ୍ତି।

Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ